)
ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: କଟକଣାରେ ଆରମ୍ଭ ହେଲା ନାମଲେଖା । ଚଳିତ ବର୍ଷ ଯୁକ୍ତ ଦୁଇ ପ୍ରଥମ ବର୍ଷ ନାମଲେଖା ଆଜି ଠାରୁ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟ ମେଧାତାଲିକା ଆଧାରରେ ଆରମ୍ଭ ହୋଇଛି ନାମଲେଖା । ତେବେ ମହାମାରୀ କୋରୋନା ପାଇଁ କଟକଣା ଭିତରେ ଛାତ୍ରଛାତ୍ରୀ ମାନେ ଆବେଦନ କରିଥିବା ବେଳେ କଟକଣା ଯୁକ୍ତ ନାମଲେଖା ମଧ୍ୟ ହୋଇଛି । ବିଶେଷ କରି ଥର୍ମାଲ ସ୍କାନିଂ, ସାନିଟାଇଜେସନ, ମାସ୍କ ଓ ସାମାଜିକ ଦୂରତାକୁ ଗୁରୁତ୍ବ ଦେଇ ଆରମ୍ଭ ହୋଇଛି ନାମଲେଖା ପ୍ରକ୍ରିୟା । ପ୍ରତି ଘଣ୍ଟାରେ ସର୍ବାଧିକ ୧୫ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇଥିଲା ।
ଦଶମରୁ ଯୁକ୍ତ ଦୁଇ ପାଠପଢା ପାଇଁ ନାମ ଲେଖାଇଛନ୍ତି ଛାତ୍ରଛାତ୍ରୀ । ତେବେ ଚଳିତ ବର୍ଷ ମହାମାରୀ କୋରୋନା ଭିତରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ କୋଭିଡ ନିୟମକୁ ପ୍ରଧାନ୍ୟ ଦିଆଯାଇଛି । ପ୍ରତି ଘଣ୍ଟାରେ ଧାଡି କରି ସର୍ବାଧିକ ୧୫ ଜଣ ଛାତ୍ରଛାତ୍ରୀ ଓ ଜଣେ ଲେଖାଏଁ ଅଭିଭାବକଙ୍କୁ ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳିଥିଲା । ଏହାସହ ପ୍ରଥମେ ଥର୍ମାଲ ସ୍କାନିଂ ସହ ମାସ୍କ ଓ ସାମାଜିକ ଦୂରତା ବାଧ୍ୟତାମୂଳକ କରାଯାଇଥିଲା । ଏହାରି ଭିତରେ ବିଳମ୍ବ ହେଲେ ମଧ୍ୟ ନିଜ ପସନ୍ଦିତ ଜୁନିୟର କଲେଜରେ ନାମଲେଖାଇ ଛାତ୍ରଛାତ୍ରୀ ବେଶ ଉସ୍ତ୍ରାହିତ ଥିଲେ ।
ଚଳିତ ବର୍ଷ ନାମ ଲେଖାଇବା ପାଇଁ ୩ ଲକ୍ଷ ୮୪ ହଜାର ୨୭୯ ଜଣ ଆବେଦନ କରିଥିବା ବେଳେ ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ୩ ଲକ୍ଷ ୪୭ ହଜାର ୬୨୬ ଜଣ ମନୋନୀତ ହୋଇଛନ୍ତି । କଳାରେ ୨ଲକ୍ଷ ୨୩ ହଜାର ୫୭୫ ଜଣ, ବାଣିଜ୍ୟରେ୨୫ ହଜାର ୬୨ ଜଣ, ବିଜ୍ଞାନରେ ୮୪ ହଜାର ୭୮୯ ଜଣ, ସଂସ୍କୃତ ରେ ୮ ହଜାର ୪୩୮ ଜଣ ଓ ଧନ୍ଦାମୂଳକ ରେ ୫ ଜଣ ୭୬୨ ଜଣ ମନୋନୀତ ହୋଇଛନ୍ତି । ପ୍ରଥମ ପର୍ଯ୍ୟୟ ଆସନ୍ତା ୨୬ ତାରିଖରେ ସରିବାକୁ ଥିବା ବେଳେ ଅକ୍ଟୋବର ୩ ତାରିଖରେ ପ୍ରକାଶ ପାଇବ ଦ୍ଵିତୀୟ ପର୍ଯ୍ୟାୟ ମେଧା ତାଲିକା । ଯାହାର ନାମଲେଖା ଅକ୍ଟୋବର ୫ରୁ ୭ତାରିଖ ମଧ୍ୟରେ ହେବ ।
ତେବେ ଚଳିତ ବର୍ଷ କଟକଣାରେ ନାମଲେଖା ହୋଇଥିବା ବେଳେ ଏହାର ସଂପୂର୍ଣ୍ଣ ପ୍ରକ୍ରିୟା ସରିବା ପରେ ନଭେମ୍ବର ମାସରୁ ପାଠପଢା ନେଇ କ୍ଲାସ୍ ହେବାର ସମ୍ଭାବନା ରହିଛି ।