ସୋମବାର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରୁ ସର୍ଚ୍ଚ ୱାରେଣ୍ଟ ଆଣି ମଙ୍ଗଳବାର ପ୍ରତାପ କୁମାର ସାମଲଙ୍କ ଘରେ ରେଡ୍ କରାଯାଇଛି। ଦୀର୍ଘ ଦିନ ଧରି ଭିଜିଲାନ୍ସ ଓଡିଶା ପୋଲିସ ହଉସିଂ କର୍ପୋରେସନ ଡେପୁଟି ମ୍ୟାନେଜର ପ୍ରତାପଙ୍କ ଉପରେ ନଜର ରଖିଥିଲା।
Trending Photos
ଭୁବନେଶ୍ୱର: ଓଡିଶା ପୋଲିସ ହଉସିଂ କର୍ପୋରେସନ ଡେପୁଟି ମ୍ୟାନେଜର ପ୍ରତାପ କୁମାର ସାମଲଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ଚଢ଼ାଉ କରିଛି। ଏକକାଳିନ ବିଭିନ୍ନ ଜିଲ୍ଲାର ୧୨ଟି ସ୍ଥାନରେ ଚଢ଼ାଉ କରାଯାଇଛି। ରେଡରେ ଜଣେ ଅତିରିକ୍ତ ଏସପି, ୫ ଡ଼ିଏସପି ଓ ୭ ଇନସ୍ପେକ୍ଟର ଚଢ଼ାଉରେ ସାମିଲ ଥିଲେ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରତାପ ସାମଲଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି।
ସୋମବାର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରୁ ସର୍ଚ୍ଚ ୱାରେଣ୍ଟ ଆଣି ମଙ୍ଗଳବାର ପ୍ରତାପ କୁମାର ସାମଲଙ୍କ ଘରେ ରେଡ୍ କରାଯାଇଛି। ଦୀର୍ଘ ଦିନ ଧରି ଭିଜିଲାନ୍ସ ଓଡିଶା ପୋଲିସ ହଉସିଂ କର୍ପୋରେସନ ଡେପୁଟି ମ୍ୟାନେଜର ପ୍ରତାପଙ୍କ ଉପରେ ନଜର ରଖିଥିଲା। ସେ ଦୁର୍ନୀତିରେ ଲିପ୍ତ ଥିବା ନେଇ ସନ୍ଦେହ କରି ଭିଜିଲାନ୍ସ ପ୍ରମାଣ ଜୁଟାଉ ଥିଲା ଓ ଶେଷରେ ମଉକା ଦେଖି ପ୍ରତାପଙ୍କ ଭୁବନେଶ୍ୱରସ୍ଥିତ ଘର ସମେତ ଅନ୍ୟାନ୍ୟ ଜିଲ୍ଲାରେ ଥିବା ତାଙ୍କ ସମ୍ପର୍କୀୟ ଘରେ ମଧ୍ୟ ରେଡ୍ କରିଛି।
Also Read: ଦିଲ୍ଲୀରେ ଆଠ ଦେଶର NSAଙ୍କ ମହାମିଳନ; ଆସିବେନି ଚୀନ, ପାକିସ୍ତାନ
ପ୍ରତାପଙ୍କ ଭୁବନେଶ୍ୱର ଆଇଆରସି ଭିଲେଜରେ ଥିବା ୩ ମହଲା ଘର, ଜୟଦେବ ବିହାରରେ ଥିବା ୬ ମହଲା କୋଠା, ଖଣ୍ଡଗିରି ଏକ ମହଲା ବିଶିଷ୍ଟ ଘର, ଜୟଦେବବିହାର ନରେନ୍ଦ୍ର ଭିଲା ଅପର୍ଟମେଂରେ ଏକ ଫ୍ଲାଟ, ଭଦ୍ରକ ବସୁଦେବପୁରରେ ୩ ମହଲା ବିଶିଷ୍ଟ ଆପାର୍ଟମେଂଟ, ବାଲେଶ୍ୱରର ହରିପୁରସ୍ଥିତ ପୈତୃକ ଘର ସହ ଓଡିଶା ପୋଲିସ ହଉସିଂ କର୍ପୋରେସନ ଅଫିସରେ ଭିଜିଲାନ୍ସ ଚଢ଼ଉ କରିଛି। ଚଢଉ ବେଳେ ଛାତ ଉପରୁ ପେଟି ଭିତରୁ ପୁଳା ପୁଳା ଟଙ୍କା ଜବତ ହୋଇଛି।
ପ୍ରତାପ ସାମଲଙ୍କ ନୟାପଲି ଘରୁ ୩୦ ଲକ୍ଷ ଟଙ୍କା ଜବତ କରାଯାଇଛି। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ପ୍ରତାପଙ୍କ ବିଭିନ୍ନ ଘରୁ ଭିଜିଲାନ୍ସ ୧୧ଟି ବ୍ୟାଙ୍କ ଆକାଉଣ୍ଟ, ୩୮ ଲକ୍ଷ ୩୭ ହଜାର ଟଙ୍କା, ଅଧ କିଲୋ ସୁନା, ଦାମୀ ଗାଡି ଠାବ କରିଛି। ଏହାସହ ଭୁବନେଶ୍ୱର ବିଭିନ୍ନ ସ୍ଥାନରେ ଏକାଧିକ ପ୍ଲଟ ଓ ବ୍ୟାଙ୍କ ଲକର ଠାବ ହୋଇଛି। ଗୋଠପାଟଣାରେ ପ୍ରତାପଙ୍କ ସ୍ତ୍ରୀ ନାମରେ ଗୋଟିଏ ୫ ମହଲା କୋଠା ଥିବା ବି ସୂଚନା ମିଳିଛି। ସେପଟେ ପ୍ରତାପଙ୍କ ଓଲିଉଡ୍ ଲିଙ୍କ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
Also Read: ଜୀବନ ନେଉଛି ମାନସିକ ଅବସାଦ; ରେକର୍ଡ ସ୍ତରରେ ଆତ୍ମହତ୍ୟା ମାମଲା, ସର୍ବାଧିକ ବେପାରୀ ହାରିଲେ ପ୍ରାଣ
OPHWCର କୁବେର ଡେପୁଟି ମ୍ୟାନେଜର ପ୍ରତାପ ପୂର୍ବରୁ ଦୁଇଟି ଫିଲ୍ମରେ ପ୍ରଯୋଜନା କରିଛନ୍ତି। ୨୦୦୩ ମସିହାରେ ମୁକ୍ତିଲାଭ କରି ଥିବା ଫିଲ୍ମ ‘ନାରୀ ଆଖିରେ ନିଆଁ’ରେ ସେ କାର୍ଯ୍ୟକାରୀ ପ୍ରଯୋଜକ ଥିଲେ। ଏହା ବ୍ୟତୀତ ୨୦୦୫ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ବାଜି’ରେ ପ୍ରତାପଙ୍କ ପତ୍ନୀ ସସ୍ମିତା ସାମଲ ଅନ୍ୟତମ ପ୍ରଯୋଜକ ଥିଲେ। ନିକଟରେ ରମେଶ ବାରିକଙ୍କ ସହ ମିଶ ପ୍ରତାପ ଏକ ଓଡିଆ ଫିଲ୍ମକୁ ପ୍ରଯୋଜନା କରୁଥିବା ଖବର ମିଳିଛି। ଏହି ଫିଲ୍ମରେ ଅଭିନେତା ଅମ୍ଳାନ ମୁଖ୍ୟଭୂମିକାରେ ଅଛନ୍ତି।