)
ଯଯାତି କେଶରୀ ମହାନ୍ତି, ଭୁବନେଶ୍ୱର: ଏବର୍ଷ ବଢିବ ନାହିଁ ବିଦ୍ୟୁତ ଦର । କୋରୋନା ପ୍ରଭାବ ଯୋଗୁଁ ଏଥର ବୁଦ୍ୟୁତ ଦର ନ ବଢାଇବାକୁ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ନିଷ୍ପତି ନେଇଛନ୍ତି । ଏହି ନିଷ୍ପତିକୁ ସ୍ୱାଗତ କରିଛି ଉପଭୋକ୍ତା ମହାସଂଘ । ଉପଭୋକ୍ତା ମହାସଂଘ ପକ୍ଷରୁ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ ସରକାରଙ୍କୁ ଏଥିପାଇଁ ସାଧୁବାଦ ଜଣାଇଛନ୍ତି।
ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତିକି କୋରୋନା ପରର ଅର୍ଥନୈତିକ ସ୍ଥିତି ସୁଧାରିବାକୁ ଛୋଟ ଛୋଟ ଦୋକାନୀ, ଛୋଟ କାରଖାନା, ଲଘ, ଅଣୁ ଓ ମଧ୍ୟମ ଉଦ୍ୟୋଗ ମାନଙ୍କୁ ୨ବର୍ଷ ପାଇଁ ବିଦ୍ୟୁତ ଶୁଳ୍କ ଛାଡ଼ କରିବାକୁ ସରକାରଙ୍କ ପାଖରେ ଦାବି କରିଛନ୍ତି । ଏହାଦ୍ୱାରା ଏମାନଙ୍କ ଆର୍ଥିକ ଅବସ୍ଥା ସୁଧୁରିବ ବୋଲି ପଂଚାନନ କହିଛନ୍ତି । ସର୍ବନିମ୍ନ ବର୍ଷକର ବିଦ୍ୟୁତ ଶୁଳ୍କ ଛାଡ଼ କରି ଏହାର ସମୀକ୍ଷା କରାଯାଇ ସର୍ବନିମ୍ନ ଶୁଳ୍କ ନେବା କଥା ସରକାର ଚିନ୍ତା କରିପାରନ୍ତି ବୋଲି ପଂଚାନନ କହିଛନ୍ତି ।