Advertisement
Article Detail0/zeeodisha/odisha664376
Zee OdishaBhubneshwarରାଜ୍ୟରେ ଆଉ ଜଣେ କୋରୋନା ଆକ୍ରାନ୍ତ

ରାଜ୍ୟରେ ଆଉ ଜଣେ କୋରୋନା ଆକ୍ରାନ୍ତ

ଆକ୍ରାନ୍ତଙ୍କ ସଂଖ୍ୟା ୪୦ରେ ପହଞ୍ଚିଲା

ରାଜ୍ୟରେ ଆଉ ଜଣେ କୋରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କୋରୋନା ଭାଇରସ ଧିରେ ଧିରେ ବଢିବାରେ ଲାଗିଛି। ଗତକାଲି ଗୋଟିଏ ଦିନରେ ୧୮ ଜଣ ବାହାରିଥିବା ବେଳେ ଆଜି ଆଉ ଜଣେ କୋରୋନା ଆକ୍ରାନ୍ତ ବାହାରିଥିବା ସୂଚନା ରହିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ ମାଧ୍ୟମରେ ସୂଚନା ଦେଇଛି।  

fallback

ବିଭାଗ ଦେଇଥିବା ସୂଚନା ମୁତାବକ ଏହି ଆକ୍ରାନ୍ତ ଜଣକଙ୍କ ବୟସ ୩୨ ଓ କେନ୍ଦ୍ରାପଡ଼ା ଜିଲ୍ଲାର ବୋଲି ଜଣାପଡ଼ିଛି। ଏହା ସହିତ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦ରେ ପହଞ୍ଚିଛି। ତେବେ ଏହି ଆକ୍ରାନ୍ତ ଜଣକ ନିକଟରେ ଦୁବାଇରୁ ଫେରିଥିବା ସୂଚନା ଦେଇଛି।  

Add Zee News as a Preferred Source

ସୂଚନା ଯୋଗ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ଭୁବନେଶ୍ୱରର ରହିଥିବା ନେଇ ସୂଚନା ରହିଛି। ଭୁବନେଶ୍ୱରରୁ ୩୨ ଜଣ ହୋଇଥିବା ବେଳେ ଭଦ୍ରକରୁ ୩ ଜଣ, ପୁରୀ, କେନ୍ଦ୍ରାପଡ଼ା, କଳାହାଣ୍ଡି, କଟକ ଓ ଯାଜପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ବାହାରିଥିବା ବିଭାଗ ସୂଚନା ଦେଇଛି।  

 

About the Author