• ଓଡ଼ିଆ ଅଫିସର୍ ଚଣ୍ଡିପ୍ରସାଦ ମହାନ୍ତି ହେବେ ଭାରତୀୟ ସେନାର ଉପମୁଖ୍ୟ
  • ବାଣୀବିହାରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ଭିସିଙ୍କ କାର୍ଯ୍ୟାଳୟ ଘେରିଲେ ଅସନ୍ତୋଷ ଛାତ୍ର । ପୋଲିସରେ ଅଭିଯୋଗ କଲେ ଭିସି ।
  • ଗୁଜୁରାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ୧୫ ମୃତ ।
  • ଚାଷୀଙ୍କ ଟ୍ରାକ୍ଟର ପରେଡ୍ ନେଇ ଆସନ୍ତା ବୁଧବାର ଶୁଣାଣି କରିବେ ସୁପ୍ରିମକୋର୍ଟ ।
  • ନିଜ ଜିଦରେ ଅଟଳ ଆନ୍ଦୋଳନ ରତ ।
  • ବ୍ରିସବେନ ଟେଷ୍ଟରେ ଭାରତକୁ ୩୨୮ ରନର ବିଜୟ ଲକ୍ଷ୍ୟ
  • ୨-୧ ବ୍ୟବଧାନରେ ସିରିଜ ଜିତିଲା ଟିମ ଇଣ୍ଡିଆ

ବିଜେପିକୁ ମହାରଥୀଙ୍କ ପାଲଟା ଆକ୍ରମଣ

ସୋମବାର ବିଜେପି ଅଭିଯୋଗ ଆଣି କହିଥିଲା ଯେ ସାଧାରଣ ଲୋକଙ୍କ ଜମି ସହ ଚାଷ ଜମିକୁ ଜଳ ସେଚନ ପାଇଁ ହୋଇଥିବା କେନାଲକୁ ମାଡି ବସି ଫାର୍ମ ହାଉସ କରିଛନ୍ତି ମହାରଥୀ । ସେ ପ୍ରାୟ ଶହେ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଜମି ମାଡି ବସିଛନ୍ତି ।

ବିଜେପିକୁ ମହାରଥୀଙ୍କ ପାଲଟା ଆକ୍ରମଣ
ଫାଇଲ ଫଟୋ

ଭୁବନେଶ୍ୱର: ପିପିଲି ବିଧାୟକ ପ୍ରଦୀପ ମହାରଥିଙ୍କ ବିରୋଧରେ ଜମି ଦୁର୍ନୀତିର ଅଭିଯୋଗ ଆଣିଥିଲା ବିଜେପି । ଯାହାର ଜବାବ ରଖିଛନ୍ତି ମହାରଥି । ବିଜେପିକୁ ଚ୍ୟାଲେଞ୍ଜ ଦେଇ ସେ କହିଛନ୍ତି ଯେ, ୧୦୦ କୋଟି ତ ଦୂରର କଥା, ୧୦୦ ଟଙ୍କାର ଜମି ଯଦି ମୁଁ ପିପିଲି କି ଡେଲାଙ୍ଗରେ ରେକର୍ଡ ରେଜିଷ୍ଟ୍ରି କରିଥିବା ପ୍ରମାଣିତ ହୁଏ, ତେବେ ମୁଁ ଵିଧାନସଭା ଆସିବି ନାହିଁ । ବିଜେପି ନିର୍ବାଚନ ହାରିବା ପରେ କେବଳ ବିକଳ ହୋଇ ଏଭଳି ମିଥ୍ୟା ଅଭିଯୋଗ ଆଣୁଛି ବୋଲି ସେ କହିଛନ୍ତି ।

ସୋମବାର ବିଜେପି ଅଭିଯୋଗ ଆଣି କହିଥିଲା ଯେ ସାଧାରଣ ଲୋକଙ୍କ ଜମି ସହ ଚାଷ ଜମିକୁ ଜଳ ସେଚନ ପାଇଁ ହୋଇଥିବା କେନାଲକୁ ମାଡି ବସି ଫାର୍ମ ହାଉସ କରିଛନ୍ତି ମହାରଥୀ । ସେ ପ୍ରାୟ ଶହେ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଜମି ମାଡି ବସିଛନ୍ତି ।  ଏହାକୁ ନେଇ ବିଜେପି ଅଭିଯୋଗ କରିବା ପରେ ବିଭାଗୀୟ ମନ୍ତ୍ରୀ ମଧ୍ୟ ମୁହଁ ଖୋଲି କହିଥିଲେ ଯେ, ଅଭିଯୋଗ ଆସିଲେ ତଦନ୍ତ କରାଯିବ ଓ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ବିଜେପି ଆହୁରି କହିଥିଲା ଯେ, ପାଖାପାଖି ଶହେ କୋଟିରୁ ଉର୍ଦ୍ଧ ଟଙ୍କାର ଜମି ହଡପ କରିଛନ୍ତି ମହାରଥୀ । ଏହି ବିବାଦୀୟ ଫାର୍ମ ହାଉସଟି ପିପିଲି ନିକଟ ହୁଙ୍କେଇପୁରରେ ରହିଛି । ଫାର୍ମ ହାଉସ କରିବା ପାଇଁ ଲୋକଙ୍କୁ ଧମକ ଦେଇ ଜମି ହଡପ କରିଛନ୍ତି ସେ । ଏ ଘଟଣାକୁ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଜିଲ୍ଲାପାଳ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି । ଏ ଘଟଣା ଉପରେ ରାଜ୍ୟ ସରକାର କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେପି । 

କେତେବେଳେ ବେବିନା ଗଣ ଦୁଷ୍କର୍ମ ମାମଲାର ଅଭିଯୁକ୍ତ ଲୁଚି ରହିବା ଘଟଣା,  ଆଉ କେତେବେଳେ ନିର୍ବାଚନ ସମୟରେ ଟଙ୍କା ବଣ୍ଟାକୁ ଧରିଥିବା ନିର୍ବାଚନ ଅଧିକାରୀଙ୍କୁ ମାଡମରା ଘଟଣା । ସବୁବେଳେ ଚର୍ଚ୍ଚାରେ ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ ଓ ତାଙ୍କ ବିବାଦୀୟ ଫାର୍ମ ହାଉସ । ସାଧାରଣ ଲୋକଙ୍କ ଜମି ସହ ଜଳସେଚନ କେନାଲକୁ ପୋତି ଫାର୍ମ ହାଉସ କରିଛନ୍ତି ମହାରଥୀ ବୋଲି ବିଜେପି କହିଛି ।