)
ଭୁବନେଶ୍ୱର: କ୍ୱାରେଣ୍ଟାଇନ ସେଣ୍ଟରରେ ନିର୍ଦ୍ଧାରିତ ଦିନ ପର୍ଯ୍ୟନ୍ତ ରହିସାରିବା ପରେ ପ୍ରବାସୀଙ୍କୁ ୨ ହଜାର ଟଙ୍କା ଲେଖାଏଁ ଦିଆଯିବ ବୋଲି କହିଥିଲେ ରାଜ୍ୟ ସରକାର । ତେବେ ବର୍ତ୍ତମାନ ଯେଉଁ ପ୍ରବାସୀଙ୍କ କ୍ୱାରେଣ୍ଟାଇନ୍ ସମ୍ପୂର୍ଣ୍ଣ ହୋଇଛି, ସେମାନଙ୍କୁ ଟଙ୍କା ପ୍ରଦାନ କରାଯିବ । ହେଲେ ଟ୍ରେନ ଟିକେଟ ବାବଦକୁ ଟଙ୍କା କାଟିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଯାହାକୁ ନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।
ପିସିସି ସଭାପତି କହିଛନ୍ତି, ରାଜ୍ୟ ସରକାର ମାଛ ତେଲରେ ମାଛ ଭାଜୁଛନ୍ତି । ପ୍ରଥମେ କ୍ୱାରେଣ୍ଟାଇନ ସମ୍ପୂର୍ଣ୍ଣ ହେବା ପରେ ୨ ହଜାର ଟଙ୍କା ଲେଖାଏଁ ଦିଆଯିବ କହିଥିଲେ । ଏବେ ପୁଣି ଟ୍ରେନ ଟିକେଟ ବାବଦରେ ଅର୍ଥ କାଟିବାକୁ ନିଷ୍ପତ୍ତି ନେଉଛନ୍ତି । ଏହା କ'ଣ ପ୍ରବାସୀ ଓଡ଼ିଆଙ୍କ ପ୍ରତି ସରକାରଙ୍କ ଦରଦ କି ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି ।
#WATCH:
ଏହା କ'ଣ ପ୍ରବାସୀ ଶ୍ରମିକଙ୍କ ପାଇଁ ସରକାରଙ୍କ ଦରଦ?ମୁଖ୍ୟମନ୍ତ୍ରୀଙ୍କ ଉପରେ ପୁରା ବିଷ ଓଗାଳିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ !
ଆପଣ ମଧ୍ୟ ଥରେ ଶୁଣନ୍ତୁ କ'ଣ କହୁଛନ୍ତି @NPatnaikOdisha pic.twitter.com/gkWiAe9dfQ
— ZEE Odisha (@ZeeOdisha) May 19, 2020
ସେହିପରି ବାତ୍ୟା 'ଅମ୍ପାନ' ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ନିରଞ୍ଜନ ପଟ୍ଟନାୟକ । ତଳିଆ ଅଞ୍ଚଳର ଲୋକଙ୍କ ପାଇଁ ସରକାର ବ୍ୟବସ୍ଥା କରନ୍ତୁ ବୋଲି ସେ କହିଛନ୍ତି ।
ସେହିପରି ଆଗକୁ ପଶ୍ଚିମ ଓଡ଼ିଶାକୁ ସର୍ବାଧିକ ପ୍ରବାସୀ ଓଡ଼ିଆ ଆସିବାର ସମ୍ଭାବନା ଅଛି । ହେଲେ ସେଠାରେ ଆବଶ୍ୟକ କୋଭିଡ ଟେଷ୍ଟିଂ ବ୍ୟବସ୍ଥା ହୋଇପାରିନି । ସରକାର ତୁରନ୍ତ ଏହା ଉପରେ ଧ୍ୟାନ ଦିଅନ୍ତୁ ବୋଲି କହିଛନ୍ତି ପିସିସି ସଭାପତି ।