ସିଏଜି ରିପୋର୍ଟକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ

ସଦ୍ୟ ପ୍ରକାଶିତ ସିଏଜି ରିପୋର୍ଟକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ୮୩୬ଟି ବ୍ୟକ୍ତିଗତ ଜମାଖାତାରେ ୧୩ହଜାର ୫୦୯କୋଟି ଟଙ୍କା ଖର୍ଚ୍ଚ ନ ହୋଇ ପଡ଼ି ରହିଛି । ଅର୍ଥ ବିଭାଗ ଏହାର ସମୀକ୍ଷା କରିବା ଦରକାର ବୋଲି ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି । 

ସିଏଜି ରିପୋର୍ଟକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ
ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: ସଦ୍ୟ ପ୍ରକାଶିତ ସିଏଜି ରିପୋର୍ଟକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ୮୩୬ଟି ବ୍ୟକ୍ତିଗତ ଜମାଖାତାରେ ୧୩ହଜାର ୫୦୯କୋଟି ଟଙ୍କା ଖର୍ଚ୍ଚ ନ ହୋଇ ପଡ଼ି ରହିଛି । ଅର୍ଥ ବିଭାଗ ଏହାର ସମୀକ୍ଷା କରିବା ଦରକାର ବୋଲି ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି । 

ସେହିପରି ରାଜ୍ୟ ସରକାର ଆରମ୍ଭ କରିଥିବା ୧୫ଟି ଯୋଜନାରେ ବ୍ୟୟବରାଦ ହୋଇଥିଲେ ମଧ୍ୟ ଟଙ୍କାଟିଏ ବି ଖର୍ଚ୍ଚ ହୋଇପାରିଲାନି । ଯେଉଁ ଅର୍ଥ ସରକାର ଖର୍ଚ୍ଚ କରିଛନ୍ତି, ତାର ବିନିଯୋଗ ପ୍ରମାଣ ପତ୍ର ଦେବାରେ ବି ବିଳମ୍ବ ହୋଇଛି । ୨୦୧୭-୧୮ରେ ୨୧ହଜାର ୭୮୦କୋଟି ଅନୁଦାନ ମିଳିଥିବା ବେଳେ ଏହାର ୭୫ ପ୍ରତିଶତ ଅର୍ଥାତ ୧୬ହଜାର ୩୯୧କୋଟି ଟଙ୍କାର ୟୁସି ଦେଇପାରିନଥିଲେ । 

୩୫ଟି ବିଭାଗରେ ମୋଟ ୩୮ ହଜାର ୪୨୭କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ଏବେ ବି ଦାଖଲ ହୋଇନାହିଁ । ସିଏଜିଙ୍କ ଏଭଳି ରିପୋର୍ଟକୁ ନେଇ ସରକାରଙ୍କୁ ବିରୋଧି ସମାଲୋଚନା କରିଛନ୍ତି । ସରକାର ସ୍ଥାଣୁ ଓ ଅପରାଗ ବୋଲି ବିଜେପି କହିଛି . ସେହିପରି ଅର୍ଥ ନାହିଁ ବୋଲି ଚିକ୍ତାର କରୁଥିବା ସରକାର କୋଟି କୋଟି ଟଙ୍କାର ଅନୁଦାନ ଖର୍ଚ୍ଚ କରି ନ ପାରିବା ସରକାରଙ୍କ ପାରିବାପଣିଆକୁ ଦର୍ଶାଉଛି ବୋଲି କଂଗ୍ରେସ କହିଛି । 

ଏହାର ଜବାବରେ ବିଜେଡ଼ି କହିଛି, କେନ୍ଦ୍ର ସରକାର ଠିକ୍ ସମୟରେ ଅର୍ଥ ନଦେଲେ ଖର୍ଚ୍ଚ ବି ବିଳମ୍ବ ହେବ । ମେ ମାସର ଅନୁଦାନ ଡ଼ିସେମ୍ବରରେ, ନଭେମ୍ବର ମାସର ଅନୁଦାନ ମାର୍ଚ୍ଚରେ ଦେଇ ଶୀଘ୍ର ଖର୍ଚ୍ଚ କରିବାକୁ ବାଧ୍ୟ କରାଯାଉଛି । ଓଡ଼ିଶା ସରକାର ମିଛ ସାର୍ଟିଫିକେଟ ଦେଇ ବାହାବା ନେବାକୁ ଚାହିଁନାହିଁ । ତେଣୁ କେନ୍ଦ୍ର ସରକାରଙ୍କ ଆଡ଼କୁ ବଲ୍ ଫିଙ୍ଗିବାକୁ ଚେଷ୍ଟା କରିଛନ୍ତି ବିଜେଡ଼ି ବିଧାୟିକା ପ୍ରମିଳା ମଲ୍ଲିକ ।

ଆହୁରି ପଢନ୍ତୁ; Expiry date ସରିନି, ଫିଙ୍ଗି ଦେଲେ ଲକ୍ଷାଧିକ ଟଙ୍କାର ଔଷଧ