close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ବନ୍ଦ ହେବ ପାର୍କିଂ ଫି ବ୍ୟବସ୍ଥା, ଏନେଇ ବିଡିଏର ନୋଟିସ ଜାରି

ବେଆଇନ ପାର୍କିଂ ଫି ଆଦାୟ କରୁଥିବା ଲୋକ କିମ୍ବା ସଂସ୍ଥା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ  ବିଡିଏ ପକ୍ଷରୁ ନୋଟିସ ଜାରି

ବନ୍ଦ ହେବ ପାର୍କିଂ ଫି ବ୍ୟବସ୍ଥା, ଏନେଇ ବିଡିଏର ନୋଟିସ ଜାରି
parking fee to banned soon

ଭୁବନେଶ୍ୱର: ଦୀର୍ଘଦିନ ହେବ ଚାଲିଛି ବେଆଇନ ପାର୍କିଂ ଫି ଆଦାୟ । କେଉଁଠି ବିନା ଟେଣ୍ଡରରେ ପାର୍କିଂ ଫି ଆଦାୟ ହେଉଛି ତ ଆଉ କେଉଁଠି ନିୟମକୁ ଭାଙ୍ଗି ମାସିକିଆ ଟେଣ୍ଡର ଦେଇଛି ବିଏମସି । ଗୋଟିଏ ପଟେ ବିଡିଏ କହୁଛି ବେଆଇନ,  ଅନ୍ୟପଟେ ବିଏମସି କରୁଛି ଟେଣ୍ଡର। ସପିଂ ମଲ, ମେଡିକାଲ କିମ୍ବା  ସପିଂ କମ୍ଲେକ୍ସ ଗୁଡିକରେ ବର୍ଷ ବର୍ଷ ଧରି ଲୋକମାନଙ୍କ ଠାରୁ ଆଦାୟ ହେଉଛି ପାର୍କିଂ ଫି । ହେଲେ ବିଡିଏ ଆଖିକୁ ଦେଖା ଯାଉଛି ଏହି ବେଆଇନ କାର୍ଯ୍ୟ । ଯାହାକୁ ନେଇ ବିଡିଏ ନୋଟିସ ଜାରି କରିବା ସହ ଏଭଳି ବେଆଇନ ପାର୍କିଂ ଫି ଆଦାୟ କରୁଥିବା ଲୋକ କିମ୍ବା ସଂସ୍ଥା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ କହିଛି । ହେଲେ ବାସ୍ତବ ଚିତ୍ର ହେଉଛି ସବୁ ଜାଣିଶୁଣି ଆଦାୟ ହେଉଛି ଏଭଳି ପାର୍କିଂ ଫି । ବିଏମସି ହେଉ କି ବିଡିଏ ସବୁ ବିଭାଗରେ କିଛି ଅସାଧୁ କର୍ମଚାରୀଙ୍କ ଜରିଆରେ ଏଭଳି ବେଆଇନ ପାର୍କଂ ଫି ଆଦାୟ କରିବାର ଲାଇସେନ୍ସ ନେଇଛନ୍ତି ଅସାଧୁ ଲୋକେ ।

ତେବେ ସପିଂ ମଲ, ମେଡିକାଲ, ସିନେ କମ୍ପ୍ଲେକ୍ସରେ ବନ୍ଦ ହେବ ବେଆଇନ ପାର୍କିଂ ଫି ।  ବହୁଦିନ ଧରି ଚାଲିଥିବା ଏହି ବେଆଇନ ଅର୍ଥ ଏବେ ବନ୍ଦ ହେବ । ବିଡିଏ  କର୍ତ୍ତୃପକ୍ଷ ହୁଅନ୍ତୁ ଅବା ବିଏମସି କର୍ତ୍ତୃପକ୍ଷ, ଜାଣିସୁଣି ଏସବୁ ହେଉଥିବା  ଅଭିଯୋଗ ହୋଇଛି । ମାତ୍ର ବର୍ତ୍ତମାନ ଏନେଇ ବିଡିଏ ନୋଟିସ ଜାରି କରିଛି । ହେଲେ ତଥାପି ଏମାନଙ୍କ ପାଇଁ ରହିଛି ଗଳାବାଟ । ବିଡିଏ ଉପାଧ୍ୟକଙ୍କର କହିବା ଅନୁସାରେ ବିଡିଏ ଅନୁମତି ଦେଇଥିବା ବିଲ୍ଡିଂକୁ ଉପଯୁକ୍ତ ପାର୍କିଂ ସ୍ଥାନ ରଖିବା ପାଇଁ କୁହା ଯାଇଛି। ଯେଉଁ ସ୍ଥାନରୁ ସେମାନେ ପାର୍କିଂ ଫି ଆଦାୟ କରିପାରିବେ ନାହିଁ ।କିନ୍ତୁ ଯଦି କୌଣସି ମଲ ପକ୍ଷରୁ ଅଧିକ ପାର୍କିଂ ସ୍ଥାନ ଡେଭଲପ କରାଯାଇଥିବ ତେବେ ସେମାନେ ପାର୍କିଂ ଫି ଆଦାୟ କରିପାରିବେ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଜଣେ ବ୍ୟକ୍ତି କେମିତି ଜାଣିବ କେଉଁ ଅଞ୍ଚଳକୁ ବିଡିଏ ପାର୍କିଂ ଫି ମୁକ୍ତ କରିଛି । ଆଉ କେଉଁ ଅଞ୍ଚଳ ମଲ ମାଲିକଙ୍କ ଦ୍ୱାରା ଡେଭଲପ କରାଯାଇ ପାର୍କିଂ ପାଇଁ ତିଆରି କରାଯାଇଛି । ଏ ସଂପର୍କରେ ମନ୍ତ୍ରୀଙ୍କ କହିବା ଅନୁସାରେ ଉଚ୍ଚ ଅଟାଳିକା ଗୁଡିକରେ ପାର୍କିଂ ଫି ଆଦାୟ ସମ୍ପୂର୍ଣ୍ଣ ବେଆଇନ । ଏନେଇ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯିବା ସହ ଚଢାଉ କରାଯାଇ ପାର୍କିଂ ଫି ଆଦାୟ କରୁଥିଲେ କଡା କାର୍ଯ୍ୟାନୁଷ୍ଠାନ ହେବ। 

ଅନ୍ୟପକ୍ଷରେ ବିଏମସି ଭବାନି ମଲ ହେଉ କି ଫୋରମ ମାର୍ଟ ଅବା ଏସ ପ୍ଲାନେଡ । ସବୁଠି ଚାଲିଛି ବେଆଇନ ପାର୍କିଂ ଫି ଆଦାୟ । ଖୁବଶୀଘ୍ର ସ୍କ୍ୱାର୍ଡ ଚଢ଼ାଉ କରିବା ସହ କାର୍ଯ୍ୟାନୁଷ୍ଠାନ ନେଇ ପ୍ରସ୍ତୁତ ହେବ ଫର୍ମାଟ । ହେଲେ ମଲକୁ ଛାଡି ଦେଲେ ଏବେ ଭୁବନେଶ୍ୱରର ରାସ୍ତା ଘାଟରେ ଚାଲିଛି ବେଆଇନ ପାର୍କିଂ ଆଦାୟ । ୟୁନିଟ ୧ ହାଟ କି, ୟୁନିଟ ୨ରେ ଥିବା ଭବାନି ମଲ ସାମ୍ନା ଓ ପାଲ ହାଇଟ ସାମ୍ନାରେ ଚାଲିଛି ବେଆଇନ୍ ପାକିଂ। ସବୁଠି ବେଆଇନ ଭାବେ ଟେଣ୍ଡର ହୋଇଥିବା ନେଇ ମିଳିଛି ସୁରାକ। ଟେଣ୍ଡର ନେଇଥିବା ବ୍ୟକ୍ତି ଛାପିଥିବା ଟିକେଟରେ ନାହିଁ ସିରିଏଲ ନମ୍ବର କି ବିଏମସିର କୌଣସି ଛାପ।ଏପରିକି ଅନେକ ଲୋକଙ୍କର ବହୁ ପୂର୍ବରୁ ଟେଣ୍ଡର ସମୟ ଶେଷ ହୋଇଯାଇଥିଲେ ମଧ୍ୟ ଏବେବି ସେମାନେ ଆଦାୟ କରୁଛନ୍ତି ପାର୍କିଂ ଫି । ହେଲେ ନା ବିଏମସି ନା ବିଡିଏ କାହାର ନଜର ନାହି ।