ମୁଖ୍ୟମନ୍ତ୍ରୀଙ୍କୁ ପ୍ରତାପ ଷଡ଼ଙ୍ଗୀଙ୍କ ଚିଠି, ଦୁଗ୍ଧ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ କଲେ ଅନୁରୋଧ
Advertisement
Article Detail0/zeeodisha/odisha661779

ମୁଖ୍ୟମନ୍ତ୍ରୀଙ୍କୁ ପ୍ରତାପ ଷଡ଼ଙ୍ଗୀଙ୍କ ଚିଠି, ଦୁଗ୍ଧ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ କଲେ ଅନୁରୋଧ

ବର୍ତ୍ତମାନ ଲକ୍ ଡାଉନ୍ ହେତୁ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ବିକ୍ରି କରିବାରେ ସମସ୍ୟା ଉପୁଜିଛି । 

ଫାଇଲ ଫଟୋ
ଫାଇଲ ଫଟୋ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ର ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ନିଜ ଚିଠିରେ ସେ ଓଡ଼ିଶାର ଦୁଗ୍ଧ ଚାଷୀଙ୍କ ସମସ୍ୟା ବିଷୟରେ ଉଲ୍ଲେଖ କରିଛନ୍ତି । ଲକ୍ ଡାଉନ୍ ଯୋଗୁଁ ଦୁଗ୍ଧ ଚାଷୀ ବେଶ୍ ପ୍ରଭାବିତ ହେଉଥିବା କହିଛନ୍ତି ପ୍ରତାପ । ତେଣୁ କ୍ଷତିପୂରଣ ଦେବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । 

ଶ୍ରୀଯୁକ୍ତ ଷଡ଼ଙ୍ଗୀ ନିଜ ଚିଠିରେ ବେଶ୍ ଗୁରୁତ୍ୱପୂର୍ଣ୍ଣ କଥା ଉଲ୍ଲେଖ କରିଛନ୍ତି । ବର୍ତ୍ତମାନ ଲକ୍ ଡାଉନ୍ ହେତୁ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ବିକ୍ରି କରିବାରେ ସମସ୍ୟା ଉପୁଜିଛି । ଓମଫେଡ ମଧ୍ୟ ନିଜ କ୍ଷମତାଠାରୁ କମ୍ ପରିମାଣର କ୍ଷୀର ସଂଗ୍ରହ କରୁଛି । ଫଳରେ ଏହାର ପ୍ରଭାବ ଗୋପାଳକଙ୍କ ଉପରେ ପଡ଼ୁଛି । ହତାଶ ହୋଇ ରାସ୍ତାରେ କ୍ଷୀର ଢାଳିଦେଉଛନ୍ତି । ତେଣୁ ବର୍ତ୍ତମାନ ପରିସ୍ଥିତିରେ ଏମାନଙ୍କୁ କ୍ଷତିପୂରଣ ଦେବାକୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ । 

;