ସୁସ୍ଥ ହେଲେ ଆଉ ଜଣେ କୋରୋନା ଆକ୍ରାନ୍ତ
Advertisement

ସୁସ୍ଥ ହେଲେ ଆଉ ଜଣେ କୋରୋନା ଆକ୍ରାନ୍ତ

ରିପୋର୍ଟ ନେଗେଟିଭ୍ ଆସିଥିବା ଆକ୍ରାନ୍ତ ଜଣକ କଳାହାଣ୍ଡିର । ସେ କଟକ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । 

ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: ରାଜ୍ୟରେ କୋରୋନାକୁ ନେଇ ଆସିଛି ଆଉ ଏକ ଖୁସି ଖବର । ପୂର୍ବରୁ ୧୨ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଆଜି ଅନ୍ୟ ଜଣେ ଆକ୍ରାନ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି । ଖୁବଶୀଘ୍ର ତାଙ୍କୁ ମଧ୍ୟ ଡିସଚାର୍ଜ କରାଯାଇପାରେ । 

ମିଳିଥିବା ସୂଚନା ମୁତାବକ, ରିପୋର୍ଟ ନେଗେଟିଭ୍ ଆସିଥିବା ଆକ୍ରାନ୍ତ ଜଣକ କଳାହାଣ୍ଡିର । ସେ କଟକ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଆଜି ତାଙ୍କ ରିପୋର୍ଟ ନେଗେଟିଭ ଆସିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜଣାଯାଇଛି । 

ସୂଚନାଯୋଗ୍ୟ, ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪ ଥିବା ବେଳେ ଏପର୍ଯ୍ୟନ୍ତ ୧୩ ଜଣ ସୁସ୍ଥ ହେଲେଣି ।  ଜଣେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା । ତେବେ ବର୍ତ୍ତମାନ ଆଉ ୪୦ ଜଣ କୋରୋନା ଭାଇରସ୍ ସହ ଲଢ଼େଇ କରୁଛନ୍ତି ।