• ରାଜଧାନୀରେ ସାଧାରଣତନ୍ତ୍ର ଦିବସ ପାଳନ ବେଳେ ମିଡିଆକୁ ମନା
  • କୃଷୀ ଆଇନ, ଚାଷୀ ଆନ୍ଦୋଳନକୁ ନେଇ ବିଜେପି ଡ୍ରାମା କରୁଛି: କଂଗ୍ରେସ
  • ଟିକାକରଣ ଅଭିଯାନ: ସର୍ବଭାରତୀୟ ସ୍ତରରେ ଓଡ଼ିଶାର ସ୍ଥାନ ତୃତୀୟ
  • ୨୫ ତାରିଖ ସକାଳ ସୁଦ୍ଧା ୧୦ ଜିଲ୍ଲାକୁ ଘନ କୁହୁଡ଼ି ଆଶଙ୍କା
  • ଦିଲ୍ଲୀରେ ଲାଗିଲା 'ପାକିସ୍ତାନ ଜିନ୍ଦାବାଦ' ନାରା, ଆକ୍ସନରେ ପୋଲିସ
  • ଚାଷୀ ଆନ୍ଦୋଳନ: ରାଜଭବନ ସମ୍ମୁଖରେ କେନ୍ଦ୍ର ବିରୁଦ୍ଧରେ ବର୍ଷିଲେ କଂଗ୍ରେସ-ବାମପନ୍ଥୀ
  • ପୁରୀ ପୋଲିସ ବିଭାଗରେ ସାମାନ୍ୟ ଅଦଳବଦଳ
  • ଟାଉନଥାନା ଆଇଆଇସି ଉପେନ୍ଦ୍ର ପ୍ରଧାନଙ୍କୁ ଗୋପଥାନାକୁ ବଦଳି
  • ଟ୍ରାଫିକ ଆଇଆଇସି ଗୋକୁଳାନନ୍ଦ ପ୍ରଧାନଙ୍କୁ ଟାଉନଥାନାକୁ ବଦଳି
  • ସେହିପରି ଗୋପ ଥାନା ଆଇଆଇସି ସୁଧିର ସାହୁଙ୍କୁ ପୁରୀ ଟ୍ରାଫିକ ଥାନାକୁ ବଦଳି

୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଗିରଫ ହୋଇଥିବା ଯୁବକଙ୍କ ନାଁ ଶେଖ୍ ସରିଫ ବୋଲି ଜଣାପଡ଼ିଛି । 

୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ
ଫଟୋ ସୌଜନ୍ୟ: ଜୀ ମିଡିଆ

ଖୋର୍ଦ୍ଧା: କୋରୋନା ମହାମାରୀ ଭିତରେ ବି ଆକ୍ସନ ମୁଡରେ କଟକ ଅବକାରୀ ଗୁଇନ୍ଦା ବିଭାଗ । ଜଟଣୀ ବାଇପାସ ଛକ ନିକଟରୁ ୧୦୫ ଗ୍ରାମ ବ୍ରାଉନସୁଗର ଜବତ । ଘଟଣାରେ ଜଣେ ଅଭିଯୁକ୍ତକୁ ମଧ୍ୟ ଗିରଫ କରାଯାଇଛି । ଗିରଫ ହୋଇଥିବା ଯୁବକଙ୍କ ନାଁ ଶେଖ୍ ସରିଫ ବୋଲି ଜଣାପଡ଼ିଛି । 

ମିଳିଥିବା ସୂଚନା ମୁତାବକ, ବ୍ରାଉନସୁଗାର କାରବାର ନେଇ କୌଣସି ସୂତ୍ରରୁ ଅବକାରୀ ଗୁଇନ୍ଦା ବିଭାଗ ଖବର ପାଇଥିଲା । ପରେ ଚଢ଼ାଉ କରାଯାଇଥିଲା । ତେବେ ଜନଣୀ ବାଇପାସ ଛକରେ ଅଭିଯୁକ୍ତକୁ ଧରିଥିଲା ପୋଲିସ । ୧୦୫ ଗ୍ରାମ ବ୍ରାଉନସୁଗାର, ଏକ ପିସ୍ତଲ ଏବଂ ନଗଦ ୧୨ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି । ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୦ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ଅଧିକାରୀ ଜଗଦୀଶ ଚନ୍ଦ୍ର ସାମଲ କହିଛନ୍ତି ।

ତେବେ ଏହି କାରବାରରେ ଅନ୍ୟ କେଉଁମାନଙ୍କ ହାତ ଅଛି, ସେନେଇ ତଦନ୍ତ ଚାଲିଛି ।