ବିଜେପି ଗୃହର ଗାରିମା ନଷ୍ଟ କରୁଛି ; କଂଗ୍ରେସ ଆଣିଲା ସ୍ୱାଧିକାର ଭଙ୍ଗ ନୋଟିସ୍

ବିଜେପି ମୁଖପାତ୍ର ଗୃହ ବାହାରେ ସାମ୍ବାଦିକ ସମ୍ମିଳନୀ କରିଥିବାରୁ ଏହା ଗୃହର ଗାରିମା ନଷ୍ଟ କରୁଛି ବୋଲି ଅଭିଯୋଗ କରି ବିଜେପି ମୁଖପାତ୍ର ଗୋଲକ ମହାପାତ୍ରଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଛନ୍ତି ନରସିଂହ । ସେହିପରି କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କ  ସଂଖ୍ୟାକୁ ନେଇ ଗୃହରେ ଭୂଲ ତଥ୍ୟ ଦେଇଥିବାରୁ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଛନ୍ତି କଂଗ୍ରେସ ସଭ୍ୟ ମହମ୍ମଦ ମୋକିମ୍ ଓ ସନ୍ତୋଷ ସିଂହ ସାଲୁଜା ।

ବିଜେପି ଗୃହର ଗାରିମା ନଷ୍ଟ କରୁଛି ; କଂଗ୍ରେସ ଆଣିଲା ସ୍ୱାଧିକାର ଭଙ୍ଗ ନୋଟିସ୍

ଯଯାତି ମହାନ୍ତି, ଭୁବନେଶ୍ୱର: ବିଧାନସଭାରେ ଆଜି ଆସିଛି ଦୁଇ ଦୁଇଟି ସ୍ୱାଧିକାର ଭଙ୍ଗ ପ୍ରସ୍ତାବ । ଶଙ୍କରାଚାର୍ଯ୍ୟ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ମନ୍ତବ୍ୟକୁ କଦର୍ଯ୍ୟ କରି ବିଜେପି ମୁଖପାତ୍ର ଗୃହ ବାହାରେ ସାମ୍ବାଦିକ ସମ୍ମିଳନୀ କରିଥିବାରୁ ଏହା ଗୃହର ଗାରିମା ନଷ୍ଟ କରୁଛି ବୋଲି ଅଭିଯୋଗ କରି ବିଜେପି ମୁଖପାତ୍ର ଗୋଲକ ମହାପାତ୍ରଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଛନ୍ତି ନରସିଂହ । ସେହିପରି କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କ  ସଂଖ୍ୟାକୁ ନେଇ ଗୃହରେ ଭୂଲ ତଥ୍ୟ ଦେଇଥିବାରୁ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଛନ୍ତି କଂଗ୍ରେସ ସଭ୍ୟ ମହମ୍ମଦ ମୋକିମ୍ ଓ ସନ୍ତୋଷ ସିଂହ ସାଲୁଜା । ବାଚସ୍ପତି ଏହାର ତର୍ଜମା କରି ନିଷ୍ପତି ନେବେ ବୋଲି କହିଛନ୍ତି ।

ଗତ ୧୪ ତାରିଖରେ ଏକ ପ୍ରଶ୍ନର ଉତରରେ କୃଷି ମନ୍ତ୍ରୀ ଅରୁଣ ସାହୁ ରାଜ୍ୟରେ କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ୪୫ହଜାର ୯୬୫ ବୋଲି ଲିଖିତ ଉତ୍ତର ରଖିଥିଲେ । ହେଲେ ଏହା ସତ୍ୟ ଉପରେ ଆଧାରିତ ନୁହେଁ ବୋଲି କଂଗ୍ରେସ ଅଭିଯୋଗ କରିଛି । ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟ ଅନୁଯାୟୀ ୧୦ ଜିଲ୍ଲାରେ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ୧ଲକ୍ଷ ୭୨ ହଜାର ୫୨୭ । ଏହି ସବୁ ତଥ୍ୟ ସଂପୃକ୍ତ ଜିଲ୍ଲାର କୃଷି ଅଧିକାରୀମାନେ ଦେଇଛନ୍ତି । ଏହାକୁ ନେଇ କଂଗ୍ରେସ ୨ଦିନ ତଳେ ଏକ ସାମ୍ବଦିକ ସମ୍ମିଳନୀରେ ଖୁଲାସା କରିଥିଲା । ଏହି ତଥ୍ୟ ସହ ମନ୍ତ୍ରୀଙ୍କ ଉତ୍ତର ମେଳ ଖାଉନଥିବାରୁ ଗୃହରେ ମନ୍ତ୍ରୀ ଭୂଲ ତଥ୍ୟ ଦେଇଛନ୍ତି ବୋଲି ଅଭିଯୋଗ କରି କଂଗ୍ରେସ ସଭ୍ୟ ମହମ୍ମଦ ମୋକିମ୍ ଏବଂ ସନ୍ତୋଷ ସିଂହ ସାଲୁଜା କୃଷିମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆଣିଛନ୍ତି ।