ଜଗତସିଂହପୁର ନାବାଳିକା ଦୁଷ୍କର୍ମ ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ
Advertisement

ଜଗତସିଂହପୁର ନାବାଳିକା ଦୁଷ୍କର୍ମ ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ

ନଭେମ୍ୱର ୨୨ରେ ଗୃହ ବିଭାଗର ଖର୍ଚ୍ଚ ଦାବିର ଉତ୍ତର ରଖିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ନାରୀ ନିର୍ଯ୍ୟାତନା ପ୍ରସଙ୍ଗରେ ରାଜନୀତି ହେବା ଉଚିତ ନୁହେଁ । ଏହାଦ୍ୱାରା ସମସ୍ୟାର ସମାଧାନ ହୁଏନାହିଁ । ବିରୋଧିଙ୍କ ଉଙ୍ଗିତ କରି ଏଭଳି କହିଥିଲେ ମୁଖ୍ୟମନ୍ତ୍ରୀ । ସୋମବାର ତାର ପାଲଟା ଜବାବ ଗୃହରେ ରଖିଛନ୍ତି ବିରୋଧି ।

ଜଗତସିଂହପୁର ନାବାଳିକା ଦୁଷ୍କର୍ମ ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ

ଯଯାତି ମହାନ୍ତି, ଭୁବନେଶ୍ୱର:ଜଗସିଂହପୁରରେ ନାବାଳିକା ଦୁଷ୍କର୍ମ ଘଟଣା ଭଲି ବର୍ବୋରଚିତ କାଣ୍ଡ କ୍ଵଚିତ୍ । ଏହା ଦିଲ୍ଲୀରେ ଘଟିଥିଲେ ସମଗ୍ର ଦେଶ ଦୋହଲି ଯାଇଥାଆନ୍ତା । ଓଡ଼ିଶାର ପଲ୍ଲୀରେ ଘଟି ଥିବାରୁ ଦୃଷ୍ଟିକୁ ଆସିଲା ନାହିଁ । ଏଭଲି ସ୍ଥିତିରେ ମୁଖ୍ୟମନ୍ତ୍ରୀ କହୁଛନ୍ତି, ନାରୀ ନିର୍ଯ୍ୟାତନା ଆଲୋଚନା ଅପମାନ । ତେଣୁ ମୁଖ୍ୟମନ୍ତ୍ରୀଙ୍କର ପଦରେ ରହିବାର ନୈତିକ ଅଧିକାର ନାହିଁ । ଶୂନ୍ୟକାଳରେ ଏପରି କିଛି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

ନଭେମ୍ୱର ୨୨ରେ ଗୃହ ବିଭାଗର ଖର୍ଚ୍ଚ ଦାବିର ଉତ୍ତର ରଖିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ନାରୀ ନିର୍ଯ୍ୟାତନା ପ୍ରସଙ୍ଗରେ ରାଜନୀତି ହେବା ଉଚିତ ନୁହେଁ । ଏହାଦ୍ୱାରା ସମସ୍ୟାର ସମାଧାନ ହୁଏନାହିଁ । ବିରୋଧିଙ୍କ ଉଙ୍ଗିତ କରି ଏଭଳି କହିଥିଲେ ମୁଖ୍ୟମନ୍ତ୍ରୀ । ସୋମବାର ତାର ପାଲଟା ଜବାବ ଗୃହରେ ରଖିଛନ୍ତି ବିରୋଧି ।

ବିରୋଧି ଦଳ ନେତା କହିଛନ୍ତି, ଗୃହ ବିଭାଗର ଖର୍ଚ୍ଚ ଦାବି ପାରିତ ସମୟରେ ମୁଖ୍ୟମନ୍ତ୍ରୀ ଦେଉଥିବା ଅଭିଭାଷଣ ବାହାରକୁ ଗଲା କେମିତି? କିଏ ଭାଇରଲ କଲା ? ବିଜୁ ଜନତା ଦଳର ହ୍ଵାଟ୍ସଆପରେ ଏହା ଭାଇରାଲ କରାଯାଇଛି । ତେଣୁ ବାଚସ୍ପତି ଏହା ରୁଲିଂ ଦିଅନ୍ତୁ ବୋଲି ଦାବି କଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ଏହା ଉପରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମାଲିକଙ୍କ ପ୍ରତିକ୍ରିୟା ରଖିଛନ୍ତି । 

ମୁଖ୍ୟମନ୍ତ୍ରୀଙ୍କ ବିବରଣୀ ଓ ନାରୀ ନିର୍ଯ୍ୟାତନା ପ୍ରସଙ୍ଗରୁ ତ ରାଜ୍ୟ ସରକାର ଅଣଦେଖା କରୁ ନାହାନ୍ତି । ବାଚସ୍ପତି କହିଛନ୍ତି ଯାଞ୍ଚ କରିବେ, ପରେ ଆଲୋଚନା ହେବ । ବିରୋଧୀ ଏପରି ଗୃହ ବନ୍ଦ କରିବାର ଲାଭ କଣ? ଯେବେ ବିରୋଧୀ କହିବେ କଣ ବାଚସ୍ପତି ରୁଲିଂ ଦେବେ ଓ ମନ୍ତ୍ରୀ ଉତ୍ତର ଦେବେ?