ଆକ୍ରାନ୍ତଙ୍କ ସଂଖ୍ୟା ୪୦ରେ ପହଞ୍ଚିଲା
Trending Photos
ଭୁବନେଶ୍ୱର: ରାଜ୍ୟରେ କୋରୋନା ଭାଇରସ ଧିରେ ଧିରେ ବଢିବାରେ ଲାଗିଛି। ଗତକାଲି ଗୋଟିଏ ଦିନରେ ୧୮ ଜଣ ବାହାରିଥିବା ବେଳେ ଆଜି ଆଉ ଜଣେ କୋରୋନା ଆକ୍ରାନ୍ତ ବାହାରିଥିବା ସୂଚନା ରହିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ ମାଧ୍ୟମରେ ସୂଚନା ଦେଇଛି।
ବିଭାଗ ଦେଇଥିବା ସୂଚନା ମୁତାବକ ଏହି ଆକ୍ରାନ୍ତ ଜଣକଙ୍କ ବୟସ ୩୨ ଓ କେନ୍ଦ୍ରାପଡ଼ା ଜିଲ୍ଲାର ବୋଲି ଜଣାପଡ଼ିଛି। ଏହା ସହିତ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦ରେ ପହଞ୍ଚିଛି। ତେବେ ଏହି ଆକ୍ରାନ୍ତ ଜଣକ ନିକଟରେ ଦୁବାଇରୁ ଫେରିଥିବା ସୂଚନା ଦେଇଛି।
ସୂଚନା ଯୋଗ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ଭୁବନେଶ୍ୱରର ରହିଥିବା ନେଇ ସୂଚନା ରହିଛି। ଭୁବନେଶ୍ୱରରୁ ୩୨ ଜଣ ହୋଇଥିବା ବେଳେ ଭଦ୍ରକରୁ ୩ ଜଣ, ପୁରୀ, କେନ୍ଦ୍ରାପଡ଼ା, କଳାହାଣ୍ଡି, କଟକ ଓ ଯାଜପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ବାହାରିଥିବା ବିଭାଗ ସୂଚନା ଦେଇଛି।