ରାଜ୍ୟର ୧୭୮ ନମ୍ବର କୋରୋନା ଆକ୍ରାନ୍ତ ଚିହ୍ନଟ
Advertisement
Article Detail0/zeeodisha/odisha677284

ରାଜ୍ୟର ୧୭୮ ନମ୍ବର କୋରୋନା ଆକ୍ରାନ୍ତ ଚିହ୍ନଟ

ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି ।  ଏଥିମଧ୍ୟରୁ ୨୧ଟା ମାମଲା ସକ୍ରିୟ ରହିଛି । ସେହିପରି ୪ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: ଆଜି ସକାଳୁ ଗଞ୍ଜାମରୁ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ବାଲେଶ୍ୱରରୁ ଅନ୍ୟ ଏକ ମାମଲା ସାମ୍ନାକୁ ଆସିଛି । ସ୍ୱାସ୍ଥ୍ୟ ବିଭାଗର ୱେବସାଇଟ ତଥ୍ୟ ଅନୁଯାୟୀ, ଆକ୍ରାନ୍ତ ପୁରୁଷ ବୋଲି ସ୍ପଷ୍ଟ ହେଉଛି । ଏହାକୁ ମିଶାଇ ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି ।  ଏଥିମଧ୍ୟରୁ ୨୧ଟା ମାମଲା ସକ୍ରିୟ ରହିଛି । ସେହିପରି ୪ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟପଟେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୮କୁ ବୃଦ୍ଧି ପାଇଛି । ସେହିପରି ସକ୍ରିୟ ମାମଲା ୧୧୬ରେ ପହଞ୍ଚିଛି । 

ଆଜି ସକାଳୁ ସକାଳୁ ରାଜ୍ୟ ପାଇଁ ଖରାପ ଖବର ଆସିଥିଲେ । ଭୁବନେଶ୍ୱରର ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା । ତେବେ ସେ ମଧୁମେୟ ଏବଂ କିଡନୀ ରେଗରେ ମଧ୍ୟ ଆକ୍ରାନ୍ତ ଥିଲେ । ତେବେ ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ୨ ଜଣ କୋରୋନା ଯୋଗୁ ଜୀବନ ହାରିଛନ୍ତି । 

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୭୮ ମାମଲା ସାମ୍ନାକୁ ଆସିଛି । ଏମାନଙ୍କ ମଧ୍ୟରୁ ୧୨୮ ପୁରୁଷ ଏବଂ ୫୦ ଜଣ ମହିଳା ରହିଛନ୍ତି । ସେହିପରି ଯଦି ବୟସ ଅନୁସାରେ ଦେଖିବା, ତେବେ ୧୫ରୁ ୪୦ ବର୍ଷ ମଧ୍ୟରେ ସର୍ବାଧିକ ୮୮ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ୪୧ରୁ ୬୦ ବର୍ଷ ମଧ୍ୟରେ ୫୬ ଆକ୍ରାନ୍ତ, ୬୧ରୁ ଉର୍ଦ୍ଧ୍ୱ ବୟସର ୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ୧୪ ବର୍ଷରୁ କମ୍ ୧୩ଟି ମାମଲା ସାମ୍ନାକୁ ଆସିଛି । 

;