ଲାଞ୍ଚ ନେଇ ବିଦ୍ୟୁତ କର୍ମଚାରୀ ଗିରଫ
Advertisement

ଲାଞ୍ଚ ନେଇ ବିଦ୍ୟୁତ କର୍ମଚାରୀ ଗିରଫ

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବିଦ୍ୟୁତ କର୍ମଚାରୀ। ଗିରଫ ହୋଇଥିବା ବିଦ୍ୟୁତ କର୍ମଚାରୀ ଜଣକ ହେଉଛନ୍ତି ଖଣ୍ଡଗିରି ସବ ଷ୍ଟେସନରେ କାର୍ଯ୍ୟରତ କ୍ଲର୍କ ମଳୟ ପଟ୍ଟନାୟକ। ସ୍ଥାନୀୟ ଏକ ପମ୍ପ ହାଉସର ଚୌକିଦାର ଠାରୁ ଲାଞ୍ଚ ନେଉଥିବା ବେଳେ ନଗଦ ଟଙ୍କା ସହିତ ଭିଜିଲାନ୍ସ ଅଧିକାରୀ ତାଙ୍କୁ ଗିରଫ କରିଥିଲେ। 

ଲାଞ୍ଚ ନେଇ ବିଦ୍ୟୁତ କର୍ମଚାରୀ ଗିରଫ

ଭୁବନେଶ୍ୱର: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବିଦ୍ୟୁତ କର୍ମଚାରୀ। ଗିରଫ ହୋଇଥିବା ବିଦ୍ୟୁତ କର୍ମଚାରୀ ଜଣକ ହେଉଛନ୍ତି ଖଣ୍ଡଗିରି ସବ ଷ୍ଟେସନରେ କାର୍ଯ୍ୟରତ କ୍ଲର୍କ ମଳୟ ପଟ୍ଟନାୟକ। ସ୍ଥାନୀୟ ଏକ ପମ୍ପ ହାଉସର ଚୌକିଦାର ଠାରୁ ଲାଞ୍ଚ ନେଉଥିବା ବେଳେ ନଗଦ ଟଙ୍କା ସହିତ ଭିଜିଲାନ୍ସ ଅଧିକାରୀ ତାଙ୍କୁ ଗିରଫ କରିଥିଲେ। 

ମିଳିଥିବା ସୂଚନା ମୁତାବକ ଡୁମୁଡୁମା ହାଉସିଂ ବୋର୍ଡ କଲୋନୀରେ ଥିବା ଏକ ପମ୍ପ ହାଉସର ଚୌକିଦାର ମୁରଲୀ ପ୍ରକାଶ ସାହୁଙ୍କୁ କାଗଜପତ୍ର କାର୍ଯ୍ୟ ପାଇଁ ମଳୟ ଲାଞ୍ଚ ମାଗି ଆସୁଥିଲେ। ଏନେଇ ମୁରଲୀ ଭିଜିଲାନ୍ସ କାର୍ଯ୍ୟାଳୟରେ ସୂଚନା ଦେଇଥିଲେ। ତେବେ ଆଜି ମୁରଲୀ ଲାଞ୍ଚ ଅର୍ଥକୁ ନେଇ ମଳୟଙ୍କ ନିକଟକୁ ତାଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ପୂର୍ବ ଯୋଜନା ଅନୁଯାୟୀ ସେଠାରେ ଭିଜିଲାନ୍ସ ଅଧିକାରୀମାନେ ପ୍ରସ୍ତୁତ ରହିଥିଲେ। 

ତେବେ ମୁରଲୀଙ୍କ ଠାରୁ ଏକ ହଜାର ଟଙ୍କା ସହିତ ନେଉଥିବା ବେଳେ ପ୍ରମାଣ ସହିତ ଭିଜିଲାନ୍ସ ମଳୟଙ୍କୁ ଗିରଫ କରିଥିଲା। ଏନେଇ ୨/୨୦୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହା ସହିତ ସେ ନେଇଥିବା ଏକ ହଜାର ଟଙ୍କାକୁ ମଧ୍ୟ ଭିଜିଲାନ୍ସ ଅଧିକାରୀ ଜବତ କରିଥିବା ଜଣାପଡ଼ିଛି।