close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ସାବଧାନ ! ଅନଲାଇନ ଲାଇସେନ୍ସ ପାଇଁ ଆବେଦନ କରିଛନ୍ତି କି ?

ଗାଡି ଲାଇସେନ୍ସ ପାଇଁ ଆବେଦନ କରୁଛନ୍ତି କି ? ତେବେ ସାବଧାନ ହୋଇଯାଆନ୍ତୁ । ହୋଇପାରନ୍ତି ଠକାମିର ଶିକାର ।

ସାବଧାନ ! ଅନଲାଇନ ଲାଇସେନ୍ସ ପାଇଁ ଆବେଦନ କରିଛନ୍ତି କି ?
source: social media

ଭୁବନେଶ୍ୱର, ସରୋଜ ବେହେରା: ଗାଡି ଲାଇସେନ୍ସ ପାଇଁ ଆବେଦନ କରୁଛନ୍ତି କି ? ତେବେ ସାବଧାନ ହୋଇଯାନ୍ତୁ । ସବୁ ବୁଝିଶୁଝି ଆବେଦନ କରନ୍ତୁ ନ ହେଲେ ହୋଇପାରନ୍ତି ଆପଣ ଠକାମିର ଶିକାର । ଆପଣଙ୍କ ଗୋଟାଏ କ୍ଲିକରେ ଆକାଉଣ୍ଟରୁ ଚାଲିଯାଇପାରେ ଟଙ୍କା ।

ପରିବହନ କାର୍ଯ୍ୟାଳୟକୁ ଦଲାଲ ମୁକ୍ତ କରିବାକୁ ଚେଷ୍ଟା କରାଯାଇଛି । ହେଲେ ଏହାର ସୁବିଧା ନେଇଛନ୍ତି ଅନଲାଇନ ଠକ ।  ଆଉ ନିଜେ ପାଲଟି ଯାଇଛନ୍ତି ଅନଲାଇନ ଦଲାଲ । ଗୁଗଲ ଭଳି ସର୍ଚ ଇଂଜିନ ଲାଇସେନ୍ସ ପାଇଁ ଆବେଦନ କରିବା ପରେ ପ୍ରଥମରେ ହିଁ ଆସି ଯାଉଛି edrivinglicense.org, drivinglicence.digiseva.org, driving-licence.in ଭଳି କିଛି ୱେବ ପୋର୍ଟାଲ । ଏଥିରେ ନିଜ ସମସ୍ତ ତଥ୍ୟ ଭରିବା ପରେ  ଟଙ୍କା ଭରିବା ପାଇଁ ଖୋଲିଯାଉଛି ପେଜ୍ । ଆଉ ଟଙ୍କା ଭରି ଦେଲେ ଆକାଉଣ୍ଟରୁ ଚାଲିଯାଉଛି ୧୯୫୦ ଟଙ୍କା । ଏହା ପରେ ନାଁ ହେଉଛି କେଉଁ ପରିବହନ କାର୍ଯ୍ୟାଳୟରେ ଆବେଦନ ନା ଲୋକେ ପାଉଛନ୍ତି କୌଣସି ରସିଦ ।

ଭୁବନେଶ୍ୱରରେ ଏଭଳି ଠକାମିର ଶିକାର ହୋଇଛନ୍ତି କିଛି ଯୁବକ । ଅନଲାଇନ ଦଲାଲଙ୍କ ହାବୁଡାରେ ପଡିଥିବା ଏଭଳି ଜଣେ ଆବେଦନକାରୀ ହେଉଛନ୍ତି ଜ୍ଞାନ ରଂଜନ ଦାସ । ପରିବହନ ବିଭାଗରେ ହେଉଥିବା ଭିଡକୁ ଦେଖି ଅନଲାଇନ ଆବେଦନ କରିବାକୁ ଚାହିଁଥିଲେ ଜ୍ଞାନ ବାବୁ । ହେଲେ ଜାଣିନଥିଲେ ତାଙ୍କୁ ଏଭଳି ହଟହଟା ହେବାକୁ ପଡିବ । ଏବେ ଚିନ୍ତା ଯେ, କେଉଁଠି କରିବେ ଅଭିଯୋଗ । ଜ୍ଞାନ ବାବୁଙ୍କ ଭଳି ଆପଣ ମଧ୍ୟ ହୋଇପାରନ୍ତି ଠକାମିର ଶିକାର । ନୂଆ ପରିବହନ ନୀତି ଲାଗୁ ହେବା ପରେ ଆରଟିଓ କାର୍ଯ୍ୟାଳୟରେ ଠୁଳ ହେଉଥିବା ଦଲାଲଙ୍କ ରୋଜଗାର ଉପରେ ମାଡ ପଡିଥିଲା । ଟଙ୍କା ରୋଜଗାର ପାଇଁ ସେମାନେ ଆପାଣାଇଛନ୍ତି ନୂଆ ତରିକା । ଫେକ୍ ୱେବସାଇଟ କରି ଏବେ ହଜାର ହଜାର ଲୋକଙ୍କୁ ଏବେ ଠକିଚାଲିଛନ୍ତି ସାଇବର ଠକ ।

ସରକାର ପରବହନ ବିଭାଗକୁ ଦଲାଲମୁକ୍ତ କରିଦେଲେ ସତ ହେଲେ ଏଭଳି ଅନ ଲାଇନ ଠକଙ୍କଠାରୁ କିଭଳି ଲେକେ ବର୍ତିବେ ତାହାର କୌଣସି ରାସ୍ତା ବାହାର କରିନାହାନ୍ତି ସରକାର ବୋଲି ଲୋକେ ଅଭିଯୋଗ କରିଛନ୍ତି । ସେପଟେ ଏଭଳି ୱେବସାଇଟକୁ ନେଇ ସାଇବର ଏକ୍ସପର୍ଟ ମଧ୍ୟ ନିଜ ମତ ରଖିଛନ୍ତି ।  ୱେବସାଇଟର ପ୍ରଥମରୁ ଦେଖିଲେ ଏହା କେନ୍ଦ୍ର ସରକାରଙ୍କ ନିଜ ୱେବସାଇଟ ଭଳି ଦେଖାଯାଉଛି । ଲୋକଙ୍କ ମନରେ ବିଶ୍ୱାସ  ଜନ୍ମାଇବା ପାଇଁ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ରହିଥିବା ବେଳେ ସ୍ୱଚ୍ଛ ଭାରତ ଓ ଡିଜିଟାଲ ଇଣ୍ଡିଆ ଭଳି ଲୋଗୋ ରହିଛି ।  କେବଳ ସେତିକି ନୁହଁ ଭଲ କରି ଯାଞ୍ଚ କରିବା ପରେ ଏହା ମାତ୍ର ୨୩ ଦିନ ପରେ ତିଆରି କରାଯାଇଥିବା ଜଣାପଡୁଛି । କେବଳ ସେତିକି ନୁହଁ ବହୁତ ଚାଲାକି କରି ଏଥିରେ ଲୋକଙ୍କ ଡାଟା ମଗାଯାଉଛି । ଫଳରେ ଲୋକଙ୍କୁ ଠକେଇ କରିବାରେ ଠକଙ୍କୁ ଆହୁରି ସୁବିଧା ହୋଇଯାଉଛି ବୋଲି ବିଶେଷଜ୍ଞ ଚିରାଗ ରଥ ମତ ପ୍ରକାଶ କରିଛନ୍ତି ।

 

ଏହି ୱେବସାଇଟ କେଉଁଠୁ ତିଆରି କରାଯାଇଛି ଜଣାପଡୁନଥିବା ବେଳେ ଏଥିରେ ସ୍ପଷ୍ଟଭାବେ ବେସରକାରୀ ସଂସ୍ଥା ଦ୍ୱାରା ତିଆରି କରାଯାଇଥିବା ମଧ୍ୟ ଉଲ୍ଲେଖ ରହିଛି ।  ହେଲେ ଏ ସବୁ କିଭଳି ବୈଷୟିକ ଜ୍ଞାନକୌଶଳ ମନ୍ତ୍ରଣାଳୟ ତଥା ଏନଆଇସି ଭଳି ସଂସ୍ଥା ଜାଣିପାରୁନାହାନ୍ତି  ନାଁ ଏମାନେ ଅପେକ୍ଷା କରିଛନ୍ତି ଏଭଳି ଠକ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଲା ପରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚେଷ୍ଟା କରିବେ ।