ତ୍ରିରଙ୍ଗା ତଳେ ଶପଥ ନେଲେ ବିରୋଧୀ
Advertisement

ତ୍ରିରଙ୍ଗା ତଳେ ଶପଥ ନେଲେ ବିରୋଧୀ

ସାଧାରଣତନ୍ତ୍ର ଦିବସରେ ସିଏଏ ତାତି

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ମଳୟ ମହାନ୍ତି, ଭୁବନେଶ୍ୱର: ସିଏଏ, ଏନଆରସି ଏବଂ ଏନପିଆର ଭଳି ଆଇନକୁ ବିରୋଧ କରି ସାଧାରଣତନ୍ତ୍ର ଦିବସରେ କଂଗ୍ରେସ ସମେତ ବାମପନ୍ଥୀ ଦଳଗୁଡ଼ିକ ସମ୍ବିଧାନ ରକ୍ଷା ପାଇଁ ଶପଥ ନେଇଛନ୍ତି । କଂଗ୍ରେସ ଭବନରେ ପିସିସି ସଭାପତି ଜାତୀୟ ପତାକା ଉତ୍ତୋଳନ କରିବା ସହ ସମସ୍ତ କଂଗ୍ରେସ ନେତା ଓ କର୍ମୀଙ୍କୁ ସମ୍ବିଧାନ ରକ୍ଷା ପାଇଁ ଶପଥ ପାଠ କରାଇଛନ୍ତି । ଧର୍ମ ଆଧରରେ ଦେଶକୁ ବିଭାଜନ କରୁଥିବା ବିଜେପିର କାର୍ଯ୍ୟକଳାପ ଯୋଗୁ ସମ୍ବିଧାନ ସଙ୍କଟରେ ଥିବା କହିଛନ୍ତି ନିରଞ୍ଜନ । 

ସେହିପରି ବାମପନ୍ଥୀ ଦଳଗୁଡ଼ିକ ମଧ୍ୟ ସମ୍ବିଧାନ ବଞ୍ଚାଅ-ଦେଶ ବଞ୍ଚାଅ ନାରା ଦେଇ ଜାତୀୟ  ପତାକା ତଳେ ଶପଥ ନେଇଛନ୍ତି । ଆଗାମୀ ଦିନରେ ସମ୍ବିଧାନକୁ ରକ୍ଷା କରିବା ପାଇଁ ସମଗ୍ର ରାଜ୍ୟରେ ବ୍ୟାପକ କାର୍ଯ୍ୟକ୍ରମ କରିବାକୁ ଶପଥ ନିଆଯାଇଛି । 

ଅନ୍ୟପକ୍ଷରେ ବିରୋଧୀଙ୍କ  ଏଭଳି କାର୍ଯ୍ୟକଳପକୁ ବିଜେପି ନିନ୍ଦା କରିଛି । ଦେଶର ବିକାଶ ଏବଂ ହିତ ପାଇଁ କେନ୍ଦ୍ରର ବିଜେପି ସରକାର ସମସ୍ତ ପଦକ୍ଷେପ ନେଉଥିବା କହିଛି ଓଡ଼ିଶା ବିଜେପି । ଏପରିକି ବିରୋଧୀଙ୍କ ଅସାମ୍ବିଧାନିକ କାର୍ଯ୍ୟ ପାଇଁ ଭାରତବାସୀ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି ।  ଖାସ ଏଥିପାଇଁ ପାଣି ବିନା ମାଛ ଯେମିତି ଛଟପଟ ହୁଏ ସେମିତି ବିରୋଧୀମାନେ କ୍ଷମତା ବିନା ଛଟପଟ ହେଉଥିବା ରାଜ୍ୟ ବିଜେପି କଟାକ୍ଷ କରିଛି । 

ଆହୁରି ପଢ଼ନ୍ତୁ; ୧୧ ନମ୍ବରରେ ଆସି ଆଖି ଝଲସେଇ ଦେଲା ଓଡ଼ିଶା...