• ବଦଳିଲେ BMC କମିସନର ପ୍ରେମଚନ୍ଦ୍ର ଚୌଧୁରୀ
  • ୧୯୯୭ ବ୍ୟାଚ୍ IAS ସଞ୍ଜୟ କୁମାର ସିଂ ହେଲେ BMC କମିଶନର
  • ବିଷ୍ଣୁପଦ ସେଠୀଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗ ଅତିରିକ୍ତ ଦାୟିତ୍ବ
  • BMC ପକ୍ଷରୁ ଆରମ୍ଭ ହେଲା ଡ୍ରାଇଭ ଇନ୍ ଟେଷ୍ଟିଂ
  • ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷ ୪୮ ହଜାର ୪୨୧
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୪୨୦୫ ଜଣଙ୍କ ଜୀବନ
  • ରାଜ୍ୟରେ ଆଜି ୧୭ ଜଣଙ୍କ ମୁଣ୍ଡ ନେଲା କୋରୋନା
  • ରାଜ୍ୟରେ ଆଜି ୧୦ ହଜାର ୯୮୨ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଆଜିଠୁ ତେଲଙ୍ଗାନାରେ ୧୦ ଦିନିଆ ଲକ୍‌ଡାଉନ୍
  • ସାଧୁସନ୍ଥ, ଭିକାରୀ, କଏଦୀ ଓ ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ହେବ ଟିକାକରଣ

ପିପିଲି ଉପନିର୍ବାଚନ ପାଇଁ ସାନି ଭୋଟ୍ ତାରିଖ ଘୋଷଣା

ମେ ୧୩ରେ ହେବ ପିପିଲି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ଆଜି ଏହି ନିର୍ବାଚନ ହେବାକୁ ଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ନିର୍ବାଚନ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।

ପିପିଲି ଉପନିର୍ବାଚନ ପାଇଁ ସାନି ଭୋଟ୍ ତାରିଖ ଘୋଷଣା
ପ୍ରତିକାତ୍ମକ ଫଟୋ

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ଦ୍ୱିତୀୟ ଥର ତାରିଖ ଘୋଷଣା ହୋଇଛି। ସାନି ନିର୍ବାଚନ ନେଇ ଶନିବାର ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି। ମେ ୧୩ରେ ହେବ ପିପିଲି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ଆଜି ଏହି ନିର୍ବାଚନ ହେବାକୁ ଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ନିର୍ବାଚନ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।

ପିପିଲି ଉପନିର୍ବାଚନ (Pipili by poll) ନେଇ ଏପ୍ରିଲ ୧୯ରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଏପ୍ରିଲ ୨୬ରେ କେବଳ କଂଗ୍ରେସ (congress) ଦଳକୁ ନାମାଙ୍କନର ସୁଯୋଗ ଦିଆଯିବ। ଏପ୍ରିଲ ୨୭ରେ ମନୋନୟନ ପତ୍ର ଯାଞ୍ଚ ହେବାକୁ ଥିବା ବେଳେ ୨୯ ସୁଦ୍ଧା ପ୍ରାର୍ଥୀ ନିଜ ନାମାଙ୍କନ ପ୍ରତ୍ୟାହାର କରି ପାରିବେ। ସେହିପରି ମେ ୧୩ରେ ପିପିଲିରେ ଉପନିର୍ବାଚନ ହେବ। ମେ ୧୬ରେ ଭୋଟ ଗଣତି ଓ ମେ ୧୮ ତାରିଖ ସୁଦ୍ଧା ନିର୍ବାଚନୀ ପ୍ରକ୍ରିୟା ସରିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Also Read: 'ପୂଜା ପୂର୍ବରୁ ମୂର୍ତ୍ତି ବିସର୍ଜନ'

ସୂଚନାଯୋଗ୍ୟ, ଆଜି ଅର୍ଥାତ ଏପ୍ରିଲ ୧୭ ତାରିଖରେ ପିପିଲି ଉପନିର୍ବାଚନ ହେବାର ଥିଲା। କିନ୍ତୁ ଭୋଟ ପଡିବାର ୩ ଦିନ ପୂର୍ବରୁ କୋରୋନାରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ (Ajit Mangaraj) ଙ୍କ ଦେହାନ୍ତ ହେଲା। ଫଳରେ ପିପୁଲ୍ସ ରିପ୍ରେଜେଣ୍ଟେଟିଭ୍ ଆକ୍ଟ-୧୯୫୧ ଅନୁଯାୟୀ ନିର୍ବାଚନ ତାରିଖକୁ ଘୁଞ୍ଚାଗଲା। ସେପଟେ ଅଜିତଙ୍କ ମୃତ୍ୟୁର ୩ ଦିନ ପରେ ତାଙ୍କ ମାଆଙ୍କ ମଧ୍ୟ କୋରୋନା (Coronavirus) ରେ ନିଧନ ହୋଇଛି। ଯାହାକୁ ନେଇ ପିପିଲିରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। 

ସେପଟେ ପିପିଲି ନିର୍ବାଚନରେ ଚିରାଚରିତ ଭାବେ ତିନୋଟି ପ୍ରମୁଖ ଦଳ ମଧ୍ୟରେ ଲଢେଇ ହେବ। ବିଜେଡି ପ୍ରାର୍ଥୀ ଭାବେ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀ ନାମାଙ୍କନ ଭରିଥିବା ବେଳେ ବିଜେପିର ପୂର୍ବ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ପ୍ରାର୍ଥିପତ୍ର ଦାଖଲ କରିସାରିଛନ୍ତି। ତେବେ ଏବେ କଂଗ୍ରେସ କାହାକୁ ଟିକଟ ହେବ ତାହା ଉପରେ ସମସ୍ତଙ୍କ ନଜର।