ଓଡ଼ିଶାରେ କାୟା ମେଲାଉଛି କୋରୋନା ଭାଇରସ, କଳାହାଣ୍ଡିରେ କୋଭିଡ୧୯ ପଜିଟିଭ ଚିହ୍ନଟ
Trending Photos
)
ଭୁବନେଶ୍ୱର: ଆଜି ଓଡ଼ିଶାରେ ଚିହ୍ନଟ ହେଲେ ଆଉ ଜଣେ କୋରୋନା ପଜିଟିଭ । ବର୍ତ୍ତମାନ ଓଡ଼ିଶାରେ କୋରୋନା ପଜିଟିଭଙ୍କ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି । ୨୧ଜଣଙ୍କ ମଧ୍ୟର ୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ଓଡ଼ିଶାରେ ୧୯ଜଣ ଆକ୍ରାନ୍ତ ଥିବାବେଳେ ୨ଜଣ ସୁସ୍ଥ ହୋଇଛନ୍ତି । ଏହି ପଜିଟିଭ ବ୍ୟକ୍ତିଜଣଙ୍କ କଳାହାଣ୍ଡି ଜିଲ୍ଲାର ବୋଲି ଜଣା ପଡିଛି । ସେ ଲକ୍ ଡାଉନ ପୂର୍ବରୁ ବହରିନରୁ ଫେରିଛନ୍ତି । ତାଙ୍କ ବୟସ ୨୯ ବର୍ଷ । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।
One asymptomatic 29 years Male of Kalahandi district is tested positive for COVID-19 today. He has travel history to Bahrain.
— H & FW Dept Odisha (@HFWOdisha) April 4, 2020
ଆଜି ରାଜ୍ୟରେ ୩୦୪ଜଣଙ୍କ ସାମ୍ପୁଲ ପରୀକ୍ଷା କରାଯାଇଥିଲା । ୩୦୩ ଜଣଙ୍କର ରିପୋର୍ଟ ନେଗେଟିଭ ଆସିଥିବାବେଳେ ଜଣଙ୍କର ରିପୋର୍ଟ ପଜିଟିଭ ଆସିଛି । ଏହି ପଜିଟିଭ ବ୍ୟକ୍ତି କେତେ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି ଓ କାହା କାହା ସହିତ ମିଶିଛନ୍ତି ସେ ନେଇ ଆସନ୍ତାକାଲି ସୁଦ୍ଧା ସମସ୍ତ ତଥ୍ୟ ଟ୍ରେସ କରାଯିବ । ଗତକାଲି ଦିନରେ ୧୫ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିଲା ।