• ବିହାର ନିର୍ବାଚନ: ଆଜି ପ୍ରଥମ ପର୍ଯ୍ୟାୟ ମତଦାନ
  • ବିହାର ନିର୍ବାଚନ: ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ
  • ସରିଲା ଦୁର୍ଗାପୂଜା, କୋରୋନା କଟକଣା ମଧ୍ୟରେ ଭସାଣୀ ଶେଷ
  • IPL 2020: ଆଜି ମୁମ୍ବାଇ ଓ ବାଙ୍ଗାଲୋର ମୁହାଁମୁହିଁ
  • ଆସନ୍ତା ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ,
  • କୋରୋନା କଟକଣା ମଧ୍ୟରେ ଖୋଲିବ ଶିମିଳିପାଳ
  • ପିଠାପଟା ପଟରୁ ୨୫ଟି ଓ ଯଶିପୁର କାଳିଆପାଣି ପଟୁ ୩୫ଟି ଗାଡ଼ି ପ୍ରବେଶ କରିପାରିବ
  • ଗୁଡ଼ଗୁଡ଼ିଆ, ରାମତୀର୍ଥ, ବରେହିପାଣି ଓ ଜାମୁଆଣିରେ ରାତ୍ରିଯାପନ ସୁବିଧା
  • ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିଠାରୁ ଡିଜିଟାଲ ରାଲି କରିବେ

ଅଜବ ପୂଜକଙ୍କ ଗଜବ ଆଶୀର୍ବାଦ

ଖୋର୍ଦ୍ଧା ବାଣପୁରରେ ପୂଜକଙ୍କ ଅଜବ କାରନାମା । ଏକବିଂଶ ଶତାବ୍ଦୀରେ ଲୋକଙ୍କ ମୁଣ୍ଡରେ ଗୋଡ଼ ଥୋଇ ଆଶିଷ ଦେଉଛନ୍ତି ପୂଜକ । ଭିଡିଓ ହେଲା ଭାଇରାଲ । ପୂଜକ ତଥା ପୂଜକ ହେଉଛନ୍ତି ବାଣପୁର ଚିଆଙ୍ଗ ସାହିର ରାମଚନ୍ଦ୍ର ସାମନ୍ତରାୟ ।

ଅଜବ ପୂଜକଙ୍କ ଗଜବ ଆଶୀର୍ବାଦ
ମୁଣ୍ଡରେ ଗୋଡ଼ ରଖି ପୂଜକଙ୍କ ଅଜବ ଆଶୀର୍ବାଦ

ଖୋର୍ଦ୍ଧା: ପୂଜକଙ୍କ ଅଜବ ଆଶୀର୍ବାଦ । ଏମିତି ଆଶିର୍ବାଦ ଦେଉଛନ୍ତି, ଯାହା ଆପଣଙ୍କ ସବୁ ପାପ, ପୁଣ୍ୟରେ ବଦଳିଯିବ । ଖୋର୍ଦ୍ଧା ବାଣପୁରରେ ଏଭଳି କିଛି ଅଭାବନୀୟ ଘଟିଯାଇଛି । ଛାୟା ମଣ୍ଡପ ନିକଟରେ ଥିବା ବାବା ବ୍ରହ୍ମେଶ୍ୱର ମୋଟର କର୍ମଚାରୀ ସଂଘ ପକ୍ଷରୁ ସୋମବାର ଗାଡ଼ି ପୂଜା ସମୟରେ ଲୋକଙ୍କ ମୁଣ୍ଡରେ ଗୋଡ଼ ଥୋଇ ଆର୍ଶିବାଦ ଦେଉଥିବା ପୂଜକଙ୍କ ଭିଡିଓ ଭାଇରାଲ ହୋଇଛି । ପୂଜକ ଜଣକ ହେଉଛନ୍ତି ବାଣପୁର ଚିଆଙ୍ଗ ସାହିର ରାମଚନ୍ଦ୍ର ସାମନ୍ତରାୟ ଓରଫ ରାମ ଭାଇନା । ଗାଡ଼ି ମାଲିକ ଓ ଡ୍ରାଇଭରମାନେ ଗାଡ଼ି ପୂଜା ପରେ ତାଙ୍କ ଠାରୁ ଆର୍ଶୀବାଦ ନେବାବେଳେ ଯଜମାନଙ୍କ ମୁଣ୍ଡରେ ଗୋଡ଼ ଥୋଇ ଆର୍ଶୀବାଦ ଦେଉଛନ୍ତି ରାମ ଭାଇନା । ଏନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି ।