ଚିଲିକା ବ୍ଲକ ଅଫିସ ପଛ ପଟରେ ଶହ ଶହ ଆବେଦନ ପତ୍ର ପଡ଼ିଥିବା କହି ସରକାରଙ୍କୁ ଟାର୍ଗେଟ କରିଛନ୍ତି ପୃଥ୍ୱୀରାଜ ।
Trending Photos
ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସରେ ଘୋଟଲା ଅଭିଯୋଗ । ଚିଲିକା ବ୍ଲକରେ ଅନିୟମିତତା ନେଇ ଅଭିଯୋଗ ଆଣିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ଚିଲିକା ବ୍ଲକ ଅଫିସ ପଛ ପଟରେ ଶହ ଶହ ଆବେଦନ ପତ୍ର ପଡ଼ିଥିବା କହି ସରକାରଙ୍କୁ ଟାର୍ଗେଟ କରିଛନ୍ତି ପୃଥ୍ୱୀରାଜ ।
ସେ କହିଛନ୍ତି, ''ତିନି ତିନି ଥର ସର୍ଭେ ପରେ ବି ହିତାଧିକାରୀ ଘର ପାଇବାରୁ ବଞ୍ଚିତ ହୋଇଥିଲେ । ଆମେ କହିବା ପରେ ଦରଖାସ୍ତ ଗ୍ରହଣ କରିଥିଲେ । କିନ୍ତୁ ତାକୁ ଯାଞ୍ଚ ନ କରି ସେ ବାକ୍ସକୁ ଫୋପାଡ଼ିଛନ୍ତି । ଆବେଦନ ପତ୍ରରେ ନିଆଁ ଲଗାଇଛନ୍ତି । ସ୍ଥାନୀୟ ଲୋକ ପ୍ରତିବାଦ କରିବା ପରେ କିଛି ଆବେଦନକୁ ପୁଣି ନେଇଛନ୍ତି ।''
ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ସରକାର ଗରିବଙ୍କ ଭାଗ୍ୟ ସହ ଖେଳିବାକୁ କିଏ ? ଗରିବଙ୍କ ଆଶା ଓ ଆକାଂକ୍ଷାକୁ ହତ୍ୟା କରିବାକୁ କିଏ ? ଏ କଥାକୁ ସହ୍ୟ କରାଯିବନି । ସବୁ ବ୍ଲକରେ ଏମିତି ହେଉଥିବ । ଯେଉଁମାନେ ଘର ପାଇବାରୁ ବଞ୍ଚିତ ହୋଇଛନ୍ତି ସେ ଲୋକମାନେ ପୋଲିସରେ ମାମଲା କରିବେ । ସରକାର ଯେଉଁ ଚଞ୍ଚକତା, ଚୋରି ଓ ରାହାଜାନି ଗରିବଙ୍କ ଭାଗ୍ୟ ସହ କରିଛନ୍ତି ତାକୁ ବନ୍ଦ କରାଯିବ ବୋଲି କହିଛନ୍ତି ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ।