ନୀଳାଚଳ ଇସ୍ପାତ କାରଖାନାର ଘରୋଇକରଣକୁ ନେଇ ବିରୋଧ
ନୀଳାଚଳ ଇସ୍ପାତ ନିଗମକୁ ଘରୋଇକରଣ କରିବା ପ୍ରତିବାଦରେ ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ ।
Trending Photos
)
ଗଗନ ବିଶ୍ୱାଳ, ନୂଆଦିଲ୍ଲୀ: ନୀଳାଚଳ ଇସ୍ପାତ ନିଗମକୁ ଘରୋଇକରଣ କରିବା ପ୍ରତିବାଦରେ ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ । ସରକାର ଅର୍ଥ ବିନିଯୋଗ କରି ନୀଳାଚଳକୁ ତୁରନ୍ତ ଚାଲୁ କରିବା ଦାବିରେ କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ଓ ନୀଳାଚଳ ବଞ୍ଚାଓ ମିଳିତ ମଞ୍ଚ ପକ୍ଷରୁ ଦାବି ହୋଇଛି । ବରିଷ୍ଠ କଂଗ୍ରେସ ନେତା ତଥା ତେଲେଙ୍ଗାନା ପ୍ରଭାରୀ ରାମଚନ୍ଦ୍ର ଖୁଣ୍ଟିଆ ସରକାରଙ୍କୁ ସମାଲୋଚନା କରିଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ସରକାର MOU କରି ଘରୋଇ କମ୍ପାନୀଗୁଡିକୁ invest ପାଇଁ କହୁଛନ୍ତି । କିନ୍ତୁ କଳିଙ୍ଗ ନଗର ଇସ୍ପାତ କରଖାନକୁ ଅବହେଳା କରି ବନ୍ଦ ରଖୁଥିବା ଅଭିଯୋଗ ହେଉଛି । ଏହି କମ୍ପାନୀରେ ପାଖାପାଖି ୬ ହଜାର ଲୋକେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ କାମ କରୁଛନ୍ତି । ସରକାର ଏହି କମ୍ପାନୀକୁ ଘରୋଇ କରଣ ନ କରି invest କରନ୍ତୁ ବୋଲି ଦାବି କରିଛନ୍ତି ରାମଚନ୍ଦ୍ର ଖୁଣ୍ଟିଆ ।
ଏହି ବିଷୟକୁ ନେଇ ପୂର୍ବରୁ କର୍ମଚାରୀ ସଙ୍ଘ ପ୍ରଧାନମନ୍ତ୍ରୀ ଏବଂ ବିଭାଗୀୟ ମନ୍ତ୍ରୀଙ୍କୁ ଭେଟିଛନ୍ତି । ରାଜ୍ୟ ସରକର ଏହାକୁ ଘରୋଇକରଣ ନ କରି କେନ୍ଦ୍ର ସରକାରଙ୍କ SAIl, RINL, NDMC ସହ ମିଶ୍ରଣ କରାଯାଉ ବୋଲି ଦାବି କରିଛି କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ଓ ନୀଳାଚଳ ବଞ୍ଚାଓ ମିଳିତ ମଞ୍ଚ ।
ନୀଳାଚଳ ଇସ୍ପାତ ନିଗମ ବିଜୁ ବାବୁଙ୍କ ସ୍ୱପ୍ନର କରାଖନା ଥିଲା । ଏହାର ନିଜର ଖଣି ରହିଛି। ଏଠାରେ ୧୫ ଶହ କର୍ମଚାରୀ ରହିଛନ୍ତି । ଯେଉଁମାନେ ସେତେବେଳେ ବିସ୍ଥାପିତ ହୋଇଥିଲେ ସେମାନେ ମଧ୍ୟ ଏହାକୁ ଘରୋଇକରଣ କରାଯିବାକୁ ବିରୋଧ କରୁଛନ୍ତି । ସେହିପରି ଏହି କାରଖାନା ୫ ମାସ ହେଲା ବନ୍ଦ ରହିଛି । ଯେଉଁଥି ପାଇଁ କର୍ମଚାରୀମାନେ ଦରମା ପାଇନାହାଁନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି ।
ଆହୁରି ପଢନ୍ତୁ; 'ମୋଦି କ୍ୟାମ୍ପ'ରୁ ଶୁଭିଲାଣି ରାହୁଲ ପ୍ରଶଂସା, ଏନଆରସି ଭାଙ୍ଗିବ ଏନଡିଏ !
More Stories