Plus 2 Science Result: ଆସନ୍ତାକାଲି ପ୍ରକାଶ ପାଇବ ଫଳ, ଇଣ୍ଟରନେଟ୍ ଓ ଏସଏମଏସ୍ ମାଧ୍ୟମରେ ହେବ ଉପଲବ୍ଧ
Advertisement

Plus 2 Science Result: ଆସନ୍ତାକାଲି ପ୍ରକାଶ ପାଇବ ଫଳ, ଇଣ୍ଟରନେଟ୍ ଓ ଏସଏମଏସ୍ ମାଧ୍ୟମରେ ହେବ ଉପଲବ୍ଧ

ସେହିପରି ଅଗଷ୍ଟ ମାସ ତୃତୀୟ ସପ୍ତାହରେ ଯୁକ୍ତ ଦୁଇ ବାଣିଜ୍ୟ ବା କମର୍ସ ଓ ଶେଷ ସପ୍ତାହରେ କଳା ରେଜଲ୍ଟ ପ୍ରକାଶ ହେବ ।

ପ୍ରତୀକାତ୍ମକ ଫଟୋ

ରାଜେଶ ସାମନ୍ତରାୟ, ଭୁବନେଶ୍ୱର: ଆସନ୍ତା ୧୨ ତାରିଖରେ ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ ।  ଦିନ ୧୨ଟା ୩୦ ମିନିଟରେ CHSE ବା ଯୁକ୍ତ ୨ ପରିଷଦ କାର୍ଯ୍ୟାଳୟରେ ଫଳ ପ୍ରକାଶ କରାଯିବ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଛାତ୍ରଛାତ୍ରୀ ସେମାନଙ୍କ ରେଜଲ୍ଟ ଇଣ୍ଟରନେଟ୍ ଓ ଏସଏମଏସ୍ ମାଧ୍ୟମରେ ପାଇପାରିବେ । ଏନେଇ ଖୁବଶୀଘ୍ର ୱେବସାଇଟ୍ ଓ ଏସଏମଏସ ନମ୍ବର ପ୍ରକାଶ କରାଯିବ । 

ସେହିପରି ଅଗଷ୍ଟ ମାସ ତୃତୀୟ ସପ୍ତାହରେ ଯୁକ୍ତ ଦୁଇ ବାଣିଜ୍ୟ ବା କମର୍ସ ଓ ଶେଷ ସପ୍ତାହରେ କଳା ରେଜଲ୍ଟ ପ୍ରକାଶ ହେବ । ଚଳିତବର୍ଷ କୋରୋନା ମହାମାରୀ ପାଇଁ କଲେଜରେ ଶିକ୍ଷାଦାନ ସମେତ ପରୀକ୍ଷା ଓ ଖାତା ଦେଖା ବନ୍ଦ ରହିଥିଲା । ଅନେକ ଜିଲ୍ଲା ବିଭିନ୍ନ ସମୟରେ ଲକଡାଉନ୍ ଓ ସଟଡାଉନ ରହିବାରୁ ଖାତା ଦେଖା ଅନେକାଂଶରେ ବାଧାପ୍ରାପ୍ତ ହୋଇଥିଲା । ଯେଉଁଥିପାଇଁ ରେଜଲ୍ଟ ବାହାରିବା ଏତେ ବିଳମ୍ବ ହେଲା ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି ।  

ସେପଟେ ସେପଟେମ୍ବର ୧୪ ତାରିଖରୁ ୨୨ ତାରିଖ ମଧ୍ୟରେ ଚଳିତ ବର୍ଷର ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ସେପଟେମ୍ବର ୧୪ ତାରିଖରୁ ୨୪ ତାରିଖ ମଧ୍ୟରେ ଓପନ୍ ଲର୍ଣ୍ଣିଂ ସ୍କୁଲର ପରୀକ୍ଷା କରାଯିବା ନେଇ ଯୋଜନା ରହିଥିବା ବିଭାଗୀୟ ମନ୍ତ୍ରୀ କହିଛନ୍ତି । ତେଣୁ ଛାତ୍ରଛାତ୍ରୀ ମାନସିକ ଭାବେ ଏବେଠାରୁ ପ୍ରସ୍ତୁତ ରହିବାକୁ ସେ କହିଛନ୍ତି । 

ଏହାବାଦ ଆଉ ଏକ ବଡ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ରାଜ୍ୟର ୫୬ ହଜାର ଶିକ୍ଷକ ଶିକ୍ଷଯିତ୍ରୀଙ୍କର ଚଳିତ ମାସ ଶେଷ ସୁଦ୍ଧା ପଦୋନ୍ନତି ହେବ । ଏହି ନିଷ୍ପତ୍ତି ବିଭାଗୀୟ ପ୍ରମୁଖ ସଚିବ ଯୋଗ ଦେବା ପରେ ନିଆଯାଇଛି । ଫଳରେ ୫୬ ହଜାର ଶିକ୍ଷକ ଶିକ୍ଷୟତ୍ରୀ ଲାଭବାନ ହୋଇପାରିବେ । ଦୀର୍ଘଦିନ ଧରି ଶିକ୍ଷକ ଶିକ୍ଷଯିତ୍ରୀଙ୍କର ପଦୋନ୍ନତୀ ହୋଇ ପାରି ନ ଥିଲା । ଫଳରେ ଦାବି ହୋଇ ଆସୁଥିଲା । କିନ୍ତୁ କୋରୋନା ମହାମାରୀ ବେଳେ ଚଳିତ ବର୍ଷ ପଦୋନ୍ନତୀ ମିଳିବା ଏକ ପ୍ରକାର ଅନିଶ୍ଚିତ ରହିଥିଲା । କିନ୍ତୁ ମନ୍ତ୍ରୀ ପଦୋନ୍ନତୀ ପ୍ରସଙ୍ଗ ଘୋଷଣା କରି ଏକ ସରପ୍ରାଇଜ୍ ଶିକ୍ଷକ ଶିକ୍ଷଯିତ୍ରୀଙ୍କୁ ଦେଇଛନ୍ତି । ଯାହାକୁ ଶିକ୍ଷକ ଶିକ୍ଷଯିତ୍ରୀଙ୍କ ମହଲରେ ସ୍ୱାଗତ କରାଯାଇଛି ।