close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଟ୍ରେନି ପୋଲିସ ଅଧିକାରୀ ପଢିଲେ ଦୁର୍ନିତିମୁକ୍ତି ପାଇଁ ପାଠ

ଦୁର୍ନିତୀର ମୂଳପୋଛ କରିବା ପାଇଁ 'ମୋ ସରକାର'ର କାର୍ଯ୍ୟକ୍ରମ ପ୍ରଥମେ ଏହି ବିଭାଗରୁ ଆରମ୍ଭ କରିଥିଲେ। ପୋଲିସ ପ୍ରତି ଲୋକଙ୍କ ବିଶ୍ୱାସ  ଜନ୍ମାଇବା ଓ ବିଭାଗରୁ ଦୁର୍ନୀତି  ସମ୍ପୂର୍ଣ୍ଣ ମୂଳପୋଛ କରିବା ଏହାର ମୂଳ ଉଦ୍ଧେଶ୍ୟ ଥିଲା ।  

ଟ୍ରେନି ପୋଲିସ ଅଧିକାରୀ ପଢିଲେ ଦୁର୍ନିତିମୁକ୍ତି ପାଇଁ ପାଠ
source: social media
ସରୋଜ ବେହେରା, ଭୁବନେଶ୍ୱର: ପୋଲିସ ବିଭାଗରେ ଦୁର୍ନିତୀ ଚରମ ସୀମାରେ ପହଞ୍ଚିଛି । ଏଥିପାଇଁ ରାଜ୍ୟ ସରକାର ଏହି ଦୁର୍ନିତି ମୂଳପୋଛ କରିବା ପାଇଁ 'ମୋ ସରକାର'ର କାର୍ଯ୍ୟକ୍ରମ ପ୍ରଥମେ ଏହି ବିଭାଗରୁ ଆରମ୍ଭ କରିଥିଲେ। ପୋଲିସ ପ୍ରତି ଲୋକଙ୍କ ବିଶ୍ୱାସ  ଜନ୍ମାଇବା ଓ ବିଭାଗରୁ ଦୁର୍ନୀତି  ସମ୍ପୂର୍ଣ୍ଣ ମୂଳପୋଛ କରିବା ଏହାର ମୂଳ ଉଦ୍ଧେଶ୍ୟ ଥିଲା ।  
 
ଏବେ ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମକୁ ଆଗକୁ ବଢାଇବାକୁ ଚେଷ୍ଟା କରିଛି ଭିଜିଲାନ୍ସ । ଏଥିପାଇଁ ତାଲିମ ପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ଦିର୍ନିତୀମୁକ୍ତ କିଭଳି କରାଯିବ ତାହାର ତାଲିମ ଦେଇଛନ୍ତି ଭିଜିଲାନ୍ସ ବିଭାଗ ଅଧିକାରୀ । ବିଜୁ ପଟ୍ଟନାୟକ ଷ୍ଟେଟ  ପୋଲିସ ଏକଡେମୀରେ ପ୍ରଶିକ୍ଷଣ ନେଉଥିବା ଟ୍ରେନି ଅଫିସରଙ୍କୁ ଦୁର୍ନୀତି ନକରିବାକୁ ଗୁରୁମନ୍ତ୍ର ଦେବ ସହ କଥୋପକଥନ ସେସନ କରାଯାଇଥିଲା ସଚେତନତା ଜୀବନ ଧାରା ଏକ ମୂଲ୍ୟବୋଧ । ଏହାକୁ ମୂଳମନ୍ତ୍ର କରି ଆଗକୁ ବଢିଲେ ପୋଲିସ ବିଭାଗରୁ ଦୁର୍ନିତି ହଟାଇବା ସହ ଲୋକଙ୍କ ମନରେ ପୋଲିସ ପ୍ରତି ସମ୍ମାନ ବୃଦ୍ଧି କରାଯାଇପାରିବ ।  ପୋଲିସ ଅଧିକାରୀଙ୍କ କ୍ଷେତ୍ରରେ ସାଧୁତା ଓ ସ୍ୱଚ୍ଛତା ଆଣିବା ଯେତିକି ଆବଶ୍ୟକ ତାଠାରୁ ନିଜେ ଲାଞ୍ଚ ନେବା ନାହିଁ କି  ଲାଞ୍ଚୁଆଙ୍କ ସମର୍ଥନରେ ସମର୍ଥକ ନ ଦେବାଭଳି ଘଟଣାରୁ ଦୁରେଇ  ରହିବା ସେତିକି ସମାଜ ପାଇଁ ଅମଙ୍ଗଳ ବୋଲି କହିଛନ୍ତି ଭିଜିଲାନ୍ସ ନିର୍ଦେଶକ ଦେବାଶିଷ ପାଣିଗ୍ରାହୀ ।
 
ଏହି ସେସନ ଦ୍ୱାରା ନୂତନ ପ୍ରଶିକ୍ଷଣ ପାଉଥିବା ପୋଲିସ ଅଫିସରଙ୍କ ପାଇଁ ଫଳପ୍ରଦକ ହୋଇପାରିବ ବୋଲି କହିଛନ୍ତି ବିଜୁ ପଟ୍ଟନାୟକ ପୋଲିସ ଏକଡେମୀର ନିର୍ଦ୍ଧେଶକ ଅରୁଣ ଷଡ଼ଙ୍ଗୀ । ଦୁର୍ନୀତିର ମୁଲତୋପାଟନ କରିବା ଯେତିକି କଷ୍ଟଦାୟକ ତାଠାରୁ ଅଧିକ ସ୍ୱଚ୍ଛ ଓ ସାଧୁତା ଆଣିବା ସେତିକି କଷ୍ଟଦାୟକ । ହେଲେ ଦୁର୍ନିତୀମୁକ୍ତ ସମାଜ ଦେଶ ତଥା ସମାଜ ପାଇଁ ସବୁଠୁ ଶ୍ରେୟସ୍କର ।