୬ ମାସ ମଧ୍ୟରେ ୨ ମିଲିୟନ ପାଠକଙ୍କ ନିକଟରେ ପହଞ୍ଚିଛି ଜୀ ଓଡ଼ିଶା ଡିଜିଟାଲ...
Trending Photos
)
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଗଣମାଧ୍ୟମ କ୍ଷେତ୍ରରେ ବେଶ ପରିବର୍ତ୍ତନ ଘଟିଛି। ମୁଦ୍ରିତ ତଥା ଇଲେକ୍ଟ୍ରୋନିକ ଗଣମାଧ୍ୟମ ସହିତ ତାଳ ଦେଇ ଖବର ପ୍ରସାରଣ କରିବାରେ ବଡ଼ ଭୁମିକା ନେଇଛି ମୋବାଇଲ ଜର୍ଣ୍ଣାଲିଜିମ ବା ମୋଜୋ ସାମ୍ବାଦିକତା। ମୋଜୋ ସାମ୍ବାଦିକତା କ୍ଷେତ୍ର ଡିଜିଟାଲ ମାଧ୍ୟମରେ ଖବର ପ୍ରସାରଣ କରିବାର ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିଛି। କିନ୍ତୁ ଲୋକଙ୍କ ଚାହିଦା ତଥା ସାବଲୀଳ, ସୁନ୍ଦର ଓ ସରଳ ଭାଷାରେ ଖବର ପ୍ରସାରଣ କରିବାରେ ସର୍ବାଗ୍ରେ ରହିଛି ଜାତୀୟସ୍ତରର ଗଣମାଧ୍ୟମ ଜୀ ଓଡ଼ିଶା।
ନିକଟରେ ଜୀ ଓଡ଼ିଶା(zee odisha) ଟିଭି ଚ୍ୟାନେଲର ଡିଜିଟାଲ ଅଂଶ ଜୀଓଡ଼ିଶା.ଟିଭି (zeeodisha.tv) ସମଗ୍ର ଭାରତ ବର୍ଷରେ ଖବର ପ୍ରସାରଣ କରିବାରେ ତଥା ପାଠକୀୟ ଆଦୃତି ପାଇବାରେ ତୃତୀୟ ସ୍ଥାନ ହାସଲ କରିଛି। ଏହି ସଫଳତା କେବଳ ହାସଲ କରିନାହିଁ, ବରଂ ଡିଜିଟାଲ ଗଣମାଧ୍ୟମ ପ୍ରସାରଣ ଯୁଗରେ ଦ୍ରୁତ ସଫଳତା ପାଇବାରେ ପ୍ରଥମ ଚ୍ୟାନେଲ କହିଲେ ଅତ୍ୟୁକ୍ତି ହେବ ନାହିଁ। ଗତବର୍ଷ ଅକ୍ଟୋବର ମାସରେ ଜନ୍ମ ନେଇଥିବା ଏହି ଗଣମାଧ୍ୟମ ସଂସ୍ଥା ଜୀଓଡ଼ିଶା.ଟିଭି ମେ ମାସ ସୁଦ୍ଧା ପାଠକ ତଥା ୟୁଜରଙ୍କ ସଂଖ୍ୟା ୨ ମିଲିୟନ ଛୁଇଁବାରେ ଏହି ବୃହତ ସଫଳତା ହାସଲ କରିଛି। ସେହି କ୍ଷେତ୍ରରେ ଜୀ ଓଡ଼ିଶା ବୈଦୁତିକ ଗଣମାଧ୍ୟମ ତଥା ଟେଲିଭିଜନର ପାଖାପାଖି ୬ ମିଲିୟନ ଭ୍ୟୁୟର୍ସ ରହିଛନ୍ତି।
ତେବେ ଜୀଓଡ଼ିଶା.ଟିଭି ଡିଜିଟାଲ ଗଣମାଧ୍ୟମଟି ବିଶେଷ କରି ରାଜନୈତିକ, ଅପରାଧ, ଧାର୍ମିକ, ଆଞ୍ଚଳିକ, ଜାତୀୟ, ଅନ୍ତର୍ଜାତୀୟ, ଖେଳ ତଥା ବିଭିନ୍ନ ମନୋରଞ୍ଜନଧର୍ମୀ ଖବରକୁ ପ୍ରାଧାନ୍ୟ ଦେଇଥାଏ। ଏପରିକି ଦେଶର ସାମ୍ପ୍ରତିକ ପରିସ୍ଥିତି ଉପରେ ଅନୁଧ୍ୟାନ ତଥା ଇନଭେଷ୍ଟିଗେଟିଭ ଖବର ମଧ୍ୟ ପ୍ରସାରଣ କରିଥାଏ। କେବଳ ଏତିକି ନୁହେଁ, ବ୍ରେକିଂ ନ୍ୟୁଜ ଛଡ଼ା ଖବରକୁ କିପରି ସାବଲୀଳ ଢଙ୍ଗରେ କିପରି ଉପସ୍ଥାପିତ କରାଯିବ ତାହା ଉପରେ ମଧ୍ୟ ଧ୍ୟାନ ଦେଇଥାଏ।
ତେବେ ସେ ଯାହା ବି ହେଉ, ଖବର ସରବରାହ ସଂସ୍ଥାର ସଫଳତାରେ ଜୀ ମିଡ଼ିଆ କର୍ପୋରେସନ ଲିମିଟେଡ଼(zmcl)ର କ୍ଲଷ୍ଟର-୨ ସିଇଓ(ceo) ପୁରୁଷୋତ୍ତମ ବୈଷ୍ଣବ(Purushottam Vaishnav) ଜୀଓଡ଼ିଶା।ଟିଭିର ସମସ୍ତ କର୍ମୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ନିଜର ଶୁଭେଚ୍ଛା ବାର୍ତ୍ତାରେ ଶ୍ରୀ ବୈଷ୍ଣବ କହିଛନ୍ତି କି, ଭାରତ ମଧ୍ୟରେ ବିଭିନ୍ନ ରାଜ୍ୟର ବିଭିନ୍ନ ଧର୍ମ, ପର୍ବ, ପରମ୍ପରା, ଘଟଣାଦୁର୍ଘଟଣା ଆଦି ରହିଛି। ତାହାକୁ ଭାରତର ପ୍ରମୁଖ ଆଞ୍ଚଳିକ ଭାଷାରେ ଖବର ପ୍ରକାଶ କରିବାକୁ ଇଚ୍ଛା ପ୍ରକାଶ କରିଥିଲୁ। ଫଳରେ ବିଗତ ୬ ମାସ ଓଡ଼ିଆ ଭାଷାରେ ଖବର ପ୍ରକାଶନ ନେଇ ଜୀ ଡିଜିଟାଲକୁ ଗଣମାଧ୍ୟମ କ୍ଷେତ୍ରରେ ପଦାର୍ପଣ କରିଥିଲୁ। କିନ୍ତୁ ୬ ମାସ ମଧ୍ୟରେ ଏହାର ସଫଳତା ହାସଲ କରି ଏହା ବିଶ୍ୱାସ କରାଯାଇନଥିଲା। ତେବେ ଏହି ଦୃଢ ବିଶ୍ୱାସର ସହ ଆମର ଏହି ଡିଜିଟାଲ ଓଡ଼ିଆ ନିଶ୍ଚିତ ଭାବେ ଆଗକୁ ଯିବ ବୋଲି ଶ୍ରୀ ବୈଷ୍ଣବ କହିଥିଲେ।
ସେହିପରି ଜୀ ମିଡ଼ିଆ (zee media)ଗ୍ରୁପର ଡିଜିଟାଲ ପବ୍ଲିସିଂ ସିଇଓ(ceo)ରୋହିତ ଚଡ୍ଡା(Rohit Chadda) କହିଛନ୍ତି ନିଶ୍ଚିତ ଭାବେ ଏହା ଏକ ଖୁସିର ଖବର। ୟଙ୍ଗ ଡିଜିଟାଲ ପ୍ଲାଟଫର୍ମ ଓଡ଼ିଆ ଡିଜିଟାଲ ମିଡ଼ିଆ ଏତେ ଶୀଘ୍ର ସଫଳତା ହାତେଇଥିବା ଜାଣି ନିଶ୍ଚିତ ଭାବେ ବହୁ ମାତ୍ରାରେ ଖୁସି। ଜାତୀୟ ସ୍ତରରେ ଆଞ୍ଚଳିକ ଭାଷା କ୍ଷେତ୍ରରେ ଓଡ଼ିଆ ମଧ୍ୟ ଏକ ପ୍ରମୁଖ ଭାଷା ମଧ୍ୟରେ ପରିଗଣିତ ହୋଇଥାଏ। ଅନ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇ ଜୀ ଓଡ଼ିଶା ତୃତୀୟ ସ୍ଥାନରେ ପହଞ୍ଚିଛି। ଭବିଷ୍ୟତରେ ଏହି ସଫଳତା ଦ୍ୱାରା ଏକ ଶୀର୍ଷ ତଥା ଅଭିବୃଦ୍ଧିକୁ ଆନେଇ ନେବ ବୋଲି ସେ କହିଥିଲେ।
ସେହିଭଳି ଜୀ ଡିଜିଟାଲ ଆଉ ଏକ ସଫଳତା ମଧ୍ୟ ହାତେଇଛି । ନିକଟରେ ଜୀହିନ୍ଦୁସ୍ତାନ.ଇନ(ZeeHindustan.in), ଜାତୀୟ ବୈଦୁତିକ ଗଣମାଧ୍ୟମ ସଂସ୍ଥା ଜୀ ହିନ୍ଦୁସ୍ତାନର ଡିଜିଟାଲ୍ ନ୍ୟୁଜ୍ ପ୍ଲାଟଫର୍ମ ପ୍ରାରମ୍ଭର ୬ ମାସ ମଧ୍ୟରେ ମାସିକ ୧୦ ମିଲିୟନ୍ ଉପଭୋକ୍ତା ତଥା ପାଠକଙ୍କ ନିକଟରେ ପହଞ୍ଚିପାରିଛି । ତେବେ ପ୍ରତ୍ୟେକ ଦିନ ଅଧିକରୁ ଅଧିକ ତଥା ନୂଆ ନୂଆ ପାଠକଙ୍କୁ ନିଜ ସହିତ ଯୋଡ଼ି ପାରୁଥିବାର ଏହା ଏକ ଜ୍ୱଳନ୍ତ ପ୍ରମାଣ ।