ଶୀତକାଳୀନ ଅଧିବେଶବନ ଆଗୁଆ ବନ୍ଦ ହେବାରୁ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ

କଂଗ୍ରେସ ମଧ୍ୟ ବିଜେପି ସହ ସ୍ୱର ମିଳାଇଛି । ଗୃହର କିଛି କାର୍ଯ୍ୟ ନଥିବାରୁ ଗୃହକୁ ଆଗୁଆ ବନ୍ଦ କରାଗଲା ବୋଲି ସରକାରଙ୍କ ସଫେଇଳୁ କଂଗ୍ରେସ ସହଜରେ ଗ୍ରହଣ କରିପାରିନାହିଁ । ବିରୋଧିଙ୍କ ଏଭଳି ଅଭିଯୋଗର ଜବାବ ରଖିଛି ଶାସକ ବିଜେଡ଼ି । 

ଶୀତକାଳୀନ ଅଧିବେଶବନ ଆଗୁଆ ବନ୍ଦ ହେବାରୁ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ
ଫାଇଲ ଫଟୋ

ଭୁବନେଶ୍ୱର: ନିର୍ଦ୍ଧାରିତ ସମୟ ପୂର୍ବରୁ ବିଧାନସଭା ଶୀତକାଳୀନ ଅଧିବେଶନ ବନ୍ଦ କରିବା ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ବିଧାୟକ ଦଳର ଉପନେତା ବିଷ୍ଣୁ ସେଠୀ । ଏହାକୁ ଅଗଣତାନ୍ତ୍ରିକ ଓ ରାଜ୍ୟ ସ୍ୱାର୍ଥ ବିରୋଧି ବୋଲି ବିଜେପି ଏକ ସାମ୍ବାଦିକ ସମ୍ମିଳନୀରେ କହିଛି । ଡ଼ିସେମ୍ବର ୧୯ ଯାଏଁ ଚାଲିବାକୁ ଥିବା ବିଧାନସଭା ଅଧିବେଶନ ୧୭ଟି କାର୍ଯ୍ୟଦିବସ ପୂର୍ବରୁ ବନ୍ଦ କରାଯାଇଛି । 

କଂଗ୍ରେସ ମଧ୍ୟ ବିଜେପି ସହ ସ୍ୱର ମିଳାଇଛି । ଗୃହର କିଛି କାର୍ଯ୍ୟ ନଥିବାରୁ ଗୃହକୁ ଆଗୁଆ ବନ୍ଦ କରାଗଲା ବୋଲି ସରକାରଙ୍କ ସଫେଇଳୁ କଂଗ୍ରେସ ସହଜରେ ଗ୍ରହଣ କରିପାରିନାହିଁ । ବିରୋଧିଙ୍କ ଏଭଳି ଅଭିଯୋଗର ଜବାବ ରଖିଛି ଶାସକ ବିଜେଡ଼ି । ରୁଲ୍ ଅଫ୍ ପ୍ରସ୍ୟୁଡ଼ର ଅନୁସାରେ ଗୃହର କୌଣସି କାର୍ଯ୍ୟ ନଥିବାରୁ ଗୃହ ମୁଲତବୀ କରାଯାଇଛି ବୋଲି ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ।

ଅଧିବେଶନ ଡ଼ିସେମ୍ବର ୧୯ ଯାଏଁ ଥିଲା । ଗୃହରେ କୌଣସି କାର୍ଯ୍ୟ ନାହିଁର ଆଳ ଦେଖାଇ ଗୃହକୁ ଆଗୁଆ ବନ୍ଦ କରିଦେବା ଉଚିତ ହୋଇନାହିଁ । ଯଦି ଆଗୁଆ ବନ୍ଦ କରିବାର ଥିଲା, ତାହାଲେ ମାସକ ଆଗରୁ ବିଜ୍ଞପ୍ତ କାହିଁକି ପ୍ରକାଶ କରୁଥିଲେ । ମାତ୍ର ୧୩ ଦିନ ଗୃହ ଚଲାଇଲେ । ଆଗରୁ ବିଧାନସଭା ବର୍ଷକରେ ୯୦ ଦିନ ଚାଲୁଥିଲା । ଏବେ ବିଜେଡ଼ି ସରକାର ଏହାକୁ ୬୦ ଦିନ କରିଦେଲେ । ତାହା ବି ଠିକ୍ ଢଙ୍ଗରେ ଚାଲୁନାହିଁ । ଏଭଳି ମର୍ମରେ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ଉପରେ ବର୍ଷିଛନ୍ତି ବିଷ୍ଣୁ ସେଠୀ । 

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ମଧ୍ୟ ବିଜେପି ସହ ସ୍ୱର ମିଳାଇଛନ୍ତି । ଗୃହରେ ରାଜ୍ୟର ସ୍ୱାର୍ଥ ପ୍ରସଙ୍ଗରେ ଅନେକ ଗୁଡ଼ିଏ ଆଲୋଚନା ହୋଇପାରିଥାନ୍ତ । ହେଲେ ସରକାର ପଛଘୁଞ୍ଚା ଦେଲେ ବୋଲି କଂଗ୍ରେସ କହିଛି ।

ବିରୋଧିଙ୍କ ଅଭିଯୋଗର ଜବାବ ରଖିଛି ଶାସକ ବିଜେଡ଼ି । ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ବିରୋଧିଙ୍କ ଏଭଳି ଅଭିଯୋଗ ଅମୂଳକ ବୋଲି କହିଛନ୍ତି । ସାମ୍ବିଧାନିକ ବିଧି ବ୍ୟବସ୍ଥା ଦ୍ୱାରା ସମସ୍ତଙ୍କ ସହମତିରେ ଗୃହ କାର୍ଯ୍ୟ ବନ୍ଦ କରାଯାଇଛି ବୋଲି ପ୍ରମିଳା କହିଛନ୍ତି । ଏପରିକି ବିରୋଧିଙ୍କୁ ଆକ୍ଷେପ ପ୍ରମିଳା କହିଛନ୍ତି । ଯଦି ବିରୋଧିଙ୍କ ପାଖରେ କିଛି ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଥିଲା, ଏହାକୁ ବାଚସ୍ପତିଙ୍କ ନଜରକୁ ଆଣିଥିଲେ, ଏହା ମଧ୍ୟ ଆଲୋଚନା ହୋଇଥାନ୍ତା । ବିରୋଧି ଯେଉଁ ସବୁ ପ୍ରସଙ୍ଗ ଉଠାଇଛନ୍ତି, ସେସବୁ ଉପରେ ଗୃହରେ ବିସ୍ତୃତ ଭାବେ ଆଲୋଚନା ହୋଇଛି ।

ନଭେମ୍ବର ୧୩ରୁ ଡ଼ିସେମ୍ବର ୧୯ ଯାଏଁ ବିଧାନସଭାର ଶୀତ ଅଧିବେଶନ ଚାଲିବାର ଥିଲା । ଏଥର ଅଧିବେଶନରେ ଅତିରିକ୍ତ ବଜେଟ ସହ ୫ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ମଧ୍ୟ ପାରିତ ହୋଇଛି ।