Advertisement
Article Detail0/zeeodisha/odisha675870

ଝାରସୁଗୁଡ଼ାରେ ଆଉ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୦ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୫୬ ଜଣ ସୁସ୍ଥ ହେଲେଣି । 

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: ପୂର୍ବରୁ ଝାରସୁଗୁଡ଼ାରେ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ଅନ୍ୟ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ମାମଲା ଜଣେ ୪୦ ବର୍ଷୀୟା ମହିଳା ବୋଲି ସ୍ପଷ୍ଟ ହୋଇଛି । ଆକ୍ରାନ୍ତ ଜଣକ ପୂର୍ବ ମାମଲା ସଂସ୍ପର୍ଶରେ ଆସିଥିଲେ । ସେହିପରି ଆଜି ସକାଳୁ ଗଞ୍ଜାମ ଜିଲ୍ଲାରୁ ପ୍ରଥମ ଥର ପାଇଁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏସବୁକୁ ମିଶାଇ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୦ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୫୬ ଜଣ ସୁସ୍ଥ ହେଲେଣି । ପୂର୍ବରୁ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା । ଅର୍ଥାତ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୦୩ ରହିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । 

ତେବେ ଆଜି ଗଞ୍ଜାମରୁ ଚିହ୍ନଟ ୨ ଆକ୍ରାନ୍ତ ସୁରତ ଫେରନ୍ତା ବୋଲି କୁହାଯାଇଛି । ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୧୭ ବର୍ଷୀୟ ନାବାଳକ ଥିବା ବେଳେ ଅନ୍ୟ ଜଣେ ୨୨ ବର୍ଷୀୟ ଯୁବକ । ତେବେ ଏମାନେ ନିକଟ ଅତୀତରେ କେଉଁମାନଙ୍କ ସଂସ୍ପର୍ଶରେ ଆସିଥିଲେ, ସେନେଇ ଟ୍ରେସିଂ କରାଯାଉଛି । ଗ୍ରୀନ ଜୋନରେ ରହିଆସିଥିବା ଗଞ୍ଜାମରେ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ଏବେ ଚିନ୍ତା ବଢ଼ାଇଛି । 

 ସେହିପରି ଏପର୍ଯ୍ୟନ୍ତ ରାଜ୍ୟର ୧୬ ଜିଲ୍ଲାକୁ କୋରୋନା ପଶିଲାଣି । ସର୍ବାଧିକ ଆକ୍ରାନ୍ତ ଯାଜପୁର(୪୮)ରେ ଚିହ୍ନଟ ହୋଇଛନ୍ତି । ୪୭ ଆକ୍ରାନ୍ତଙ୍କ ସହ ଖୋର୍ଦ୍ଧା ୨ ୟ ସ୍ଥାନରେ ରହିଛି । ସେହିପରି ୨୦ ଆକ୍ରାନ୍ତଙ୍କ ସହ ବାଲେଶ୍ୱର ୩ୟ ସ୍ଥାନରେ ଅଛି । ଅନ୍ୟ ଜିଲ୍ଲା ଗୁଡ଼ିକ ମଧ୍ୟରେ ଭଦ୍ରକରୁ ୧୯, ସୁନ୍ଦରଗଡରୁ ୧୦, କଳାହାଣ୍ଡିର ୨, କେନ୍ଦ୍ରାପଡ଼ାରୁ ୨, ବଲାଙ୍ଗୀରରୁ ୨, କୋରାପୁଟ, ପୁରୀ, କଟକ, ଦେବଗଡ, କେନ୍ଦୁଝର, ଢେଙ୍କାନାଳରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 

About the Author