ରାଜ୍ୟରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୨୪୫ ଛୁଇଁଲାଣି । ତେବେ ଏମାନଙ୍କ ମଧ୍ୟରୁ ସମୁଦାୟ ୬୩ ଜଣ ସୁସ୍ଥ ହେଲେଣି । ସେହିପରି ପୂର୍ବରୁ ୨ ଜଣଙ୍କ ମୃତ୍ୟୁ ହୋଇଥିଲା ।
Trending Photos
)
ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ଜଣେ କୋରୋନା ଆକ୍ରାନ୍ତ । ସୁସ୍ଥ ହୋଇଥିବା ଏହି ବ୍ୟକ୍ତ ଜଣକ ରାଉରକେଲାର । ସୁନ୍ଦରଗଡ଼ରେ ଏପର୍ଯ୍ୟନ୍ତ ୧୨ ମାମଲା ସାମ୍ନାକୁ ଆସିଛି । ତେବେ ଏହାରି ମଧ୍ୟରୁ ୬ ଜଣ ସୁସ୍ଥ ହେଲେଣି । ଅନ୍ୟ ୬ ଜଣଙ୍କ ଚିକିତ୍ସା ଚାଲିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
One more Covid patient of Rourkela has recovered and tested negative for #COVID19.
The recovered cases of #Odisha now stand at 63.
— H & FW Dept Odisha (@HFWOdisha) May 8, 2020
ସେହିପରି ରାଜ୍ୟରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୨୪୫ ଛୁଇଁଲାଣି । ତେବେ ଏମାନଙ୍କ ମଧ୍ୟରୁ ସମୁଦାୟ ୬୩ ଜଣ ସୁସ୍ଥ ହେଲେଣି । ସେହିପରି ପୂର୍ବରୁ ୨ ଜଣଙ୍କ ମୃତ୍ୟୁ ହୋଇଥିଲା । ଏବେ ଅନ୍ୟ ୧୮୦ ଜଣଙ୍କ ଚିକିତ୍ସା ଚାଲିଛି । ସର୍ବାଧିକ ଆକ୍ରାନ୍ତ ଯାଜପୁର ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ସେହିପରି ଆକ୍ରାନ୍ତଙ୍କ ମଧ୍ୟରେ ୧୯୩ ପୁରୁଷ ଏବଂ ୫୨ ମହିଳା ଅଛନ୍ତି ।
ଏବେ ନଜର ପକାଇବା ଜିଲ୍ଲାଗୁଡ଼ିକର ସ୍ଥିତି ଉପରେ । ରାଜ୍ୟରେ ସର୍ବାଧିକ କୋରୋନା ଆକ୍ରାନ୍ତ ଯାଜପୁରରେ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଏହି ସଂଖ୍ୟା ୫୫ ରହିଛି । ଦ୍ୱିତୀୟରେ ଖୋର୍ଦ୍ଧା(୫୦) ଓ ତୃତୀୟରେ ଗଞ୍ଜାମ(୪୭) ରହିଛି । ସେହିପରି ବାଲେଶ୍ୱରରେ ୨୭, ଭଦ୍ରକରେ ୨୩, ସୁନ୍ଦରଗଡ଼ରେ ୧୨, କେନ୍ଦ୍ରାପଡ଼ାରେ ୮, ଜଗତସିଂହପୁରରେ ୫, ମୟୁରଭଞ୍ଜରେ ୪ ଜଣ ଚିହ୍ନଟ ହୋଇଛନ୍ତି । କଟକ, କେନ୍ଦୁଝର, ଝାରସୁଗୁଡ଼ା, ବଲାଙ୍ଗୀର ଓ କଳାହାଣ୍ଡିରେ ୨ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କୋରାପୁଟ, ଦେବଗଡ଼, ଢେଙ୍କାନାଳ ଓ ପୁରୀରେ ଜଣେ ଲେଖାଁଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।