Advertisement
Article Detail0/zeeodisha/odisha715410

ଘରୋଇ ଟ୍ରେନ ପ୍ରକଳ୍ପ ଉପରେ ପ୍ରାକ୍‌ ଆବେଦନ ସମ୍ମିଳନୀ ଆୟୋଜିତ

ଭାରତୀୟ ରେଳ ବ୍ୟବସ୍ଥାରେ ପ୍ରଥମଥର ପାଇଁ ଘରୋଇ ଉଦ୍ୟୋଗରେ ଯାତ୍ରୀ ପରିବହନ କରିବାର ଏହା ପ୍ରଥମ ଉଦ୍ୟମ । ଏହି ପ୍ରକଳ୍ପ ମାଧ୍ୟମରେ ଭାରତୀୟ ରେଳବାଇରେ ପ୍ରାୟ ୩୦ ହଜାର କୋଟି ଟଙ୍କା ନିବେଶ ହେବାର ଆଶା କରାଯାଉଛି ।

  •  ୧୬ ଜଣ ଭାବୀ ଆବେଦନକାରୀ ଏଥିରେ ଅଂଶଗ୍ରହଣ କରିଛନ୍ତି
  •  ଘରୋଇ-ସରକାରୀ ଅଂଶୀଦାରୀରେ ଚାଲିବ ଟ୍ରେନ
  • ଏହି ଉଦ୍ୟମ ନୂଆ ଟେକ୍‌ନୋଲଜି ଆଣିବ, ରାଜସ୍ୱ ବଢାଇବ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ
  • ଏବେ ଘରୋଇ ଉଦ୍ୟମରେ ଚାଲିଥିବା ଟ୍ରେନ ସହ ଆଉ ୧୫୧ଟି ସାମିଲ ହେବ

Trending Photos

ଘରୋଇ ଟ୍ରେନ ପ୍ରକଳ୍ପ ଉପରେ ପ୍ରାକ୍‌ ଆବେଦନ ସମ୍ମିଳନୀ ଆୟୋଜିତ

ଭୁବନେଶ୍ୱର: ରେଳ ମନ୍ତ୍ରଣାଳୟ ପକ୍ଷରୁ ଆଜି ଘରୋଇ ଟ୍ରେନ ଚଳାଚଳ ସଂପର୍କରେ ଏକ ପ୍ରାକ୍‌ ଆବେଦନକାରୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ୧୬ ଜଣ ସମ୍ଭାବ୍ୟ ଆବେଦନକାରୀ ଅଂଶଗ୍ରହଣ କରିଥିଲେ । ରେଳ ମନ୍ତ୍ରଣାଳୟ ଏବେ କେତେକ ରୁଟରେ ଘରୋଇ ଉଦ୍ୟମରେ ଟ୍ରେନ ଚଳାଚଳ ବ୍ୟବସ୍ଥା କରିଛି । ଏହା ବ୍ୟତୀତ ଆଉ ୧୦୯ଟି ଲାଇନରେ ୧୫୧ଟି ଆଧୁନିକ ଟ୍ରେନ ଚଳାଚଳର ବ୍ୟବସ୍ଥା ଘରୋଇ ଉଦ୍ୟମରେ କରିବାକୁ ପ୍ରୟାସ ଆରମ୍ଭ କରିଛି । ଘରୋଇ ସହଯୋଗ ପାଇଁ ରେଳବାଇ ୧୨ଟି ଆବେଦନକାରୀଙ୍କ ଯୋଗ୍ୟତାକୁ ବିଚାରକୁ ନେଇଛି । ସେମାନେ ରେଳଯାତ୍ରୀ ସେବା ଯୋଗାଇବାକୁ ଇଚ୍ଛୁକ ।

ଭାରତୀୟ ରେଳ ବ୍ୟବସ୍ଥାରେ ପ୍ରଥମଥର ପାଇଁ ଘରୋଇ ଉଦ୍ୟୋଗରେ ଯାତ୍ରୀ ପରିବହନ କରିବାର ଏହା ପ୍ରଥମ ଉଦ୍ୟମ । ଏହି ପ୍ରକଳ୍ପ ମାଧ୍ୟମରେ ଭାରତୀୟ ରେଳବାଇରେ ପ୍ରାୟ ୩୦ ହଜାର କୋଟି ଟଙ୍କା ନିବେଶ ହେବାର ଆଶା କରାଯାଉଛି । ଏହି ପ୍ରୟାସରେ ଦେଶର ଲୋକଙ୍କୁ ଉତ୍ତମ ରେଳ ପରିବହନ ସୁବିଧା ଯୋଗାଇ ଦେବାର ଲକ୍ଷ୍ୟ ରଖାଯାଇଛି । ଏହି ପ୍ରକଳ୍ପରେ ଆଧୁନିକ ଟେକ୍‌ନୋଲଜି, ରେଳକୋଚ୍‌ ଓ ଇଞ୍ଜିନ ଆଦିର ବ୍ୟବସ୍ଥା କରାଯିବ । ଟ୍ରେନ ଯାତ୍ରା କ୍ଷେତ୍ରରେ ଲୋକଙ୍କୁ ଉନ୍ନତମାନର ସେବା ଯୋଗାଇ ସେମାନଙ୍କ ଯାତ୍ରାକୁ ସରସ ସୁନ୍ଦର କରିବାକୁ ଲକ୍ଷ୍ୟ ରଖାଯାଇଛି । ରେଳ ପରିବହନ କ୍ଷେତ୍ରରେ ଏକାଧିକ ପରିବହନକାରୀ ବା ମଲ୍‌ଟିପୁଲ ଅପରେଟର ରହିଲେ ପ୍ରତିଯୋଗିତା ବଢିବ ଏବଂ ସେବା ପ୍ରଦାନରେ ଉନ୍ନତି ଆସିବ । ଏହା ବ୍ୟତୀତ ଯାତ୍ରୀ ପରିବହନ କ୍ଷେତ୍ରରେ ଚାହିଦା ଓ ଯୋଗାଣ କ୍ଷେତ୍ରରେ ଯେଉଁ ଅଭାବ ରହିଛି ତାହା ଯଥେଷ୍ଟ ହ୍ରାସ ପାଇବ ।

ଯେଉଁ ଘରୋଇ ସଂସ୍ଥା ବା ବ୍ୟକ୍ତିବିଶେଷ ଏହି ପ୍ରକଳ୍ପରେ ସାମିଲ ହେବେ ସେମାନଙ୍କୁ ବାଛିବା ପାଇଁ ଏକ ଦୁଇ ପର୍ଯ୍ୟାୟ ବିଶିଷ୍ଟ  ନିଲାମ ବ୍ୟବସ୍ଥା କରାଯାଇଛି । ପ୍ରଥମରେ ସେମାନେ ଏଥିପାଇଁ ଯୋଗ୍ୟ କି ନୁହେଁ, ସେଥି ନିମନ୍ତେ ଆବେଦନ କରିବେ ଯାହା ଆରଏଫ୍‌କ୍ୟୁ ନାମରେ ପରିଚିତ । ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଥମ ପର୍ଯ୍ୟାୟର ମନୋନୀତ ଆବେଦନକାରୀ ପ୍ରକଳ୍ପରେ ସାମିଲ ହେବାକୁ ଆବେଦନ କରିପାରିବେ । ତଦନୁସାରେ ନିଲାମରେ ଅଂଶଗ୍ରହଣ କରିବେ । ଏହା ଆର୍‌ଏଫ୍‌ପି ନାମରେ ପରିଚିତ ।

Add Zee News as a Preferred Source

ନିଲାମ ପ୍ରକ୍ରିୟାର ଅଂଶସ୍ୱରୂପ ରେଳବାଇ ଇତିମଧ୍ୟରେ ଜୁଲାଇ ୨୧ରେ ପ୍ରଥମ ପ୍ରାକ୍‌ ଆବେଦନ ସମ୍ମିଳନୀ ଆୟୋଜନ କରିଥିଲା । ଏଥିରେ ୧୬ ଜଣ ସମ୍ଭାବ୍ୟ ଆବେଦନକାରୀ ଭାଗ ନେଇଥିଲେ । ଏହି ସଂଖ୍ୟା ବେଶ ଭଲ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି । ଏହିସବୁ ସମ୍ଭାବ୍ୟ ଆବେଦନକାରୀ ପ୍ରକଳ୍ପ ସଂପର୍କରେ ବିଭିନ୍ନ ପ୍ରଶ୍ନ ପଚାରି ବୁଝିଥିଲେ । ରେଳବାଇ ଓ ନୀତି ଆୟୋଗର ଅଧିକାରୀମାନେ ସେମାନଙ୍କୁ ସେ ବିଷୟରେ ସ୍ପଷ୍ଟ ଭାବେ ବୁଝାଇଥିଲେ । ଏଥିରେ ପ୍ରକଳ୍ପର ରୂପରେଖ, ନିଲାମରେ ଅଂଶଗ୍ରହଣ କରିବାର ନୀତିନିୟମ, ଆବେଦନକାରୀଙ୍କ ଯୋଗ୍ୟତା, ନିଲାମର ପ୍ରକି୍ରୟା, ରେଳଡବା କ୍ରୟ ଓ ସଂଗ୍ରହ, ଟ୍ରେନ ଚଳାଚଳ, କେଉଁ କେଉଁ ଲାଇନରେ ଏହି ରେଳ ଚଳାଚଳ କରିବ ସେ ସଂପର୍କରେ ସେମାନେ ପଚାରି ବୁଝିଥିଲେ ।

ଏହି ସମ୍ମିଳନୀରେ ପାରଉତ୍ତାର ଭଡା ବା ହାଓଲେଜ୍‌ ଚାର୍ଜ ଉପରେ ପ୍ରଶ୍ନ ଉଠିଥିଲା । ଏଥିରେ ରେଳବାଇ ଅଧିକାରୀମାନେ କହିଥିଲେ ଯେ ଏ ନେଇ ସରକାର ଏକ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରୁଛନ୍ତି । ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଏ କ୍ଷେତ୍ରରେ ରିଆତି ଦେବାର ବ୍ୟବସ୍ଥା ଚିନ୍ତା କରାଯାଉଛି । ତେଣୁ ହାଓଲେଜ୍‌ ଚାର୍ଜ ନେଇ ବ୍ୟସ୍ତ ହେବାର କୌଣସି କାରଣ ନାହିଁ ।

ଯେଉଁସବୁ ରେଳପଥରେ ଘରୋଇ ଉଦ୍ୟୋଗ ସହାୟତାରେ ଯାତ୍ରୀସେବା ଆରମ୍ଭ ହେବାକୁ ଯାଉଛି ସେ ସଂପର୍କରେ ସବିଶେଷ ସୂଚନା ଆଗ୍ରହୀ ଅଂଶୀଦାରମାନଙ୍କୁ ଯୋଗାଇ ଦିଆଯିବ । ଏହା ଫଳରେ ସେମାନେ ଏହି ରୁଟ୍‌ରେ ନିଜର ପରିବହନ ସେବାର ଲାଭ କ୍ଷତି ସଂପର୍କରେ ଅବଗତି ହୋଇପାରିବେ । ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ଯେ ଏହି ପ୍ରକଳ୍ପରେ ଯେଉଁସବୁ ଟ୍ରେନ ଚଳାଚଳ କରିବ ସେସବୁ ଟ୍ରେନକୁ ଘରୋଇ ସଂସ୍ଥାମାନେ କିଣିବେ କିମ୍ବା ଲିଜ୍‌ ଭିତ୍ତିରେ ନେବେ । ରେଳ ଚଳାଚଳ କ୍ଷେତ୍ରରେ ଯେଉଁସବୁ ବିପଦ ବା ସମ୍ଭାବ୍ୟ କ୍ଷୟକ୍ଷତି ରହିଛି ତାହାକୁ ସମାନଭାବେ ସଂପୃକ୍ତ ଘରୋଇ ପକ୍ଷ ଏବଂ ରେଳବାଇ ଆନୁପାତିକ ଭିତ୍ତିରେ ବହନ କରିବେ ।

ରେଳବାଇ ମନ୍ତ୍ରଣାଳୟ ସମ୍ଭାବ୍ୟ ଆବେଦନକାରୀଙ୍କଠାରୁ ଯେଉଁସବୁ ପ୍ରଶ୍ନ ପାଇଛି ଜୁଲାଇ ୩୧ ତାରିଖ ସୁଦ୍ଧା ସେସବୁର ଲିଖିତ ଉତ୍ତର ପ୍ରଦାନ କରିବ । ଦ୍ୱିତୀୟ ପ୍ରାକ୍‌ ଆବେଦନକାରୀ ସମ୍ମିଳନୀ ଆସନ୍ତା ଅଗଷ୍ଟ ୧୨ରେ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି ।

About the Author