ଓଡ଼ିଶାରେ ଆଉ ଜଣେ କୋରୋନା ପଜିଟିଭ ଚିହ୍ନଟ, ପଜିଟିଭ ସଂଖ୍ୟା ୩କୁ ବୃଦ୍ଧି

ସାରା ବିଶ୍ୱରେ କୋରୋନା ନିଜର କାୟା ବିସ୍ତାର କରିବାରେ ଲାଗିଛି । ବର୍ତ୍ତମାନ ୨୦୦ରୁ ଉର୍ଦ୍ଧ୍ୱ ଦେଶକୁ ଏହି ସଂକ୍ରମଣ ବ୍ୟାପିଥିବାବେଳେ ଇଟାଲୀ ସବୁଠାରୁ ଡେନଜର ଜୋନରେ ରହିଛି । ଭାରତରେ ମଧ୍ୟ କୋରୋନା ପଜିଟିଭଙ୍କ ସଂଖ୍ୟା ବଢୁଥିବାବେଳେ ଓଡ଼ିଶାରେ ଆଜି ଆଉ ଜଣେ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ଓଡ଼ିଶାରେ କୋରୋନା ପଜିଟିଭଙ୍କ ସଂଖ୍ୟା

ଓଡ଼ିଶାରେ ଆଉ ଜଣେ କୋରୋନା ପଜିଟିଭ ଚିହ୍ନଟ, ପଜିଟିଭ ସଂଖ୍ୟା  ୩କୁ ବୃଦ୍ଧି

ଭୁବନେଶ୍ୱର: ସାରା ବିଶ୍ୱରେ କୋରୋନା ନିଜର କାୟା ବିସ୍ତାର କରିବାରେ ଲାଗିଛି । ବର୍ତ୍ତମାନ ୨୦୦ରୁ ଉର୍ଦ୍ଧ୍ୱ ଦେଶକୁ ଏହି ସଂକ୍ରମଣ ବ୍ୟାପିଥିବାବେଳେ ଇଟାଲୀ ସବୁଠାରୁ ଡେନଜର ଜୋନରେ ରହିଛି । ଭାରତରେ ମଧ୍ୟ କୋରୋନା ପଜିଟିଭଙ୍କ ସଂଖ୍ୟା ବଢୁଥିବାବେଳେ ଓଡ଼ିଶାରେ ଆଜି ଆଉ ଜଣେ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ଓଡ଼ିଶାରେ କୋରୋନା ପଜିଟିଭଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ଓଡ଼ିଶା ମୁଖପାତ୍ର ସୁବ୍ରୋତୋ ବାଗଚୀଙ୍କ ରିପୋର୍ଟ ମୁତାବକ ଓଡ଼ିଶାକୁ ରାଜ୍ୟ ତଥା ଦେଶ ବାହାରୁ ୮୦ ହଜାରରୁ ଉର୍ଦ୍ଧ୍ୱ ଲୋକ ଫେରିଛନ୍ତି । ଆଉ ସମସ୍ତଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବା ପାଇଁ ସରକାର ନିର୍ଦ୍ଧେଶ ଦେଇଛନ୍ତି । 

ତେବେ ଏ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବାବେଳେ ସାରା ଓଡ଼ିଶା ଲକ୍ ଡାଉନରେ ରହିଛି । ସଂକ୍ରମଣ ବ୍ୟକ୍ତି ଜଣଙ୍କ ଭୁବନେଶ୍ୱରର ବୋଲି ଜଣା ପଡ଼ିଥିବାବେଳେ ସେ କେତେ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି ତାହା ଖୋଳତାଡ଼ କରାଯିବ ।