• ଆଜି ରାଜ୍ୟରେ ହେବନି କୋରୋନା ଟିକାକରଣ
  • ରାଜ୍ୟର ୮୫% କୋଭିଡ ଯୋଦ୍ଧା ନେଲେ କୋରୋନା ଟିକା
  • ଚିଲିକା, ଗହୀରମଥା ଓ ଭିତରକନିକାରେ ଆଜିଠାରୁ ଡଲଫିନ ଗଣନା
  • ଭୁବନେଶ୍ୱରସ୍ଥିତ ୫ଟି ସ୍କୁଲ ବୁଲିଲେ 5T ସଚିବ ଭି.କେ.ପାଣ୍ଡିଆନ
  • ସୁନ୍ଦରଗଡ଼ ବାହିୟାମ ଗାଁରେ ମାଆର ତଣ୍ଟି କାଟିଲା ପୁଅ
  • ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୨୦.୨୯ ଲକ୍ଷକୁ ବୃଦ୍ଧି
  • ଜାମ୍ମୁ ଓ କାଶ୍ମୀରର କାଟ୍ରାରେ ୪.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ
  • ଆସନ୍ତାକାଲି ଖୋଲିବ ଘଟଗାଁ ତାରିଣୀ ମନ୍ଦିର
  • ସମ୍ବଲପୁରରେ ନକଲି ସର୍ଫ କାରଖାନା ଠାବ
  • ମନବଦଳାଇଲା ହ୍ୱାଟସଆପ୍, ମେ' ୧୫ ପର୍ଯ୍ୟନ୍ତ ପ୍ରାଇଭେସି ପଲିସିରେ ଲାଗିଲା ରୋକ୍

ଆଜି ନଭେମ୍ୱର ୨୧ ତାରିଖରେ ପ୍ରକାଶ ପାଇବ ଓଟିଇଟି ପରୀକ୍ଷାଫଳ!

ଅଫିସିଆଲ ୱେବସାଇଟ bseodisha.nic.inରେ ପ୍ରକାଶ ପାଇବ ପରୀକ୍ଷାଫଳ

ଆଜି ନଭେମ୍ୱର ୨୧ ତାରିଖରେ ପ୍ରକାଶ ପାଇବ ଓଟିଇଟି ପରୀକ୍ଷାଫଳ!
file photo

ଭୁବନେଶ୍ୱର: ଗୁରୁବାର ଦିନ ୧୨ଟା ପରେ ପ୍ରକାଶ ପାଇବ ଓଡ଼ିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ ୨୦୧୯ (OTET)ପରୀକ୍ଷା ଫଳ । ଅଫିସିଆଲ ୱେବସାଇଟ bseodisha.nic.inରେ ପ୍ରକାଶ ପାଇବ ପରୀକ୍ଷାଫଳ । ପରୀକ୍ଷାର୍ଥୀ ନିଜର ରେଜିଷ୍ଚ୍ରେସନ ନମ୍ୱର ଓ ଡେଟ ଅଫ ବାର୍ଥ ଜରିଆରେ ନିଜର ପରୀକ୍ଷାଫଳ ଜାଣି ପାରିବେ । 

ପ୍ରଥମଥର ପାଇଁ ଅନଲାଇନରେ ଓଟିଇଟି ପରୀକ୍ଷା କରାଯାଇଥିବାବେଳେ ସିଲାବସ ବାହାରୁ ପ୍ରଶ୍ନ ଆସିଥିଲା ଓ କିଛି ପ୍ରଶ୍ନ ବିକୃତ ଭାଷାରେ ଆସିଥିଲା । ଏପରିକି ଉତ୍ତରପତ୍ରରେ ମଧ୍ୟ ବ୍ୟାପକ ତ୍ରୁଟି ଦେଖାଯାଇଥିଲା । ଏଣୁ ଅକ୍ଟୋବର ୨୨ ତାରିଖ ଦିନ ଏଥିପାଇଁ ଲୋକସେବା ଭବନରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ତ୍ରୁଟି ସଂପର୍କରେ ଅନୁଧ୍ୟାନ କରାଯାଇଥିଲା । ଅନୁଧ୍ୟାନ ପରେ ତୁରନ୍ତ ନଭେମ୍ବର ୨୧ ତାରିଖ ମଧ୍ୟରେ ତ୍ରୁଟିଶୂନ୍ୟ ପରୀକ୍ଷାଫଳ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ଶିକ୍ଷାମନ୍ତ୍ରୀ ସମୀର ଦାସ । ଏପରିକି ପରୀକ୍ଷାରେ କାହିଁକି ତ୍ରୁଟି ହେଲା ଏବଂ ତ୍ରୁଟି ଯୋଗୁଁ ଗ୍ରେସ ମାର୍କ ଦିଆଯିବ କି ନାହିଁ ଏ ସବୁ ସଂପର୍କରେ ତଦନ୍ତ କରି ସମାଧାନ କରିବାକୁ କଣ୍ଡକ୍ଟିଂ ବୋର୍ଡକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା । ତ୍ରୁଟି ଯୋଗୁ ରି-ଚେକିଂ ପାଇଁ ଆବେଦନ କରିଥିବା ୫ ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କଠାରୁ ଆଦାୟ କରାଯାଇଥିବା ୫୦୦ ଟଙ୍କା ଲେଖାଏଁ ଫେରାଇବାକୁ ନିଷ୍ପତ୍ତି ହୋଇଥିବା ସ୍କୁଲ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଥିଲେ ।

କିପରି ପାଇବେ ରେଜଲ୍ଟ

  • ପ୍ରଥମେ ଅଫିସିଆଲ ୱେବସାଇଟ bseodisha.nic.in କୁ ଯାଆନ୍ତି
  • ୱେବସାଇଟରେ ଥିବା ରେଜଲ୍ଟ ଅପସନ ଉପରେ କ୍ଲିକ କରି ନିଜର ରୋଜିଷ୍ଟ୍ରେସନ ନମ୍ୱର ଓ ଡେଟ ଅଫ ବାର୍ଥ ଦିଅନ୍ତୁ
  • ଏହା ପରେ ଆପଣ ପାଇପାରିବେ ନିଜର ପରୀକ୍ଷାଫଳ