ରାଜ୍ୟରେ ଏପର୍ଯ୍ୟନ୍ତ ୨୯୧୦୮ ଜମଙ୍କ ନମୁନା ପରୀକ୍ଷା କରାଯାଇଛି । ଏମାନଙ୍କ ମଧ୍ୟରୁ ୧୧୯ଟି ମାମଲା ପଜିଟିଭ ରହିଛି ।
Trending Photos
ଭୁବନେଶ୍ୱର: ରାଜ୍ୟରେ ପୁଣି ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଭୁବନେଶ୍ୱରର । ତାଙ୍କ ବୟସ ୭୭ ବର୍ଷ । ୪୧ ନମ୍ବର କୋରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ସେ ଆସିଥିବା ଜଣାପଡ଼ିଛି । ତେବେ ଏହାକୁ ମିଶାଇ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୯ରେ ପହଞ୍ଚିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରୁ ଏନେଇ ସୂଚନା ମିଳିଛି ।
ତେବେ ସମସ୍ତ ୧୧୯ ଆକ୍ରାନ୍ତଙ୍କ ମଧ୍ୟରୁ ୩୮ ଜଣ ସୁସ୍ଥ ହୋଇସାରିଲେଣି । ପୂର୍ବରୁ ଜଣଙ୍କ ମୃତ୍ୟୁ ହୋଇଥିଲା । ଅର୍ଥାତ ଏବେ ୮୦ ଜଣ ରୋଗୀଙ୍କ ଚିକିତ୍ସା ଚାଲିଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରେ ୮୫ ଜଣ ପୁରୁଷ ରହିଥିବା ବେଳେ ୩୪ ଜଣ ମହିଳା ଅଛନ୍ତି ।
First Health Update, 29tth April, 2020
One positive in Bhubaneswar
77 Yrs MaleMadhusudan Nagar
Close relative of Case No. 41(Contact tracing and follow-up action is being done.)
Total Positive Case: 119
— I & PR Department, Odisha (@IPR_Odisha) April 29, 2020
ତେବେ ରାଜ୍ୟରେ ଏପର୍ଯ୍ୟନ୍ତ ୨୯୧୦୮ ଜମଙ୍କ ନମୁନା ପରୀକ୍ଷା କରାଯାଇଛି । ଏମାନଙ୍କ ମଧ୍ୟରୁ ୧୧୯ଟି ମାମଲା ପଜିଟିଭ ରହିଛି । ଅର୍ଥାତ ପରୀକ୍ଷା ହୋଇଥିବା ନମୁନାର ମାତ୍ର ୦.୪୧ ପ୍ରତିଶତ ପଜିଟିଭ ଆସିଛି ।