ଲକଡାଉନ ସମୟରେ ପଶୁପକ୍ଷୀଙ୍କ ପାଇଁ ଅର୍ଥ ମଞ୍ଜୁର କରି ଉଦାହରଣ ପାଲଟିଲେ ନବୀନ...
Trending Photos
ନୂଆଦିଲ୍ଲୀ: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପେଟା ଇଣ୍ଡିଆ ସମ୍ମାନିତ କରିବ। ଲକଡାଉନ ସମୟରେ ପଶୁପକ୍ଷୀମାନଙ୍କ ପ୍ରତି ଦେଖାଇଥିବା ମାନବିକତାକୁ ଆଧାର କରି ପେଟା ଇଣ୍ଡିଆ 'ହିରୋ ଟୁ ଆନିମଲ' ସମ୍ମାନରେ ସମ୍ମାନିତ କରିବ। ଏକ ଆଲେଖ୍ୟରେ ପେଟା କହିଛି ଯେ, ନବୀନ ପଟ୍ଟନାୟକ ପଶୁମାନଙ୍କ ପ୍ରତି ଦେଖାଇଥିବା ମାନବିକତା ଅନ୍ୟମାନଙ୍କ ପାଇଁ ନିଶ୍ଚିତ ଭାବେ ପ୍ରେରଣାଦାୟୀ ରହିବ।
ପେଟା ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ଲକଡାଉନ ସମୟରେ ପଶୁପକ୍ଷୀଙ୍କ ଧ୍ୟାନ ରଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସୂଚନା ଦେଇଥିଲେ। ଲକଡାଉନ ସମୟରେ ପଶୁପକ୍ଷୀଙ୍କୁ ଆହାର ମଧ୍ୟ ଯୋଗାଇ ଦେବାକୁ କହିଥିଲେ ପ୍ରଧାନମନ୍ତ୍ରୀ ମୋଦି। ମୋଦି କହିଥିଲେ କି, ଆପଣଙ୍କ ଘର ପାଖରେ ବୁଲୁଥିବା ପଶୁପକ୍ଷୀଙ୍କୁ କଥା ମଧ୍ୟ ଚିନ୍ତା କର। ଲକଡାଉନ ସମୟରେ ପଶୁପକ୍ଷୀଙ୍କୁ ମଧ୍ୟ ଖାଦ୍ୟ ମିଳୁନାହିଁ। ମୁଁ ଆପଣଙ୍କୁ ପ୍ରାର୍ଥନା କରୁଛି କି, ପଶୁପକ୍ଷୀମାନଙ୍କ ଯଥା ସମ୍ଭବ ଧ୍ୟାନ ରଖିବାକୁ ମୋଦି କହିଥିଲେ।
ତେବେ ସେ ଯାହା ବି ହେଉ, ରାଜ୍ୟରେ ପଶୁପକ୍ଷୀଙ୍କ ପାଇଁ ଅର୍ଥ ମଞ୍ଜୁର କରିବାରେ ନବୀନ ପ୍ରଥମ ମୁଖ୍ୟମନ୍ତ୍ରୀ। ରିଲିଫି ପାଣ୍ଠିରୁ ନବୀନ ୫୪ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ। ଏହି ଅର୍ଥକୁ ୫ଟି ମ୍ୟୁନିସିପାଲିଟି କର୍ପୋରେସନ ସହିତ ୪୮ଟି ମ୍ୟୁନିସିପାଲିଟି ଅଞ୍ଚଳରେ ଏହି ଅର୍ଥକୁ ବିନିଯୋଗ କରାଯିବ।
ପଶୁମାନଙ୍କ ପ୍ରତି ଏଭଳି ପଦକ୍ଷେପ ନେଇଥିବାରୁ ନବୀନଙ୍କୁ ହିରୋ ଟୁ ଆନିମଲ ସମ୍ମାନରେ ସମ୍ମାନିତ କରିବାକୁ ନିଷ୍ପତ୍ତି ନେଇଛି ପେଟା ଇଣ୍ଡିଆ। ନବୀନଙ୍କ ପୂର୍ବରୁ ଶିଳ୍ପା ସେଟ୍ଟି କୁନ୍ଦ୍ରା, ଜରୀନ ଖାନ, ସାଇରସ ବ୍ରଚ, ରାଣୀ ମୁଖାର୍ଜୀଙ୍କୁ ମଧ୍ୟ ଏହି ସମ୍ମାନରେ ସମ୍ମାନୀତ କରିଛନ୍ତି।