ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି କୋବିନ୍ଦ, ରାଜଭବନରେ କରିବେ ରାତ୍ରିଯାପନ
Advertisement

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି କୋବିନ୍ଦ, ରାଜଭବନରେ କରିବେ ରାତ୍ରିଯାପନ

ରାଷ୍ଟ୍ରପତି ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିବା ପରେ ରାଜଭବନଠାରେ ରାତ୍ରିଯାପନ କରିବା କାର୍ଯ୍ୟକ୍ରମ ରହିଛି

ସୌଜନ୍ୟ: ସୋସିଆଲ ମିଡିଆ

ଭୁୁବନେଶ୍ୱର: ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ (PRESIDENT OF INDIA) । ରାଷ୍ଟ୍ରପତି ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିବା ପରେ ରାଜଭବନଠାରେ ରାତ୍ରିଯାପନ କରିବା କାର୍ଯ୍ୟକ୍ରମ ରହିଛି । ୮ତାରିଖ ସକାଳେ ରାଷ୍ଟ୍ରପତି ଖୋର୍ଦ୍ଧାର ବରୁଣେଇଠାରେ ପାଇକ ବିଦ୍ରୋହ ସ୍ମାରକୀର ଶିଳାନ୍ୟାସ କରିବେ । ପରେ ଉତ୍କଳ ବିଶ୍ୱବିଦ୍ୟାଳୟର(Utkal University) ପ୍ଲାଟିନମ୍‍ ଜୁବଲି ସମାରୋହରେ ଯୋଗଦେବେ । ପରେ ସନ୍ଧ୍ୟା ୫ଟାରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି ।  ସେହିପରି ରାଷ୍ଟ୍ରପତିଙ୍କ ଦୁଇଦିନିଆ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ସହ  ସଭାସ୍ଥଳ ଓ ରାଜ ଭବନ ପର୍ଯ୍ୟନ୍ତ ଗସ୍ତକୁ ନେଇ ରିହର୍ସଲ କରାଯାଇଛି ।  ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପୋଲିସ କମିଶନର ସୁଧାଶୁଂ ଷଡଙ୍ଗୀ ସମସ୍ତ ପ୍ରକାର ସୁରକ୍ଷା ଯାଞ୍ଚ କରିବା ସହ କାରକେଡ ପରୀକ୍ଷା କରିଛନ୍ତି ।  ବିମାନ ବନ୍ଦରରୁ ଉତ୍କଳ ବିଶ୍ୱବିଦ୍ୟାଳୟ ପରେ ରାଜଭବନ ପର୍ଯ୍ୟନ୍ତ ସବୁଠି ତ୍ରି ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।  ସୁରକ୍ଷା ଦାୟିତ୍ୱରେ ୬୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । 
ସେହିପରି ରାଷ୍ଟ୍ରପତି ଖୋର୍ଦ୍ଧା ଯାଉଥିବା ବେଳେ କମିଶନରେଟ ପୋଲିସ ପକ୍ଷରୁ ପିତାପଲ୍ଲୀ ଛକ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସେପଟେ ବରୁଣାଇ ସଭାସ୍ଥଳ ଓ ଗୋଶାଳା ପଡିଆସ୍ଥିତ ହେଲିପ୍ୟାଡ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ପୋଲିସ ଡିଜି ସତ୍ୟଜିତ ମହାନ୍ତି ।

ଅଧିକ ପଢନ୍ତୁ: 

http://hindiadmin.zeenews.india.com/hindi/zeeodisha/other-news/get-to-kn...