close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଦର ବୃଦ୍ଧିର ପ୍ରଭାବ ପଡୁଛି ମଧ୍ୟାନ ଭୋଜନ ଉପରେ, ଛାତ୍ରଛାତ୍ରୀ ଖାଉଛନ୍ତି ନିମ୍ନମାନର ଖାଦ୍ୟ

ବଜାର ଦର ହୁ ହୁ ହୋଇ ବଢିଚାଲିଥିବା ବେଳେ, ଜାଳେଣୀ କାଠ ଓ ଗ୍ୟାସ ଦର କଥା ନକହିବା ଭଲ। ଏତେ କମ ଟଙ୍କାରେ ମଧ୍ୟାହ୍ନ ଭୋଜନ ଭଲ ମାନର ଦେବା ଏକରକମ ଅସମ୍ଭବ ହୋଇପଡ଼ିଛି। ସବୁଠାରୁ ବଡ଼କଥା ହେଲା ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଗୋଟିଏ ପିଲା ପିଛା ୪ଟଙ୍କା ୮୩ ପଇସା ଆସୁଥିବା ବେଳେ, ବଜାରରେ ଅଣ୍ଡା ଦାମ ୫ଟଙ୍କା ୫୦ ପଇସାରୁ  ୫ଟଙ୍କା ମଧ୍ୟରେ ମିଳୁଛି।

ଦର ବୃଦ୍ଧିର ପ୍ରଭାବ ପଡୁଛି ମଧ୍ୟାନ ଭୋଜନ ଉପରେ, ଛାତ୍ରଛାତ୍ରୀ ଖାଉଛନ୍ତି ନିମ୍ନମାନର ଖାଦ୍ୟ

ଖୋର୍ଦ୍ଧା: ସ୍କୁଲରେ ପିଲାଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ କେତେ ସୁରକ୍ଷିତ ଓ ତାହା କେତେଦୂର ଖାଦ୍ୟପୋଯୋଗୀ ତାହକୁ ନେଇ ଏବେ ଅନେକ ସମୟରେ ପ୍ରଶ୍ନ ଉଠିଛି। ବଜାର ଦର ହୁ ହୁ ହୋଇ ବଢିଚାଲିଥିବା ବେଳେ, ଜାଳେଣୀ କାଠ ଓ ଗ୍ୟାସ ଦର କଥା ନକହିବା ଭଲ। ଏତେ କମ ଟଙ୍କାରେ ମଧ୍ୟାହ୍ନ ଭୋଜନ ଭଲ ମାନର ଦେବା ଏକରକମ ଅସମ୍ଭବ ହୋଇପଡ଼ିଛି। ସବୁଠାରୁ ବଡ଼କଥା ହେଲା ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଗୋଟିଏ ପିଲା ପିଛା ୪ଟଙ୍କା ୮୩ ପଇସା ଆସୁଥିବା ବେଳେ, ବଜାରରେ ଅଣ୍ଡା ଦାମ ୫ଟଙ୍କା ୫୦ ପଇସାରୁ  ୫ଟଙ୍କା ମଧ୍ୟରେ ମିଳୁଛି।

୨୦୧୯ ଜୁଲାଇ୧ରେ ସରକାରଙ୍କ ପକ୍ଷରୁ ମଧ୍ୟାହ୍ନ ଭୋଜନ ପାଇଁ  ଟଙ୍କା ଧାର୍ଯ୍ୟ କରାଯାଇଛି। ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ  ମୁଣ୍ଡ ପିଛା ୪ ଟଙ୍କା  ୮୩ ପଇସା  ଦିଆଯାଉଛି।   ସେହିପରି  ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ  ଦିଆଯାଉଛି  ୭ଟଙ୍କା ୩୬ ପଇସା। ଏତେ କମ ଟଙ୍କାରେ ମଧ୍ୟ କେତେକ  ସ୍କୁଲରେ  ପିଲାଙ୍କୁ ଅଣ୍ଡା ଦିଆଯାଉଛି। 

ବିଭିନ୍ନ ସ୍କୁଲରେ କୋମଳମତି ଶିଶୁମାନଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଛି। ଯାହାକୁ ନେଇ ଫୁଡ଼ କମିଶନ ମଧ୍ୟ ଗଣଶିକ୍ଷା ବିଭାଗକୁ ତାଗିଦ କରିଛନ୍ତି। ହେଲେ କମ ଟଙ୍କା ଯୋଗୁ ଏଭଳି ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଦେଖିବାକୁ ମିଳିଛି। ସେହିପରି ଅନେକ ସ୍ଥାନରେ ଅସ୍ୱାସ୍ଥ୍ୟକର ପରିବେଶରେ ଚାଉଳ ଗଦା ହୋଇଛି। କେତେକ ସ୍ଥାନରେ ରୋଷେଇ ଘର  ନାହିଁ।  ଆଉ କେତୋଟି ସ୍ଥାନରେ ରୋଷେଇ ଘରକୁ ପରିସ୍କାର ରଖାଯାଉନାହିଁ। ଅନ୍ୟପଟେ ଭାତରେ ଡ଼ାଲମା କିମ୍ବା ତରକାରୀ ଦେଲେ, ଝୋଳ ତଳପଟେ ଭାସି ଯାଉଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ। 

 ବଜାର ଦର ଆକାଶ ଛୁଆଁ ହୋଇଥିବାରୁ ପ୍ରଧାନଶିକ୍ଷକ, ପରିଚାଳନା କମିଟି ଓ ସ୍ୱୟଂ ସହାୟକ ଗୋଷ୍ଠୀ ନିମ୍ନମାନର ଖାଦ୍ୟ ଦେବାକୁ ବାଧ୍ୟ ହେଉଛନ୍ତି । ତେଣୁ ସରକାର ଓ ଶିକ୍ଷା ବିଭାଗ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ପିଲାଙ୍କ ମୁଣ୍ଡ ପିଛା ଆଉ କିଛି ଟଙ୍କା ବଢାଇବାକୁ  ଦାବି କରିଛନ୍ତି ସମସ୍ତେ। 

Tags: