)
ଭୁବନେଶ୍ୱର: ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୯ରେ ପହଞ୍ଚିଛି । ତେବେ ଆଜି ଜଣେ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେ ବାଲେଶ୍ୱରର ବୋଲି ଜଣାପଡ଼ିଛି । ଆଉ ଏହାକୁ ମିଶାଇ ରାଜ୍ୟରେ ୬୧ ଜଣ କୋରୋନା ରୋଗୀ ସୁସ୍ଥ ହେଲେଣି । ସେହିପରି ୨ ଜଣଙ୍କ ମୃତ୍ୟୁ ହୋଇଛି । ଅର୍ଥାତ ଏବେ ୧୧୬ଟି କୋରୋନା ମାମଲା ସକ୍ରିୟ ରହିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି ।
One patient from Balasore has recovered and tested negative for #COVID19.
The recovered cases of #Odisha now stand at 61.
— H & FW Dept Odisha (@HFWOdisha) May 6, 2020
ବାଲେଶ୍ୱରରେ ଏପର୍ଯ୍ୟନ୍ତ ସମୁଦାୟ ୨୫ଟି ମାମଲା ସାମ୍ନାକୁ ଆସିଛି । ତେବେ ଆଜି ଜଣେ ଯେଉଁ ସୁସ୍ଥ ହୋଇଛନ୍ତି, ତାଙ୍କୁ ମିଶାଇ ୫ ଜଣ ଆକ୍ରାନ୍ତ ସୁସ୍ଥ ହେଲେଣି । ଅର୍ଥାତ ଏବେ ଜିଲ୍ଲାରେ ୨୦ ମାମଲା ସକ୍ରିୟ ରହିଛି । ସେହିପରି କୋରୋନା ଯୋଗୁ ଅଧିକ ପ୍ରଭାବିତ ହୋଇଛି ଯାଜପୁର । ଏପର୍ଯ୍ୟନ୍ତ ୫୪ ମାମଲା ସାମ୍ନାକୁ ଆସିଥିବା ବେଳେ ଜଣେ ମାତ୍ର ସୁସ୍ଥ ହୋଇଛନ୍ତି । ଅନ୍ୟ ୫୩ ଜଣଙ୍କ କୋଭିଡ ହସ୍ପିଟାଲରେ ଚିକିତ୍ସା ଚାଲିଛି ।
ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୭୯ ମାମଲା ସାମ୍ନାକୁ ଆସିଛି । ଏମାନଙ୍କ ମଧ୍ୟରୁ ୧୨୯ ପୁରୁଷ ଏବଂ ୫୦ ଜଣ ମହିଳା ରହିଛନ୍ତି । ସେହିପରି ଯଦି ବୟସ ଅନୁସାରେ ଦେଖିବା, ତେବେ ୧୫ରୁ ୪୦ ବର୍ଷ ମଧ୍ୟରେ ସର୍ବାଧିକ ୮୮ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ୪୧ରୁ ୬୦ ବର୍ଷ ମଧ୍ୟରେ ୫୬ ଆକ୍ରାନ୍ତ, ୬୧ରୁ ଉର୍ଦ୍ଧ୍ୱ ବୟସର ୨୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ୧୪ ବର୍ଷରୁ କମ୍ ୧୩ଟି ମାମଲା ସାମ୍ନାକୁ ଆସିଛି ।