Advertisement
Article Detail0/zeeodisha/odisha693875
Zee OdishaBhubneshwarଘରୋଇକରଣ ଏବଂ ନିଗମୀକରଣ ବିରୁଦ୍ଧରେ ଆନ୍ଦୋଳନକୁ ଓହ୍ଲାଇଲା ରେଲୱେ ମଜଦୂର ସଂଘ

ଘରୋଇକରଣ ଏବଂ ନିଗମୀକରଣ ବିରୁଦ୍ଧରେ ଆନ୍ଦୋଳନକୁ ଓହ୍ଲାଇଲା ରେଲୱେ ମଜଦୂର ସଂଘ

ଘରୋଇକରଣ ଏବଂ ନିଗମୀକରଣ ବିରୁଦ୍ଧରେ ଆନ୍ଦୋଳନକୁ ଓହ୍ଲାଇଛି ରେଲୱେ ମଜଦୂର ସଂଘ |

ଘରୋଇକରଣ ଏବଂ ନିଗମୀକରଣ ବିରୁଦ୍ଧରେ ଆନ୍ଦୋଳନକୁ ଓହ୍ଲାଇଲା ରେଲୱେ ମଜଦୂର ସଂଘ

ଭୁବନେଶ୍ୱର: ଘରୋଇକରଣ ଏବଂ ନିଗମୀକରଣ ବିରୁଦ୍ଧରେ ଆନ୍ଦୋଳନକୁ ଓହ୍ଲାଇଲା ରେଲୱେ ମଜଦୂର ସଂଘ | ଭାରତୀୟ ମଜଦୁର ସଂଘ ଏବଂ ଭାରତୀୟ ରେଲୱେ ମଜଦୁର ସଂଘର ଆହ୍ୱାନ କ୍ରମେ ସମ୍ପୂର୍ଣ୍ଣ ଭାରତୀୟ ରେଲୱେର ବିଭିନ୍ନ ଜୋନ ମୁଖ୍ୟାଳୟ, ଡିଭିଜନ ଅଫିସ ଏବଂ ଆଞ୍ଚଳିକ ଶାଖା ସ୍ତରରେ ଭାରତ ସରକାରଙ୍କ ଦ୍ୱାରା ଶ୍ରମିକ ବିରୋଧି ନୀତି ଲାଗୁ କରିବା, ଘରୋଇକରଣ ଏବଂ ନିଗମୀକରଣକୁ ପ୍ରୋତ୍ସାହନ ଦେବା ବିରୋଧରେ ଏହି ବିକ୍ଷୋଭ ଅନୁଷ୍ଠିତ ହୋଇଛି | 

ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରସ୍ଥିତ ପୂର୍ବତଟ ରେଳବାଇ(east coast railway) ମଜଦୂର ୟୁନିୟନ ଜୋନାଲ ମୁଖ୍ୟାଳୟ, ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା ସମ୍ମୁଖରେ, ଖୋର୍ଦ୍ଧା, ସମ୍ବଲପୁର, ୱାଲଟିଅର ଡିଭିଜନ ଅଫିସ ସମେତ ବିଭିନ୍ନ ଶାଖା ଯଥା ବ୍ରହ୍ମପୁର, କାଳୁପଡାଘାଟ, ପାରାଦ୍ୱୀପ, ଅନୁଗୁଳ, ପୁରୀ ଆଦି ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ କର୍ମଚାରୀଙ୍କୁ ସମ୍ପର୍କ କରିବା ଆଦି ମାଧ୍ୟମରେ ଏକ ଜାଗରଣ ଅଭିଯାନ ଆରମ୍ଭ ହୋଇଛି | 

ଘରୋଇକରଣ ଏବଂ ନିଗମୀକରଣ ନିଷ୍ପତ୍ତି ବିରୋଧରେ ଏକ ଦାବି ପତ୍ର ଭାରତ ସରକାରଙ୍କୁ ରେଳବାଇ ମହାପ୍ରବନ୍ଧକଙ୍କ ଜରିଆରେ ଦିଆଯାଇଛି | ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା ଶାଖା ପକ୍ଷରୁ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ଯଥା ଇନସେନଟିଭ ବକେୟା, ୨୫ ପ୍ରତିଶତ ବିଭାଗୀୟ ପରୀକ୍ଷା, ସ୍ଥଗିତ ମହଙ୍ଗା ଭତ୍ତା ପ୍ରଦାନ କରିବା ଆଦି ସମ୍ପର୍କରେ ମୁଖ୍ୟ କାରଖାନା ପ୍ରବନ୍ଧକଙ୍କ ଜରିଆରେ ମଧ୍ୟ ଏକ ସ୍ମାରକପତ୍ର ଶାଖା ସମ୍ପାଦକ ପ୍ରଦାନ କରିଛନ୍ତି | ଏହି ବିକ୍ଷୋଭରେ ୟୁନିୟନର ସାଧାରଣ ସମ୍ପାଦକ ସଚ୍ଚିଦାନନ୍ଦ ବିଶ୍ୱାଳ, ଉପସାଧାରଣ ସମ୍ପାଦକ ତ୍ରିଲୋଚନ ସାହୁ, ସଙ୍ଗଠନ ମନ୍ତ୍ରୀ ରଞ୍ଜନ ଦାସ, ପୁର୍ଣ୍ଣ ଖୁଣ୍ଟିଆ, ପବିତ୍ର ଲେଙ୍କା, କାନନ ଭୋଳ, ବିବେକାନନ୍ଦ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ | 

Add Zee News as a Preferred Source