ଓଡ଼ିଶାର ଏହି ସ୍ୱତନ୍ତ୍ର କଳା ଦିନେ ଘରେ ଘରେ ଥିଲା ପରିଚିତ

ଓଡ଼ିଶାର ପାରମ୍ପରିକ, ପୂରାତନ ଓ ବିଦଗ୍ଧ ଓଡ଼ିଆ ଗୀତି ଲୋକନାଟ୍ୟ ହେଉଛି ପାଲା। ଲୋକକଳାର ଏକ ନିଚ୍ଛକ ଉଦାହରଣ। ଏଥିରେ ୪ ପୁରାଣ, ୧୮ ବେଦ ଭରି ରହିଥାଏ। ଦଶଟି ରସକୁ ଏହାଦ୍ୱାରା ଦଶ ପ୍ରକାରରେ ସଜାଇ କୁହାଯାଇଥାଏ।

ଓଡ଼ିଶାର ଏହି ସ୍ୱତନ୍ତ୍ର କଳା ଦିନେ ଘରେ ଘରେ ଥିଲା ପରିଚିତ

ଭୁବନେଶ୍ୱର: ଓଡ଼ିଶାର ପାରମ୍ପରିକ, ପୂରାତନ ଓ ବିଦଗ୍ଧ ଓଡ଼ିଆ ଗୀତି ଲୋକନାଟ୍ୟ ହେଉଛି ପାଲା। ଲୋକକଳାର ଏକ ନିଚ୍ଛକ ଉଦାହରଣ। ଏଥିରେ ୪ ପୁରାଣ, ୧୮ ବେଦ ଭରି ରହିଥାଏ। ଦଶଟି ରସକୁ ଏହାଦ୍ୱାରା ଦଶ ପ୍ରକାରରେ ସଜାଇ କୁହାଯାଇଥାଏ ।

ପାଲା ଶବ୍ଦର ଅର୍ଥ ପର୍ଯ୍ୟାୟ ବା କ୍ରମ। ପାଲା ଶବ୍ଦ ବଙ୍ଗଳା ଭାଷାରୁ ଆନୀତ ଜଣେ 'ଗାୟକ' ଗୀତ ବୋଲନ୍ତି ଓ ତାଙ୍କ ସଙ୍ଗେ ଆଉ ଜଣେ ବାଜା ବଜାନ୍ତି ଏବଂ କେତେଗୁଡ଼ିଏ ଲୋକ ପାଳି ଧରନ୍ତି ବୋଲି ଏହାର ନାଁ ପାଲା। 'ଗାୟକ' ଗୀତ ବୋଲନ୍ତି, 'ବାୟକ' ମୃଦଙ୍ଗ ବଜାନ୍ତି। ଗାୟକ ଏକୁଟିଆ ଗୀତର ପ୍ରସଙ୍ଗରେ ଗଲେ ତାଙ୍କୁ ସାହାଯ୍ୟ କରିବାକୁ କିମ୍ବା ଗୀତର ପ୍ରସଙ୍ଗରେ କଥୋପକଥନ ଛଳରେ ଗାୟକଙ୍କୁ ଉତ୍ତର ଦେବାକୁ ଗାୟକଙ୍କ ସଙ୍ଗେ 'ଶିରୀ ପାଳିଆ' ବା 'ଡାହାଣ ପାଳିଆ' ବା 'ଶ୍ରୀ ପାଳିଆ' ଥାଆନ୍ତି। ଗାୟକଙ୍କ ଡାହାଣ ହାତରେ 'ମନ୍ଦିରା' ବା ଗିନି ବନ୍ଧା ହୋଇଥାଏ ଓ କାଖରେ ଚଅଁର ମୁଠାଥାଏ। ଅନ୍ୟ ଶ୍ରୀପାଳିଆ ଝାଞ୍ଜ ଧରିଥାଆନ୍ତି କିନ୍ତୁ ଗାୟକ ଗୀତ ବୋଲିବା ବେଳେ ଶ୍ରୀପାଳିଆ ଝାଞ୍ଜ ବଜାନ୍ତି ନାହିଁ। ପାଳିଆମାନେ ପାଳି ଧରିବା ବେଳେ ଶ୍ରୀପାଳିଆ ଅନ୍ୟ ପାଳିଆମାନଙ୍କ ସହିତ ଝାଞ୍ଜ ବଜାନ୍ତି ଓ ବାୟକ ଗାୟକଙ୍କ ସଙ୍ଗେ ଓ ପାଳିଆଙ୍କ ସଙ୍ଗେ ମୃଦଙ୍ଗ ବଜାନ୍ତି।

ପାଲା ସାଧାରଣତଃ ବିଭିନ୍ନ ପ୍ରକାର ହୋଇଥିବାବେଳେ ବାଦି ପାଲାକୁ ଲୋକମାନେ ଅଧିକ ପସନ୍ଦ କରିଥାନ୍ତି। କୌଣସି ବିଷୟ ବସ୍ତୁ ଉପରେ ପ୍ରଶ୍ନ-ଉତ୍ତର ଭିତ୍ତିକ ଆଲୋଚନା ଏଥିରେ ହୋଇଥାଏ। ଯେଉଁ ସମୟରେ ଓଡ଼ିଶାର ଲୋକଙ୍କ ପାଇଁ ମନୋରଞ୍ଜନର ମାଧ୍ୟମ ସୀମିତ ଥିଲା, ସେହି ସମୟରେ ପାଲା ଲୋକଙ୍କୁ ମନୋରଞ୍ଜନର ଖୋରାକ୍ ଯୋଗାଉଥିଲା। ସାହିତ୍ୟ, ସଂସ୍କୃତି ଓ କଳା ପ୍ରତି ପରିଚିତ କରାଉଥିଲା। ଏହି ପାଲା ପାଇଁ ଦିନେ ଭାଷା ଆନ୍ଦୋଳନ ଘରେ ଘରେ ପହଞ୍ଚି ପାରିଥିଲା। ସେହିପରି ସ୍ୱାଧୀନତା ଆନ୍ଦୋଳନରେ ମଧ୍ୟ ପାଲାର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା।

ବଙ୍ଗ ଦେଶରୁ ଓଡ଼ିଆକୁ ଆନୀତ ଦରଖଣ୍ଡିଆ ବଙ୍ଗୋତ୍କଳ ଭାଷାରେ ଓଡ଼ିଆଙ୍କ ଦ୍ୱାରା ପୋଥି ଧରି ବୋଲାଇବା ଏବଂ ନୃତ୍ୟଗୀତାଦି ଆଦି ବୋଲାଇବା ୧୬ଟି ଗଳ୍ପ ବା ପାଲା। ଆଧୁନିକ ବଙ୍ଗୀୟମାନେ ସତ୍ୟ ନାରାୟଣ ବ୍ରତର ୪ଟି କଥା ସ୍ଥାନରେ ୧୬ଟି କଥା ସୃଷ୍ଟି କରିଛନ୍ତି। ତନ୍ମଧ୍ୟରୁ ୪ଟି ପୁରାଣରେ ଅଛି ଏବଂ ୧୨ଟି ପୁରାଣରେ ନାହିଁ। ତେବେ କବିଙ୍କର କପୋଳକଳ୍ପିତ ରଚନା ଏବଂ ପୀର, କୋରାନ, ଦରିଆ, ବାଦସାହ ଭଳି କେତେକ ଫାରସୀ ଶବ୍ଦର ପ୍ରୟୋଗ ଏଥିରେ ଅଛି। ଏହି ଷୋହଳଟି ଗଳ୍ପାତ୍ମକ ବାକ୍ୟକୁ ଷୋଳ ପାଲା ବୋଲି କୁହାଯାଏ।

ସେହିପରି ସତ୍ୟ ନାରାୟଣଙ୍କ ମାହାତ୍ମ୍ୟ ବର୍ଣ୍ଣନା ପୂର୍ବକ ୧୬ଟି ପାଲା ବା ଗଳ୍ପକୁ ଗୀତ ଦ୍ୱାରା ବର୍ଣ୍ଣନା କରାଯାଇଥାଏ। ଓଡ଼ିଶାରେ ବୋଲାଯାଉଥିବା 'ପାଲା' ମାନ 'କବିକର୍ଣ୍ଣ' ବିରଚିତ ବଙ୍ଗଳା ପାଞ୍ଚାଳ ଛନ୍ଦରେ ରଚନା କରାଯାଇଛି।
୮ ଅକ୍ଷରିଆ ୨ ପାଦ ଓ ୧ ଅକ୍ଷରିଆ ଏକପାଦ ଯୁକ୍ତ 'ତ୍ରିପଦୀ' ଦ୍ୱୟ ସମ୍ବଳିତ ଗୀତ ମଧ୍ୟ ଏଥିରେ ବୋଲାଯାଏ। ଗଳ୍ପର ପ୍ରସଙ୍ଗ ଓ ଅବସର କ୍ରମେ ଏଥିରେ ଯମକ, ଅନୁପ୍ରାସ, ବ୍ୟାଘ୍ରଗତି, ମେଷ ଯୁଦ୍ଧ ଅବନା ଆଦି ଶବ୍ଦ ବ୍ୟବହୃତ ହୋଇଥାଏ। ପ୍ରାଚୀନ ସଙ୍ଗୀତ, ଚଉପଦୀ, ଡାହିକା, ଭଜନ, ବନ୍ଦନା ଆଦି ଲଗାଇ 'ପାଲାକୁ' ଜମକ କରାଯାଇଥାଏ। କେତେକ ଗାୟକଙ୍କର ଅଭିଧାନ, ଅଳଙ୍କାର କାବ୍ୟନାଟକ, ଚମ୍ପୁ ଆଦିରେ ଅସାଧାରଣ ପାଣ୍ଡିତ୍ୟ ଦେଖାଯାଏ ଓ କେତେକଙ୍କମାଞ୍ଚଳକୁ ଛାଡ଼ିଦେଠାରେ ଆଶୁକବିତ୍ୱ ମଧ୍ୟ ଲକ୍ଷିତ ହୁଏ।

ଓଡ଼ିଶାର ଏହି ଗୌରବ କିନ୍ତୁ ଧୀରେ ଧୀରେ ହଜିବାକୁ ବସିଲାଣି। କେତେକ ଗ୍ରାଲେ ଅନ୍ୟ ପ୍ରାୟ ସବୁ ସ୍ଥାନରେ ଆଉ ପାଲା ଦେଖିବାକୁ ମିଳୁନି। ସରକାରୀ ପ୍ରତ୍ସୋହନ ଅଭାବ ହେଉ କିମ୍ୱା ଆଧୁନିକତାର ଛାପ, ଏସବୁ ଲୋପ ପାଇବାକୁ ବସିଲାଣି। ତେଣୁ ଏଗୁଡ଼ିକର ପ୍ରଚାର ପ୍ରସାର ନିହାତି ଜରୁରୀ।