Advertisement
Article Detail0/zeeodisha/odisha876130

ଆକାଶରୁ ବର୍ଷୁଛି ନିଆଁ; ଭୀଷଣ ଗ୍ରୀଷ୍ମ ପ୍ରବାହ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବା ସହ ସ୍ବାଭାବିକ ଠାରୁ ୪-୬ ଡିଗ୍ରୀ ଉଚ୍ଚରେ ରହିବ।

ଆକାଶରୁ ବର୍ଷୁଛି ନିଆଁ; ଭୀଷଣ ଗ୍ରୀଷ୍ମ ପ୍ରବାହ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ଆକାଶରୁ ହେଉଛି ଅଗ୍ନି ବର୍ଷା। ଆଉ ପଦାକୁ ବାହାରିଲେ ମୁହଁ ପୋଡିଯାଉଛି। ରାଜ୍ୟ ରାଜଧାନୀରେ ଏପରି ସ୍ଥିତି ଉପୁଜିଛି। ସକାଳ ୧୧ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁହଁ ହାତ ଖରା ତାଉରେ ସିଝି ଗଲା  ଭଳି ଲାଗୁଛି। ସେପଟେ ଆହୁରି ୪୮ ଘଣ୍ଟା ତତଲା କଡେଇରେ ଭାଜି ହେବ ରାଜ୍ୟ।

ରାଜ୍ୟରେ ଗତ କିଛି ଦିନ ଧରି କ୍ରମାଗତ ଭାବେ ପାରଦ ବଢିବାରେ ଲାଗିଛି। ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ ଅନୁଯାଇ ଆସନ୍ତାକାଲି ସକାଳ ସାଢେ ୮ଟା ମଧ୍ୟରେ ୨୧ ଜିଲ୍ଲା ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେଓଗଡ, ଅନୁଗୁଳ, ଢେଙ୍କାନାଳ, କେଉଁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, ନୟାଗଡ, ଖୋର୍ଦ୍ଧା, ସୋନପୁର, ବୌଦ୍ଧ, କନ୍ଧମାଳ, ବଲାଙ୍ଗିର,କଳାହାଣ୍ଡି, ନୂଆପଡା ଆଦି ଜିଲ୍ଲାରେ ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ (Severe Heatwave) ନେଇ ଅରେଞ୍ଜ ୱାର୍ଣ୍ଣିଂ (Orange Warning) ଜାରି କରାଯାଇଛି। 

Also Read: ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ୱାର୍ଣ୍ଣିଂ ଜାରି

Add Zee News as a Preferred Source

 

ଏହା ସହ ଆସନ୍ତକାଲି ମଧ୍ୟ ଏହି ସମାନ ୨୧ ଜିଲ୍ଲାକୁ ଅଂରେଜ ୱାର୍ଣ୍ଣିଂ ଜାରି ହୋଇଛି। ବୃଦ୍ଧ, ଶିଶୁ, ଅସୁସ୍ଥ ବ୍ୟକ୍ତି ବିଶେଷ ଧ୍ୟାନ ଦେବା ସହ ଟାଣ ଖରାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ଦିନର ସର୍ବୋଚ୍ଚ ତାପମାତ୍ରା ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବା ସହ ସ୍ବାଭାବିକ ଠାରୁ ୪-୬ ଡିଗ୍ରୀ ଉଚ୍ଚରେ ରହିବ। ଏହା ପରେ ଧିରେ ଧିରେ ୨-୪ ଡିଗ୍ରୀ ପର୍ଯ୍ୟନ୍ତ ଖସିବାର ସମ୍ଭାବନା ରହିଛି। ସେପଟେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଆଣ୍ଡାମାନ ସାଗର (Andaman Sea) ଠାରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି।

Also Read: ଆଗକୁ ଆହୁରି ବଢିବ ତାପମାତ୍ରା; ଗ୍ରୀଷ୍ମ ଲହରୀ ନେଇ ୟେଲୋ ୱାର୍ଣ୍ଣିଂ ଜାରି

 

ଯାହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆହୁରି ସକ୍ରିୟ ହୋଇ କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ଅବପାତ (Depression) ରୂପ ନେବ। ଓଡିଶାରେ ଏହାର କୌଣଶି ପ୍ରଭାବ ନଥିବା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଆସନ୍ତା ୨ ତାରିଖ ଅପରାହ୍ନରୁ ପାଗରେ ପରିବର୍ତ୍ତନ ହୋଇ କାଳବୈଶାଖି (Thunderdtorm) ନେଇ ଦକ୍ଷିଣ ଉପକୂଳବର୍ତ୍ତୀ ଜିଲ୍ଲା (South Coastal District) ପାଇଁ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି କରାଯାଇଛି। ସେହିପରି ଆସନ୍ତା ୨୪ ଘଣ୍ଟାରେ ୪୦-୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଥିବାରୁ ଏହି  ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ପ୍ରବେଶ ନେଇ ବାରଣ କରାଯାଇଛି। 

About the Author