close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ପିସିସି ସଭାପତିଙ୍କ ତୁଣ୍ଡରେ ବିଜେଡ଼ିର ପ୍ରଶଂସା; ଡିଆଁ ମାରିବେ କି ନିରଞ୍ଜନ ?

ପିସିସି ସଭାପତିଙ୍କ ବଦଳୁଛି ଆରଚଣ । କେତେ ବେଳେ ବିଜେଡି ଉପରେ ଖପ୍ପା ହୋଇ ପ୍ରତିକ୍ରିୟା ଦେଉଛନ୍ତି ତ ଆଉ କେତେବେଳେ ବିଜେଡି ସପକ୍ଷରେ ମତ ରଖି ବେଶ୍ ଚର୍ଚ୍ଚାରେ ରହୁଛନ୍ତି ନିରଞ୍ଜନ ।

ପିସିସି ସଭାପତିଙ୍କ ତୁଣ୍ଡରେ ବିଜେଡ଼ିର ପ୍ରଶଂସା; ଡିଆଁ ମାରିବେ କି ନିରଞ୍ଜନ ?

ସୌମ୍ୟ ରଞ୍ଜନ ନାୟକ, ଭୁବନେଶ୍ୱର: ପିସିସି ସଭାପତିଙ୍କ ବଦଳୁଛି ଆରଚଣ । କେତେ ବେଳେ ବିଜେଡି ଉପରେ ଖପ୍ପା ହୋଇ ପ୍ରତିକ୍ରିୟା ଦେଉଛନ୍ତି ତ ଆଉ କେତେବେଳେ ବିଜେଡି ସପକ୍ଷରେ ମତ ରଖି ବେଶ୍ ଚର୍ଚ୍ଚାରେ ରହୁଛନ୍ତି ନିରଞ୍ଜନ । କିନ୍ତୁ ଏବେ ସମୟ ଟିକିଏ ଭିନ୍ନ । ରାଜ୍ୟରେ ବାଜିସାରିଛି ବିଜେପୁର ଉପ ନିର୍ବାଚନ ବିଗୁଲ । ତେଣୁ ଉପନିର୍ବାଚନକୁ ଆଖିଆଗରେ ରଖି ମାପିଚୁପି ଉତ୍ତର ଦେଉଛନ୍ତି ନିରଞ୍ଜନ ନା ଏହା ପଛରେ ରହିଛି କିଛି ରାଜନୈତିକ ଅଭିସନ୍ଧି । ରାଜନୀତିରେ ଗଭୀର ଅଭିଜ୍ଞତା ସମ୍ପର୍ଣ୍ଣ  ନିରଞ୍ଜନ ଠିକଭାବେ  ଜାଣିଛନ୍ତି କେମିତି ଓ କିପରି ଗଣମାଧ୍ୟରେ ପ୍ରତିକ୍ରିୟା ରଖିବାକୁ ହୁଏ । କିନ୍ତୁ ନିରଞ୍ଜନଙ୍କ ମୁହଁରେ ଶାସକ ବିଜେଡି ଦଳର ପ୍ରଶଂସା । ଏମିତି ପ୍ରଶଂସା ପରେ ବାରିହେଉଛି ରାଜନୈତିକ ଗନ୍ଧ । ବିଜେପୁର ଉପନିର୍ବାଚନ ବିଷୟରେ ମତ ରଖି ନିରଞ୍ଜନ କହିଥିଲେ 'ବିଜେଡି ନେତାମାନେ ବିଜେପୁରରେ କର୍ତ୍ତବ୍ୟ କରୁଛନ୍ତି' ବିଜେଡି ନେତାଙ୍କ ଠାରୁ କିଛି ଶିଖିବାର ଅଛି । ଏ କଥା କହୁକହୁ କହିଦେଲେ ନା ଆଗକୁ ଡିଆଁ ମାରିବା ପାଇଁ ଏମିତି ଜାଣିଶୁଣି ମତରଖିଛନ୍ତି ।ଏହା ଏବେ ରାଜ୍ୟରେ ଏକ ରାଜନୈତିକ ଭୂକମ୍ପ ସୃଷ୍ଟି କରିଛି ।
କାରଣ କଂଗ୍ରେସ ଅବସ୍ଥା କେବଳ ରାଜ୍ୟରେ ନୁହେଁ, ସମଗ୍ର ଦେଶରେ ଖରାପ ରହିଛି । ଅନ୍ୟପଟେ ବିଭିନ୍ନ ସମୟରେ ନିରଞ୍ଜନ ପଟ୍ଟନାୟକଙ୍କୁ ଦଳ ଭିତରେ ମଧ୍ୟ ଖୋଲାଖୋଲି ବିରୋଧ କରି ଆସୁଛନ୍ତି କିଛି ଟାଣୁଆ ନେତା । ଛାତ୍ର କଂଗ୍ରେସର ପୂର୍ବତନ ଛାତ୍ର ସଭାପତି ଇତୀସ ପ୍ରଧାନ ଗଣମାଧ୍ୟରେ ନିରଞ୍ଜନଙ୍କୁ ଅଣ୍ଡା ମାରିବାକୁ ଧମକ ଦେଇଥିଲେ ।ଗତ ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ରିପୁନାଥ ସେଠ କହିଥିଲେ ରାଜ୍ୟ କଂଗ୍ରେସରେ କିଛି ଠିକ୍ ଚାଲି ନାହିଁ । ଠିକ୍ ନିଷ୍ପତ୍ତି ହୋଇଥିଲେ କଂଗ୍ରେସ ଭଲ ପ୍ରଦର୍ଶନ କରିଥାଆନ୍ତା । ମୁଁ ଦିଲ୍ଲୀ ଯିବି ଆଉ ହାଇକମାଣ୍ଡଙ୍କୁ ଦେଖାକରି ସବୁ ଜଣାଇବି । ସେପଟେ ସାରାଦେଶରେ ଯୁବ ନେତୃତ୍ୱଙ୍କ ଉପରେ ଭରସା କରି କଂଗ୍ରେସ ଦଳ ଆଗକୁ ବଢ଼ିବା ପାଇଁ ସ୍ଥିର କରୁଥିବା ବେଳେ, ଦଳରେ ବରିଷ୍ଠ ନେତୃତ୍ୱଙ୍କ ଗୁରୁତ୍ୱ କମିପାରେ । ଏମିତି କି ପଟ୍ଟନାୟକ ପରିବାରର କଥା ରାଜ୍ୟରେ ସମସ୍ତେ ଜାଣନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରିଆସୁଥିବା ସୌମ୍ୟ ରଞ୍ଜନ ପଟ୍ଟନାୟକ ବିଜେଡିରେ ଯୋଗ ଦେଇ ରାଜ୍ୟସଭା ସାଂସଦ ହେଲେ ଓ କିଛି ଦିନ ହେବ ବିଧାୟକ ହୋଇଛନ୍ତି । ତେଣୁ କ୍ଷମତା ରାଜନୀତିରେ କିଛି ଅସମ୍ଭବ ନିହେଁ ।୨୦୧୮ ବିଜେପୁର ନିର୍ବାଚନରେ କଂଗ୍ରେସ କିପରି ବିଜେଡିକୁ ଭିତିରି ସହଯୋଗ କଲା ଓ ବିଜେପୁରରେ  କଂଗ୍ରେସର ସ୍ଥିତି ସାଂଘାତିକ ହେଲା  ତାହା ହିଁ ପ୍ରମାଣ କରେ ଦୁଇ ଭାଇ ସୌମ୍ୟ ଓ ନିରଞ୍ଜନ ଅଲଗା ଅଲଗା ଦଳରେ ରହି କିପରି ରାଜନୈତିକ କ୍ଷମତା ହାସଲ ପାଇଁ ଅହରହ ଉଦ୍ୟମରତ ତାହା ଦିବାଲୋକରେ ଦେଖାଯାଉଛି । ତେଣୁ ବିଜେଡି ନେତାଙ୍କ ଠାରୁ ଶଖିବାର ଅର୍ଥ କଣ ହୋଇପାରେ ? ନିରଞ୍ଜନ ଶାସକ ଦଳରେ ଯୋଗ ଦେଇ କ୍ଷମତା କେନ୍ଦ୍ରରେ ବସିବାକୁ ଚେଷ୍ଟା କରୁଥାଇପାରନ୍ତି । ତେଣୁ ନିରଞ୍ଜନଙ୍କ ମୁହଁରେ ବିଜେଡି ପ୍ରଶଂସା ।