• ଅନୁଭବ ବର୍ଷା ବିବାଦ ମାମଲା ,ଜିଲ୍ଲା ଜଜ୍ କୋର୍ଟ କୁ ଗଲେ ଅନୁଭବ ମହାନ୍ତି
  • ଘରୋଇ ହିଂସା ମାମଲାରେ ଏସଡିଜେଏମ କୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ମାମଲା ଦାୟର କରିଲେ ଅନୁଭବ
  • ଘରୋଇ ହିଂସା ମାମଲାରେ ଏସଡିଜେଏମ କୋର୍ଟ ର ଦ୍ୱାରସ୍ଥ ହୋଇଥିଲେ ପତ୍ନୀ ବର୍ଷା
  • ରାୟଗଡ଼ାରେ ମୃଦୁ ଭୂମିକମ୍ପ,ରିକ୍ଚର ସ୍କେଲରେ ତୀବ୍ରତା ୩,୨ ରେକର୍ଡ
  • ରାଜ୍ୟରେ ପୁଣି ଦୈନିକ କୋରୋନା ସଂକ୍ରମଣ ୨ ହଜାର ଟପିଲା
  • ୨୪ ଘଣ୍ଟାରେ ୨ ହଜାର ୯୮୯ ନୂଆ ଆକ୍ରାନ୍ତ ଚିହ୍ନଟ
  • ସୁନ୍ଦରଗଡ଼ରୁ ସର୍ବାଧିକ ୬୩୧ ପଜିଟିଭ୍ ଚିହ୍ନଟ
  • ଦିନକରେ ଦେଶରେ ୨,୦୦,୭୩୯ ନୂଆ କୋରୋନା ଆକ୍ରାନ୍ତ, ୧,୦୩୮ ମୃତ
  • ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୪୦,୭୪,୫୬୪ କୁ ବୃଦ୍ଧି
  • ସୁସ୍ଥ ହେଲେଣି ୧,୨୪,୨୯,୫୬୪, ସକ୍ରିୟ ସଂକ୍ରମିତ ୧୪,୭୧,୮୭୭, ମୃତ୍ୟୁ ଲକ୍ଷେ ୭୩ ପାର୍

ସକାଳୁଆ ସ୍କୁଲକୁ ଖରା ଅଡୁଆ

ସକାଳ ୭ରୁ ୯ ଟା ଯାଏଁ ନବମ ଓ ଏକାଦଶ ଏବଂ ୯ଟାରୁ ୧ଟା ପର୍ଯ୍ୟନ୍ତ ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ପାଠପଢା ହୋଇଛି ।

ସକାଳୁଆ ସ୍କୁଲକୁ ଖରା ଅଡୁଆ

ଶାନ୍ତସ୍ବରୂପ ରାଉତ, ଭୁବନେଶ୍ବର: ଆଜିଠାରୁ ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ ଆରମ୍ଭ ହୋଇଛି । ସକାଳ ୭ଟାରୁ ଦିନ ଗୋଟାଏ ଯାଏଁ ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ନେଇ ପୂର୍ବରୁ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶାନାମା ଅନୁଯାୟୀ ପାଠପଢା ହୋଇଛି । ସକାଳ ୭ରୁ ୯ ଟା ଯାଏଁ ନବମ ଓ ଏକାଦଶ ଏବଂ ୯ଟାରୁ ୧ଟା ପର୍ଯ୍ୟନ୍ତ ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ପାଠପଢା ହୋଇଛି ।

ତେବେ ଦିନ ଗୋଟାଏ ଢୁ ଢୁ ଖରା ସମୟରେ ଦଶମ ଓ ଦ୍ବାଦଶ ଛାତ୍ରଛାତ୍ରୀ ମାନେ ଘରକୁ କିପରି ଫେରିବେ ସେନେଇ ଶିକ୍ଷକ ସଂଘ ଓଷ୍ଟା (OSSTA) ପକ୍ଷରୁ ବିରୋଧ କରାଯାଇଛି । ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିସାରିଲାଣି । ଏବେରୁ ତତଲା କଡେଇରେ ରାଜ୍ୟର ଅଧିକାଂଶ ସହର ଭାଜି ହେଉଛି । ତେଣୁ କୋଭିଡ (Covid) ସାଙ୍ଗକୁ ଖରା ଓ ଅଂଶୁଘାତ ପ୍ରତିକାର ସ୍ବରୂପ ଗଣଶିକ୍ଷା ବିଭାଗ (Mass Education Department) ପକ୍ଷରୁ ଆଜିର ପରିବର୍ତ୍ତିତ ସମୟରେ ଆହୁରି ପରିବର୍ତ୍ତନ କରିବାକୁ ଦାବି ହୋଇଛି । ସକାଳ ୬.୩୦ରୁ ଦିନ ୧୧ଟା ୩୦ ପର୍ଯ୍ୟନ୍ତ ନବମରୁ ଦ୍ବାଦଶ ପର୍ଯ୍ୟନ୍ତ ପାଠପଢା କରିବାକୁ ସେମାନେ ନିବେଦନ କରିଛନ୍ତି ।

ସକାଳୁଆ ସ୍କୁଲକୁ ଖରା ଅଡୁଆ

Also Read: ଲିଙ୍ଗରାଜରେ ହେବ ଜାଗର ଯାତ୍ରା, କେଉଁମାନେ ଯିବେନି ମନ୍ଦିର ଜାଣନ୍ତୁ !

ସେପଟେ ଭଦ୍ରକ ଜିଲ୍ଲା ଗସ୍ତରେ କିଛି ସ୍କୁଲ (School) ପରିଦର୍ଶନ କରି ସକାଳୁଆ ପାଠପଢାକୁ ଅନୁଧ୍ୟାନ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ।ଏବେ ସକାଳୁଆ ସ୍କୁଲରେ ଖରା ଅଡୁଆକୁ ନେଇ ବିଚାରବିମର୍ଷ କରି ନିଷ୍ପତ୍ତି ନିଆଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି । ଅପରପଟେ ବାରମ୍ବାର ସ୍କୁଲ ପାଠପଢା ସମୟ ବଦଳିଲେ ୧୦୦ ଦିନିଆ ପାଠପଢ଼ା କଣ୍ଟରେ ବାଧା ଉପୁଜିବାର ସମ୍ଭାବନା ରହିଛି । ଏବେ ଅପେକ୍ଷା ଆଗାମୀ ଦିନରେ ବିଭାଗ କି ପଦକ୍ଷେପ ନେଉଛି । 

Edited: Zee Odisha Desk