ପେଟ ପାଇଁ ନିଜ ସନ୍ତାନକୁ ବିକି ଦେଲେ ମା'
Advertisement

ପେଟ ପାଇଁ ନିଜ ସନ୍ତାନକୁ ବିକି ଦେଲେ ମା'

ସମୟ ଦବଳିଛି, ବଦଳିଛି ଲୋକଙ୍କ ମଣିଷ ପଣିଆ । ପେଟ ଉପରେ ଭାରି ପଡିଛି ଭୋକ ଓ ଆବଶ୍ୟକତା । ଯାହା ଫଳରେ ୧୯ ଦିନର ଶିଶୁକୁ ବିକ୍ରି କରିବାକୁ ପଛଘୁଂଚା ଦେଉନାହିଁ ମାଆ । ଛୁଆଙ୍କ ପେଟର ଭୋକ ଆଗରେ ତୁଚ୍ଛ ହୋଇଛି ମାଆର ମମତା । ଏଣୁ ନବ ଜନ୍ମିତ ଛୁଆକୁ ବିକ୍ରି କରିବାକୁ ବି ପଛାଇ ନାହିଁ ମାଆ । 

ପେଟ ପାଇଁ ନିଜ ସନ୍ତାନକୁ ବିକି ଦେଲେ ମା'

ସରୋଜ ବେହେରା, ଭୁବନେଶ୍ୱର: ହଜିଯାଇଛି ମାନବିକତା, ତୁଟିଯାଇଛି ମା'ର ମମତା । ପେଟ ପାଇଁ ମା ବିକିଦେଇଛି ୧୯ଦିନର ଶିଶୁପୁତ୍ର । କେଉଁ ଉପାନ୍ତ ଅଂଚଳ ନୁହେଁ ବରଂ ଭୁବନେଶ୍ୱରରେ ଘଟିଛି ଏହି ଅଭାବନୀୟ ଘଟଣା । ଚାଇଲଡ଼ ଲାଇନ ଖବର ପାଇବା ପରେ ଖଣ୍ଡଗିରି ଥାନାରେ ଖବର ଦେଇଛି । ପୋଲିସ ଶିଶୁର ମା' ବାପାଙ୍କୁ ଧରି ଫେରାର ଗ୍ରାହକଙ୍କୁ ଖୋଜୁଛି । ଦେଢ଼ ଲକ୍ଷ ଟଙ୍କାରେ ୧୯ ଦିନର ଶିଶୁ ପୁତ୍ରକୁ ବିକି ଦେଇଥିବା ନେଇ ଖବର ପାଇବା ପରେ ପୋଲିସ ତତ୍ପର ହୋଇ ଉଠିଛି । ପ୍ରାଥମିକତା ଭାବେ ଛୁଆକୁ ଉଦ୍ଧାର କରିବା ପାଇଁ ବିଭିନ୍ନ ସ୍ଥାନରେ ଛାନଭିନ ଚଳାଇଛି ପୋଲିସ ।

ସମୟ ଦବଳିଛି, ବଦଳିଛି ଲୋକଙ୍କ ମଣିଷ ପଣିଆ । ପେଟ ଉପରେ ଭାରି ପଡିଛି ଭୋକ ଓ ଆବଶ୍ୟକତା । ଯାହା ଫଳରେ ୧୯ ଦିନର ଶିଶୁକୁ ବିକ୍ରି କରିବାକୁ ପଛଘୁଂଚା ଦେଉନାହିଁ ମାଆ । ଛୁଆଙ୍କ ପେଟର ଭୋକ ଆଗରେ ତୁଚ୍ଛ ହୋଇଛି ମାଆର ମମତା । ଏଣୁ ନବ ଜନ୍ମିତ ଛୁଆକୁ ବିକ୍ରି କରିବାକୁ ବି ପଛାଇ ନାହିଁ ମାଆ । ଏଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ । ମାତ୍ର ଦେଢ ଲକ୍ଷ ଟଙ୍କା ଓ ଦେହର ଲୁଗା ପାଇଁ ୧୯ ଦିନର ଛୁଆକୁ ବିକ୍ରି କରିଛି ମାଆ ।

ଚାଇନ୍ଡ ଲାଇନ ଏଭଳି ଖବର ପାଇ ଭୁବନେଶ୍ୱର ଭରତପୁରରେ କରିଛି ଖୋଳତାଡ । ଆଉ ଶେଷରେ ପାଇଛି ସତ୍ୟତା । ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ପରେ ଘଟଣାରେ ସମ୍ବେଦନଶୀଳତାକୁ ଦେଇ ପୋଲିସ ହୋଇଛି ତତ୍ପର । ଛୁଆକୁ ପ୍ରଥମେ ଉଦ୍ଧାର କରିବା ପାଇଁ ବିଭିନ୍ନ ସ୍ଥାନରେ କରିଛି ଛାନଭିନ । ପରିସ୍ଥିତି ଏଭଳି ଯେ ମାଆ ଛୁଆକୁ ବିକ୍ରି କରିବା ପରେ ବାପା ଦିଲୁ ସାହୁ ବି ଜାଣିପାରିନି କାହାକୁ ବିକ୍ରି ହୋଇଛି ଛୁଆ । ସେପଟେ ଛୁଆ ବିକ୍ରି ହେବା ଘଟଣାର ସତ୍ୟତାର ପର୍ଦ୍ଦାଫାଶ ହେବା ଦରକାର ବୋଲି କହିଛନ୍ତି ଚାଇଲ୍ଡ ଲାଇନ କର୍ତ୍ତୃପକ୍ଷ ।

ଗଂଜାମ ଦିଗପହଣ୍ଡିର ଦିଲୁ ସାହୁ । ଭରତ ପୁର ପାଣିଟାଙ୍କି ବସ୍ତିରେ ଦୁଇ ଜଣ ପତ୍ନୀଙ୍କ ସହ ରୁହନ୍ତି । ତିନିଜଣ ମୂଲ ଲାଗନ୍ତି । ଯାହା ମଜୁରୀ ମିଳେ ସେଥିରେ ପେଟ ପୋଷନ୍ତି । ମୂଲ ନ ଲାଗିଲେ ଉପାସ । ପ୍ରତ୍ୟେକ ଦିନ ଅଭାବକୁ ନେଇ ଘରେ ଝଗଡା । ୧୯ଦିନ ତଳେ ଦିଲୁର ପ୍ରଥମ ପତ୍ନୀ ନିନୀ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ଅଭାବ ଅନାଟନକୁ ନେଇ ସବୁଦିନ ଝଗଡା ଲାଗୁଥିବାରୁ ନିନୀ ଶିଶୁପୁତ୍ରକୁ ବିକିବା ପାଇଁ ଚିନ୍ତା କଲେ । ସେହି ଅଂଚଳରେ ରହୁଥିବା ଜଣେ ଯୁବକ ତାଙ୍କ ନିକଟରେ ପହଂଚି ଶିଶୁପୁତ୍ରକୁ କିଣିବା ପାଇଁ ମୁଲଚାଲ କରିଥିଲେ । ଦେଢ ଲକ୍ଷ ଟଙ୍କାରେ ଦର ଛିଣ୍ଡିଥିଲା ବୋଲି ଜଣାପଡିଛି । ଏହା ସହ ୧୦ହଜାର ଅଗ୍ରୀମ ଦେଇ ସେ ଶିଶୁପୁତ୍ରକୁ ନେଇ ଯାଇଥିଲେ । ଏହା ସହିତ ସ୍ୱାମୀ ଡିଲୁକୁ କୁକୁଡ଼ା ଫାର୍ମରେ ଚାକିରୀ ଦେବାକୁ ମଧ୍ୟ ଚୁକ୍ତି ହୋଇଥିଲା ବୋଲି କହିଛନ୍ତି ନିନି ।

ଏହା ପ୍ରଥମ ଘଟଣା ନୁହଁ ରାଜଧାନୀରେ ପୂର୍ବରୁ ଏଭଳି ଅନେକ ଘଟଣା ଘଟିଛି । ଗୋଟାଏ ପଟେ ନିରକ୍ଷରତା ଅନ୍ୟ ପଟେ ପେଟପାଟଣାର ଭାର । ଏଭଳି ପରିସ୍ଥିତିରେ ଦବର ଦୁରାନ୍ତରୁ ଆସି ଭୁବନେଶ୍ୱରରେ ରହୁଥିବା ଲୋକେ ନିଜ ଛୁଆକୁ ଅଜଣା ଲୋକ ହରାତକୁ ଟେକିବ ଦେବାକୁ ପଛାଉ ନାହାନ୍ତି ।