close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଗଞ୍ଜାମରେ ପୁଣି ଏକ ଏନକାଉଣ୍ଟର

ଏନକାଉଣ୍ଟରରେ ପି.ଶିବଶଙ୍କର ଦୋରା ଆହତ

ଗଞ୍ଜାମରେ ପୁଣି ଏକ ଏନକାଉଣ୍ଟର
ଗଞ୍ଜାମରେ ପୁଣି ଏକ ଏନକାଉଣ୍ଟର

ଗଞ୍ଜାମ: ପୁଣି ଥରେ ଗଞ୍ଜାମ ପୋଲିସର ଆଉ ଏକ ଏନକାଉଣ୍ଟର । ଏନକାଉଣ୍ଟରରେ ପି.ଶିବଶଙ୍କର ଦୋରା ଆହତ ହୋଇଛନ୍ତି । ଶିବଶଙ୍କରର ବାମ ଆଣ୍ଠୁରେ ଗୁଳି ବାଜିଥିବାବେଳେ, ତାକୁ ପ୍ରଥମେ ଆସ୍କା ମେଡିକାଲ ଏବଂ ପରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି । ଶିବଶଙ୍କର ନିକଟରୁ ଗୋଟିଏ ମାଉଜର,  ଦୁଇଟି ଅଫୁଟା ଗୁଳି, ଗୋଟିଏ ପିସ୍ତଲ ଏବଂ ଗୋଟିଏ ନମ୍ବର ବିହୀନ ବାଇକ ଜବତ କରିଛି ପୋଲିସ । ଶିବଶଙ୍କର ଦୋରା ନାମରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ରହିଛି । ଗତକାଲି ସନ୍ଧ୍ୟାରେ ବଳରାମ ସେଠି ନାମକ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ କରି ଫେରାର ହୋଇଯାଇଥିଲା ଶିବଶଙ୍କର।  ଗୁଳିବିନିମୟ ସମୟରେ  ଦୁଇ ଜଣ ପୋଲିସ କର୍ମୀ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି ।

ସେପଟେ ରାଜ୍ୟ ରାଜଧାନୀରେ ଯୁବକଙ୍କୁ ପିଟି ପିଟି ହତ୍ୟା କଲେ ଦୃବୁର୍ତ୍ତ। ଘଟଣା ଘଟିଛି ଭୁବନେଶ୍ୱର  ସୁନ୍ଦରପଦା ଅଂଚଳରେ । ମୃତକ ଜଣକ ହେଲେ ସୁନ୍ଦରପଦା ବିଡିଏ ଅଂଚଳର ଅମରେଶ ନାୟକ.. ଗତକାଲି କିଛି ଯୁବକ ସଂଘବଦ୍ଧ ଭାବେ ଅମରେଶକୁ ଆକ୍ରମଣ କରିଥିଲେ... ଫଳରେ ଘଟଣା ସ୍ଥଳରେ ହିଁ ଅମରେଶର ମୃତ୍ୟୁ ହୋଇଥିଲା। ତେବେ କାହିଁକି ଏଭଳି ହତ୍ୟା କାଣ୍ଡ ଘଟିଲା ଏପଯ୍ୟନ୍ତ ଜଣା ପଡ଼ିନାହିଁ ।