ମାସକରେ ବକେୟା ଦେଲେ ଏକ ଲକ୍ଷ ୧୦ ହଜାର ବିଦ୍ୟୁତ ଗ୍ରାହକ
Advertisement

ମାସକରେ ବକେୟା ଦେଲେ ଏକ ଲକ୍ଷ ୧୦ ହଜାର ବିଦ୍ୟୁତ ଗ୍ରାହକ

୧୬ ତାରିଖରୁ ବିଦ୍ୟୁତ ବଳକା ଗ୍ରାହକଙ୍କ କନେକସନ କାଟ ଆରମ୍ଭ

ମାସକରେ ବକେୟା ଦେଲେ ଏକ ଲକ୍ଷ ୧୦ ହଜାର ବିଦ୍ୟୁତ ଗ୍ରାହକ

ସରୋଜ ବେହେରା, ଭୁବନେଶ୍ୱର: ଗତ ଏକ ମାସ ମଧ୍ୟରେ ସେସୁ ଅଧିନରେ ଥିବା ୧ ଲକ୍ଷ ୧୦ ହଜାର  ଗ୍ରାହକ ବକେୟା ଟଙ୍କା ପଇଠ କରିଛନ୍ତି । ଏହା ବକେୟା ଥିବା ମୋଟ ଟଙ୍କାରୁ ମାତ୍ର ୨୧ କୋଟି ରହିଛି । ଏବେ ବି ଆହୁରି ୬ ଲକ୍ଷ ଗ୍ରାହକ ସେମାନଙ୍କ ବକେୟା ଟଙ୍କା ଫେରସ୍ତ କରିନାହାନ୍ତି । ଆସନ୍ତା ୧୬ ତାରିଖରୁ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ କରାଯିବା ସହ ସେମାନଙ୍କ ବିଦ୍ୟୁତ ସଂଯୋଗ କଟାଯିବ । ଏଥିପାଇଁ ସେସୁ ପକ୍ଷରୁ ୪୧୩ ସ୍କ୍ୱାର୍ଡ ଗଠନ ହୋଇଛି । ଏହି ସ୍କ୍ୱାର୍ଡ ୧୬୪୩ ରୁଟରୁ ୨୪୭ ସେକସନର ୬୫ ସବଡିଭିଜନ ମଧ୍ୟରୁ ୨୦ ଡିଭିଜନର ୧୧୩୬୯ ଗାଁରେ ବିଦ୍ୟୁତ ଗ୍ରାହକଙ୍କ କନେକସନ କାଟ୍ କରିବେ ।  

ଆସନ୍ତା ୧୬ ତାରିଖରୁ ବିଜୁଳି କାଟିବା କାର୍ଯ୍ୟ ଆରମ୍ଭ କରାଯିବ । ବିଜୁଳି ଆଦାୟ ପାଇଁ ପୂର୍ବରୁ ବିଜ୍ଞାପନ, ଲିଫଲେଟ, ମାଇକ ଯୋଗେ ଲୋକଙ୍କୁ ଅବଗତ କରାଯାଇଛି । ଗ୍ରାହକଙ୍କ ସୁବିଧା ପାଇଁ ଟଙ୍କା ପଇଠ କରିବାକୁ ଇନଷ୍ଟଲମେଣ୍ଟ ବ୍ୟବସ୍ଥା କରାଯାଇଛି । ଅଧିକ ଟଙ୍କା ବକେୟା ଥିବା ଯେ କୌଣସି ଗ୍ରାହକ ୩୦ ପ୍ରତିଶତ ଟଙ୍କା ଦେଇ ବଳକା ପରବର୍ତ୍ତି ସମୟରେ ପଇଠ କରିବାକୁ ଲିଖିତ ଜଣାଇଲେ ସେମାନଙ୍କ ବିଦ୍ୟୁତ କାଟ କରାଯିବ ନାହିଁ ବୋଲି ସୁଚନା ଦେଇଛନ୍ତି ସେସୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅରୁଣ ବୋଥ୍ରା ।  

ବକେୟା ଥିବା ଗ୍ରାହକଙ୍କ ମଧ୍ୟରେ ୮୧୩୬ ଜଣଙ୍କୁ ପୂର୍ବରୁ ନୋଟିସ କରାଯାଇସାରିଛି । ୫୯ ହଜାର ୧୯୦ ଜଣ ଦୋକାନୀ କିମ୍ବା ବ୍ୟବସାୟିକ ସଂଗଠନ ରହିଥିବା ବେଳେ ୫୯୬୫ଟି ସରକାରୀ ଗ୍ରାହକ ରହିଛନ୍ତି । ସରକାରୀ ଗ୍ରାହକଙ୍କ ବକେୟା ଟଙ୍କା ନେଇ ସରକାରଙ୍କ ସହ ଆଲୋଚନା ସରିଛି ।  ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ସେମାନଙ୍କ ଟଙ୍କା ପଇଠ କରାଯିବ ବୋଲି ସରକାର ପ୍ରତିଶ୍ରୁତି ଦେଇସାରିଛନ୍ତି । ୭୩ ହାଜରରୁ ଅଧିକ ଚାଷୀ ଓ ଶିଳ୍ପାଂଚଳଙ୍କଠାରୁ ମଧ୍ୟ ଟଙ୍କା ଆଦାୟ କରାଯିବ ବୋଲି ସେସୁ ସିଇଓ ଅରୁଣ ବୋଥ୍ରା ସୁଚନା ଦେଇଛନ୍ତି ।