ପ୍ରେମ ସପ୍ତାହରେ ଫୁଟିଲା ଗୁଳି, ଛାତ୍ରୀ ଗୁରୁତର
Advertisement

ପ୍ରେମ ସପ୍ତାହରେ ଫୁଟିଲା ଗୁଳି, ଛାତ୍ରୀ ଗୁରୁତର

ଭାଲେଣ୍ଟାଇନ୍‌ ୱିକ୍‌ରେ ରାଜଧାନୀରେ ଫୁଟିଲା ଗୁଳି ।

ପ୍ରେମ ସପ୍ତାହରେ ଫୁଟିଲା ଗୁଳି, ଛାତ୍ରୀ ଗୁରୁତର

ସରୋଜ ବେହେରା, ଭୁବନେଶ୍ୱର: ଭାଲେଣ୍ଟାଇନ୍‌ ୱିକ୍‌ରେ ରାଜଧାନୀରେ ଫୁଟିଲା ଗୁଳି । ଇନ୍‌ଫୋସିଟି ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା । ଫ୍ୟାସନ୍‌ ଡିଜାଇନିଂ ଛାତ୍ରୀ ସୋନାଲି ଦାସଙ୍କ ଉପରକୁ ହୋଇଛି ଗୁଳିମାଡ । ପୁରୁଷ ବନ୍ଧୁଙ୍କ ସହ ଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ଗୁଳି ମାଡ଼ କରି ଫେରାର ହୋଇଯାଇଥିବା ନେଇ ମିଳିଛି ସୂଚନା ।  

ଘଟଣାସ୍ଥଳରେ ଦୁଇ ରାଉଣ୍ଡ ଗୁଳି ଛାତ୍ରୀଙ୍କ ଗୋଡ଼ରେ ବାଜିଛି । ଗୁରୁତର ଅବସ୍ଥାରେ ତାଙ୍କୁ କଳିଙ୍ଗ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ୱାଭାବିକ ଥିବା ବେଳେ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି ପୋଲିସ । ତେବେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ନେଇ କମିଶନରେଟ ପୋଲିସ ସୂଚନା ଦେଇଛି ।

କ୍ଲାସ ସାରି ପୁରୁଷ ବନ୍ଧୁଙ୍କ ସହ ଘରକୁ ଫେରୁଥିବା ବେଳେ ବାଇକରେ ଆସି ଦୁଇ ଦୁର୍ବୃତ୍ତ କରିଛନ୍ତି ଗୁଳିମାଡ଼ । ଅତି ନିକଟରୁ ଫୁଟିଥିବା ଗୁଳି ଯୁବତୀଙ୍କ ଦୁଇ ଗୋଡ ଦେଇ ଆରପାର ହୋଇଯାଇଥିବା କୁହାଯାଉଛି । ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଥିବା ବେଳେ ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ୱାଭାବିକ ରହିଥିବା କହିଛନ୍ତି ହସ୍ପଟାଲ କର୍ତ୍ତୃପକ୍ଷ ।

ଘଟଣା ପଦାକୁ ଆସିବା ପରେ ଇନଫୋସିଟି ଓ ଚନ୍ଦ୍ରଶେଖରପୁର ଥାନା ହସ୍ପିଟାଲ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ଗୁଳିମାଡ ପରେ ଛାତ୍ରୀଙ୍କୁ ହସ୍ପିଟାଲ ନେଇ ଆସିଥିବା ତାଙ୍କ ପୁରୁଷ ବନ୍ଧୁଙ୍କୁ ନେଇ ଯାଞ୍ଚ ଆରମ୍ଭ କରିଛି ପୋଲିସ । ପୁରୁଷ ବନ୍ଧୁଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଘଟଣାରେ ପ୍ରେମ ବ୍ୟାପାରକୁ ନେଇ ଗୁଳିମାଡ ହୋଇଥିବା ନେଇ ପୋଲିସ ସନ୍ଦେହ କରିଥିବା ବେଳେ ଏଥିରେ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରାଯାଇଥିବା ନେଇ  କମିଶନରେଟ ପୋଲିସ ସୂଚନା ଦେଇଛି ।  

ମାତ୍ର ଛାତ୍ରୀଙ୍କୁ ଟାର୍ଗେଟ କରି ଗୁଳି କରାଯାଇନଥିବା ପୋଲିସ କହିଛି । ପ୍ରେମ ସପ୍ତାହରେ ଛାତ୍ରୀଙ୍କ ଉପରେ ଗୁଳିମାଡ ଘଟଣା ପରେ ଏବେ ଯୁବପିଢିଙ୍କ ମନରେ ଛନକା ପଶିଛି । ଆମ ପୋଲିସ, ଆମ ସୁରକ୍ଷା ସ୍ଲୋଗାନ ଦେଇଥିବା ପୋଲିସ କେତେ ସୁରକ୍ଷା ଦେଇପାରୁଛି ଏଭଳି ଘଟଣା ପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।