ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି, ଏଣିକି ଗାଁରେ ଘର କଲେବି ନେବାକୁ ପଡିବ ଅନୁମତି
ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଗାଁରେ ଘର କଲେ ବି ଏଥର ଅନୁମତି ନେବାକୁ ପଡିବ । ୨ରୁ ଅଧିକ ମହଲା ଘର ନିର୍ମାଣ ପାଇଁ ପଞ୍ଚାୟତ ସମିତି(ବ୍ଲକ)ରୁ ଅନୁମତି ନେବାକୁ ପଡିବ । ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।
- ଗାଁରେ ଘର କଲେ ବି ଦରକାର ହେବ ଅନୁମତି
- ୨ରୁ ଅଧିକ ମହଲା ଘର ପାଇଁ ପଞ୍ଚାୟତ ସମିତିଠାରୁ ନେବାକୁ ପଡିବ ଅନୁମତି
- ସରକାରୀ ନିୟମ ମୁତାବକ ଘର ନିର୍ମାଣ ହୋଇନଥିଲେ କାର୍ଯ୍ୟାନୁଷ୍ଠାନ
Trending Photos

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଗାଁରେ ଘର କଲେ ବି ଏଥର ଅନୁମତି ନେବାକୁ ପଡିବ । ୨ରୁ ଅଧିକ ମହଲା ଘର ନିର୍ମାଣ ପାଇଁ ପଞ୍ଚାୟତ ସମିତି(ବ୍ଲକ)ରୁ ଅନୁମତି ନେବାକୁ ପଡିବ । ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।
ମନ୍ତ୍ରୀ କହିଛନ୍ତି, ଗାଁ ହେଉକି ସହର, ସରକାରୀ ନିୟମ ଅନୁସାରେ ଘର ନିର୍ମାଣ କରିବାକୁ ପଡିବ । ସଠିକ ପ୍ଲାନିଂ ସହ ଘର ନିର୍ମାଣ ହୋଇନଥିଲେ, ଘର ମାଲିକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ଏନେଇ ଗେଜେଟ୍ ନୋଟିଫିକେସନ୍ ମଧ୍ୟ ପ୍ରକାଶିତ ହେବା ନେଇ ଜଣାପଡିଛି ।
More Stories
Comments - Join the Discussion