• ପଂଚାୟତ ନିର୍ବାଚନ ପୂର୍ବରୁ ଦକ୍ଷିଣାଞ୍ଚଳରେ ଭୁଶୁଡ଼ିଛି କଂଗ୍ରେସ ଦୁର୍ଗ
  • ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହେଲ୍‌ଥ୍‌ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ମହାଲିଙ୍ଗ ସନ୍‌ସାଇନ୍‌ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା
  • ଭବାନୀପାଟଣା ସ୍ଥିତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଘରକୁ ଅଣ୍ଡାମାଡ଼
  • ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅଣ୍ଡାମାଡ଼ କଲେ ଯୁବ କଂଗ୍ରେସ କର୍ମୀ
  • ମାମଲାରେ ମନ୍ତ୍ରୀଙ୍କ ନାଁ ଆସିଥିବାରୁ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି
  • ପିଲାଙ୍କୁ ଟିକା ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା
  • ପିଲାମାନଙ୍କୁ ୨ଟି ଡୋଜରେ ଟିକାକରଣ କରିବା ପାଇଁ ପରାମର୍ଶ ଅଛି
  • ଏନେଇ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଭିଡିଓ କନଫରେନ୍ସିଂରେ ତାଲିମ ଦିଆଯିବ
  • ଯେଉଁ ସମୟରେ ନିର୍ଦ୍ଦେଶ ଆସିବ ତୁରନ୍ତ ଟିକାକରଣ କାର୍ଯ୍ୟ ଆରମ୍ଭ କରିବୁ

ପାଣିପାଗରେ ପରିବର୍ତ୍ତନ, ଋୁତୁଚକ୍ରରେ ବିଭ୍ରାଟ୍; ଦଶନ୍ଧି ତଳର ସନ୍ଦେହ ହେଉଛି କି ସତ?

ବିଗତ କିଛି ବର୍ଷରେ ପାଣିପାଗ କିମ୍ବା ଜଳବାୟୁରେ ହେଉଥିବା ପରିବର୍ତ୍ତନକୁ ଅନୁମାନ କଲେ ଦଶନ୍ଧି ତଳର ସନ୍ଦେହ ଏବେ ବାସ୍ତବ ରୂପ ନେଉଛି।

ପାଣିପାଗରେ ପରିବର୍ତ୍ତନ, ଋୁତୁଚକ୍ରରେ ବିଭ୍ରାଟ୍; ଦଶନ୍ଧି ତଳର ସନ୍ଦେହ ହେଉଛି କି ସତ?

ଭୁବନେଶ୍ୱର: ବଦଳୁଛି ପାଣିପାଗ ବଦଳୁଛି ଜଳବାୟୁ। ସାମ୍ପ୍ରତିକ ପରିସ୍ଥିତିରେ ବର୍ତ୍ତମାନର ପରିବେଶରେ ପାଣିପାଗ ଜନିତ ନିୟାମକ ପରିବର୍ତ୍ତନ ହେବାରେ ଲାଗିଛି। ବିଗତ ୧୦ ବର୍ଷ ତଳ ହୋଇଥିବା ସନ୍ଦେହ ଏବେ ସତରେ ପରିଣତ ହୋଇଛି। ପାଣିପାଗ କିମ୍ବା ଜଳବାୟୁରେ ହେଉଥିବା ପରିବର୍ତ୍ତନ ଲକ୍ଷଣ ଯଥା ଅତିବୃଷ୍ଟି ଓ ଅନାବୃଷ୍ଟି ଫଳରେ ଅଦିନିଆ ବର୍ଷା, ବନ୍ୟା, ବାତ୍ୟା, ମରୁଡି ଭଳି ପ୍ରାକୃତିକ ଦୁର୍ବିପାକ ଏବେ କୃତ୍ରିମ ଉପାୟରେ ଦାଉ ସାଧୁଛି। 

ଏ ଦିଗରେ ଗବେଷଣା ପାଇଁ ଯୋଜନା ଚାଲିଥିବା ବେଳେ ପ୍ରତିକୂଳ ପାଗ ଅନୁଯାୟୀ ଭିନ୍ନ ଭିନ୍ନ ଛୋଟ ବଡ କିସମର ଫସଲ ଚାଷ ପ୍ରତି ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଛି ଓଡି଼ଶା କୃଷି ଓ ବୈଷୟିକ ବିଦ୍ୟାଳୟ (Odisha University of Agriculture & Technology) ଓୟୁଏଟି (OUAT)। ସେପଟେ କୃଷି ବିଶେଷଜ୍ଞଙ୍କ ମତରେ ଏନେଇ ସାମୂହିକ ଆକ୍ସନ ପ୍ଲାନ୍ କାର୍ଯ୍ୟକାରୀ ହେବା ଦରକାର। 

Also Read: ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଠ ପଢିବେ ମହାବିଦ୍ୟାଳୟ ଛାତ୍ରଛାତ୍ରୀ

ପାଣିପାଗର ବଡ ପରିବର୍ତ୍ତନ, ଋୁତୁ ଚକ୍ରରେ ବିଭ୍ରାଟ୍, ଦଶନ୍ଧି ତଳର ସନ୍ଦେହ ହେଉଛି ସତ! ବିଗତ କିଛି ବର୍ଷରେ ପାଣିପାଗ କିମ୍ବା ଜଳବାୟୁରେ ହେଉଥିବା ପରିବର୍ତ୍ତନକୁ ଅନୁମାନ କଲେ ଦଶନ୍ଧି ତଳର ସନ୍ଦେହ ଏବେ ବାସ୍ତବ ରୂପ ନେଉଛି। ଦିନକୁ ଦିନ ବଦଳୁଛି ସ୍ଥିତି ଆଉ ଋୁତୁ, ମାସ, ପାଗ ମଧ୍ୟରେ ରହୁନାହିଁ ତାଳମେଳ। ଅଦିନିଆ ପରିବର୍ତ୍ତନ ଏବେ ପରିବେଶ ତଥା ଜନଜୀବନ ପାଇଁ ଚିନ୍ତା ବଢାଉଛି। ଖରା ଦିନେ ବାତ୍ୟା, ବର୍ଷା ଦିନେ ମରୁଡ଼ି ତାହା ସହିତ ହିଟ୍ ୱେଭ୍, କୋଲ୍ଡ ୱେଭ୍ ଏବଂ ଅତି ବୃଷ୍ଟି ଫଳରେ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଏବେ କୃତ୍ରିମ ଆକାରରେ ସଂଘାତିକ ସ୍ଥିତି ଆଡକୁ ଗତି କରୁଛି। ବର୍ଷା, ଖରା ଅବା ଶୀତରେ ଆବଶ୍ୟକତା ଠାରୁ ଅଧିକ ଏବଂ ଦରକାର ଠାରୁ ଖୁବ୍ କମ୍ ପ୍ରକ୍ରିୟା ପ୍ରକୃତିର ଏକ ଭିନ୍ନ ରୂପ ଭାବେ ଉଭା ହେଉଛି। ଏହାର ମୁକାବିଲା ପାଇଁ ସାମୂହିକ ଭାବେ ଆକ୍ସନ ପ୍ଲାନ କାର୍ଯ୍ୟକାରୀ କରିବା ଜରୁରୀ ବୋଲି କହିଛନ୍ତି କୃଷି ବିଶେଷଜ୍ଞ। 

ଏହାର ସିଧା ପ୍ରଭାବ ପରିବେଶ ଉପରେ ପଡୁଥିଲେ ମଧ୍ୟ ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, କୃଷି ଆଦି କ୍ଷେତ୍ର ଏହାର ବ୍ୟାପକ ମାତ୍ରାରେ ପ୍ରଭାବିତ ହେଉଛି। ରାଜ୍ୟ ପରିପ୍ରେକ୍ଷୀରେ କୃଷି ଗବେଷଣା, କୃଷି ସମ୍ପ୍ରସାରଣ, ଜଳବାୟୁ ପରିବର୍ତ୍ତନ ଭଳି ଘଟଣାରେ ନୂଆ ନୂଆ ଆବିଷ୍କାର, ନୂଆ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ବିଭିନ୍ନ ପ୍ରକାରର ଶସ୍ୟ ନିମନ୍ତେ ବିହନ ସୃଷ୍ଟି କରିବା ଲାଗି ଗବେଷଣା କରିବାକୁ ଯୋଜନା କରୁଛି ଓୟୁଏଟି। ଏହାସହ ନୂତନ ବୈଜ୍ଞାନିକ ଜ୍ଞାନକୌଶଳ ମାଧ୍ୟମରେ ମୃର୍ତ୍ତିକା ପରୀକ୍ଷା, ଜଳସେଚନ, କୃଷି କାର୍ଯ୍ୟରେ ଜୈବିକ ସାରର ପ୍ରୟୋଗ ବିଦ୍ୟା ହାସଲ କରି ଏହାର ଲାଭ ଉଠାଇବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ଛୋଟ କିସମ ଶସ୍ୟ ପାଇଁ ଗବେଷଣା ଏବଂ କେବଳ ଧାନ ଫସଲ ଉପରେ ନିର୍ଭର ନକରି ଭିନ୍ନ ଭିନ୍ନ ରବି ଫସଲ, ଡାଲି, ପନିପରିବା ଫଳମୂଳ ଚାଷ ଉପରେ ଗୁରୁତ୍ବ ଦେବା ଆବଶ୍ୟକ ବୋଲି କୁହାଯାଉଛି। 

Also Read: ସ୍କୁଲ କଲେଜରେ ପଢାଯିବ ବିପର୍ଯ୍ୟୟ ମୁକାବିଲା ପାଠ; ପିଲାଏ ପଢିବେ ଆଉ ଲଢିବେ

ଏହି ସବୁ ଗବେଷଣାକୁ ଆହୁରି ତ୍ବରାନ୍ବିତ କରିବା ପାଇଁ ଭୁବନେଶ୍ବର ଠାରେ ଏକ ଅତ୍ୟାଧୁନିକ ବିଜ୍ଞାନଭିତ୍ତିକ ଉତ୍କର୍ଷ କେନ୍ଦ୍ରର ପ୍ରତିଷ୍ଠା ନିମନ୍ତେ ପ୍ରସ୍ତାବ ରହିଥିବା ଓୟୁଏଟି ପକ୍ଷରୁ କୁହାଯାଇଛି।