Advertisement
Article Detail0/zeeodisha/odisha671822
Zee OdishaBhubneshwarଓଡ଼ିଶାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦ ଛୁଇଁଲା

ଓଡ଼ିଶାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦ ଛୁଇଁଲା

ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ବାସୁଦେବପୁର ବ୍ଲକର ଅରଣ୍ଡୁଆ ଓ ବ୍ରାହ୍ମଣୀଗାଁ ପଞ୍ଚାୟତକୁ କେଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଛି ପ୍ରଶାସନ ।

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ । ଆକ୍ରାନ୍ତଙ୍କ ବୟସ ୪୦ ବର୍ଷ ବୋଲି ଜଣାପଡ଼ିଛି । ସେ ପଶ୍ଚିମବଙ୍ଗରୁ ଫେରିଥିଲେ । ନୂଆ କୋରୋନା ଆକ୍ରାନ୍ତ ଜଣକ ଭଦ୍ରକ ଜିଲ୍ଲାର । ତେବେ ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦ରେ ପହଞ୍ଚିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୱେବସାଇଟରେ ଏନେଇ ତଥ୍ୟ ପ୍ରକାଶ ପାଇଛି ।

ତେବେ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ବାସୁଦେବପୁର ବ୍ଲକର ଅରଣ୍ଡୁଆ ଓ ବ୍ରାହ୍ମଣୀଗାଁ ପଞ୍ଚାୟତକୁ କେଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଛି ପ୍ରଶାସନ । ପୁରା ଅଞ୍ଚଳକୁ ସିଲ କରିଦିଆଯାଇଛି । ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭଦ୍ରକ ଜିଲ୍ଲାରେ ୧୨ ଜଣ କୋରୋନା ରୋଗୀ ଚିହ୍ନଟ ହେଲେଣି । 

ଏଠାରେ ଆପଣଙ୍କୁ କହିରଖୁଛୁ, ରାଜ୍ୟରେ ଏପର୍ଯ୍ୟନ୍ତ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦ରେ ପହଞ୍ଚିଥିବା ବେଳେ ୩୩ ଜଣ ରୋଗୀ ସୁସ୍ଥ ହେଲେଣି । ସେହିପରି ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୫୬ ଜଣ ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । 

Add Zee News as a Preferred Source
About the Author