ନିରଞ୍ଜନଙ୍କ ଟାର୍ଗେଟରେ ବିରୋଧୀ
Advertisement

ନିରଞ୍ଜନଙ୍କ ଟାର୍ଗେଟରେ ବିରୋଧୀ

ଆଗକୁ କିଭଳି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ  ଛାତ୍ର ଏବଂ ଯୁବ କଂଗ୍ରେସ ଆଗକୁ ବଢିବ ଏବଂ ନିରଞ୍ଜନ  ବିରୋଧୀଙ୍କୁ କଡା ଜବାବ ଦିଆଯିବ ସେ ନେଇ ଯୋଜନା ପ୍ରସ୍ତୁତ କରାଯାଇଛି । କୌଣସି ସ୍ଥିତିରେ ମଧ୍ୟ  ପିସିସି ବିରୋଧୀଙ୍କୁ ବରଦାସ୍ତ କରାଯିବନି ଏବଂ ଆଉ ଅଧିକ ବିରୋଧ କଲେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ  ନିଆଯିବ ବୋଲି କୁହାଯାଇଛି । 

ନିରଞ୍ଜନଙ୍କ ଟାର୍ଗେଟରେ ବିରୋଧୀ

ମଳୟ ମହାନ୍ତି, ଭୁବନେଶ୍ୱର: ବାରମ୍ବାର ପିସିସି ସଭାପତି ପରିବର୍ତ୍ତନ ନେଇ ଦିଲ୍ଲୀ ଏବଂ ଓଡିଶାରେ ବୈଠକ କରିବା ପରେ ବିରୋଧୀଙ୍କୁ କାଉଣ୍ଟର କରିବାକୁ ଆରମ୍ଭ ହୋଇଛି ପଦକ୍ଷେପ । ପିସିସି ପକ୍ଷରୁ ଯ଼ୁବ ଛାତ୍ର କଂଗ୍ରେସର ସୁପରିଚାଳନା ପାଇଁ ଗଠିତ କମିଟି କଂଗ୍ରେସ ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବା ସହ ବିରୋଧୀଙ୍କୁ କାଉଣ୍ଟର କରିବାକୁ ଯୋଜନା କରିଛନ୍ତି । ବାରମ୍ବାର ବିରୋଧ କରୁଥିବା ଯୁବ ଛାତ୍ର ଗୋଷ୍ଠୀଙ୍କୁ କମିଟି ପକ୍ଷରୁ ପ୍ରଥମେ ମନାଇବାକୁ ଉଦ୍ୟମ କରାଯାଇଥିବାବେଳେ ଆଉ ପିସିସି ବିରୋଧରେ କଲେ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦିଆଯାଇଛି । ଏପରିକି ପିସିସି ବିରୋଧରେ କାର୍ଯ୍ୟକ୍ରମ  ଜାରି ରଖିଥିବା ବରିଷ୍ଠ କଂଗ୍ରେସ ନେତାମାନଙ୍କୁ ମଧ୍ୟ ବୈଠକ ମାଧ୍ୟମରେ ପରୋକ୍ଷ ଚେତାବନୀ ଦିଆଯାଇଛି ।

ପୂର୍ବତନ ବିଧାୟକ ତଥା ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ଦେବାଶିଷ ପଟ୍ଟନାଯ଼କଙ୍କ ସଭାପତିତ୍ୱ  ଅନୁଷ୍ଠିତ ବୈଠକରେ ରାଜ୍ୟର  ବିଭିନ୍ନ ସ୍ଥାନରୁ ଛାତ୍ର ଏବଂ ଯୁବ କଂଗ୍ରେସ ନେତାମାନଙ୍କୁ ଡକାଯିବା ସହ ବର୍ତ୍ତମାନର ବିଶୃଙ୍ଖଳାକୁ ରୋକିବା ଦିଗରେ ଆଲୋଚନା କରାଯାଇଛି । 

ଆଗକୁ କିଭଳି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ  ଛାତ୍ର ଏବଂ ଯୁବ କଂଗ୍ରେସ ଆଗକୁ ବଢିବ ଏବଂ ନିରଞ୍ଜନ  ବିରୋଧୀଙ୍କୁ କଡା ଜବାବ ଦିଆଯିବ ସେ ନେଇ ଯୋଜନା ପ୍ରସ୍ତୁତ କରାଯାଇଛି । କୌଣସି ସ୍ଥିତିରେ ମଧ୍ୟ  ପିସିସି ବିରୋଧୀଙ୍କୁ ବରଦାସ୍ତ କରାଯିବନି ଏବଂ ଆଉ ଅଧିକ ବିରୋଧ କଲେ  ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ  ନିଆଯିବ ବୋଲି କୁହାଯାଇଛି । ବୈଠକରେ ରାଜ୍ୟର  ବିଭିନ୍ନ ସ୍ଥାନରୁ ଆଗଧାଡିର ଯୁବ ଏବଂ ଛାତ୍ର ନେତାଙ୍କୁ ଡକାଯାଇଥିଲା  । ବର୍ତ୍ତମାନ ଛାତ୍ର ଏବଂ ଯୁବ କଂଗ୍ରେସ ନାମରେ ବହୁ ଛାତ୍ର ଗୋଷ୍ଠୀ ପିସିସି ସଭାପତିଙ୍କ ବିରୋଧରେ ବୈଠକ କରୁଥିବାରୁ ଏହାକୁ କାଉଣ୍ଟର କରିବା ପାଇଁ ରଛି  । ଏପରିକି ଛାତ୍ର ଯୁବ କିମ୍ବା ମହିଳା କଂଗ୍ରେସର କୌଣସି କାର୍ଯ୍ୟକର୍ତା  ଦଳ ବିରୋଧୀ  ମନ୍ତବ୍ୟ କିମ୍ବା କାର୍ଯ୍ୟ  କଲେ ଏହାକୁ କିଭଳି ପ୍ରତିହତ କରାଯିବ ସେ ନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି ।