ଗୃହରେ ଉଠିଲା ପୁରୀ ହାଜତ ମୃତ୍ୟୁ ପ୍ରସଙ୍ଗ; ସରକାରଙ୍କୁ ଘେରିଲେ ବିରୋଧି
Advertisement

ଗୃହରେ ଉଠିଲା ପୁରୀ ହାଜତ ମୃତ୍ୟୁ ପ୍ରସଙ୍ଗ; ସରକାରଙ୍କୁ ଘେରିଲେ ବିରୋଧି

ବାଚସ୍ପତି ରୁଲିଂ ଦିଅନ୍ତୁ। ଗୃହର ସବୁ କାର୍ଯ୍ୟସୂଚୀ ବାତିଲ କରି ମୋସନ ଆକାରରେ ଏ ପ୍ରସଙ୍ଗ ଆଲୋଚନା କରାଯାଉ। 

ଗୃହରେ ଉଠିଲା ପୁରୀ ହାଜତ ମୃତ୍ୟୁ ପ୍ରସଙ୍ଗ; ସରକାରଙ୍କୁ ଘେରିଲେ ବିରୋଧି

ମଳୟ ରଞ୍ଜନ ମହାନ୍ତି,ଭୁବନେଶ୍ୱର: ବିଧାନସଭାରେ ପୁଣି ଉଠିଲା ପୁରୀ ହାଜତ ମୃତ୍ୟୁ ( Puri Custodial Death)ପ୍ରସଙ୍ଗ। ଶାସକ ଦଳକୁ ଘେରିଲେ ବିରୋଧି। ଅଧିବେଶନ ଆରମ୍ଭରୁ ବିରୋଧି ଦଳ ନେତା (Odisha Opposition Leader) ହାଜତ ମୃତ୍ୟୁ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ପୁରୀରେ ଏସପିଙ୍କ ନିର୍ଦ୍ଦେଶରେ ଯୁବକଙ୍କୁ ଉଠାଇନେଇ ପିଟି ପିଟି ମାରିଦିଆଗଲା। 

ପରମ୍ପରା ଅନୁସାରେ ଶବ ଦାହ ହେଲାନି। କହିଲେ ଧସ୍ତାଧସ୍ତିରେ ତାଙ୍କର ମୃତ୍ୟୁ ହୋଇଥିଲା। ଲୋକଙ୍କୁ ହତ୍ୟା କରି ଆଇପିଏସ , ଆଇଏଏସ ଅଧିକାରୀଙ୍କୁ କେତେଦିନ ବଞ୍ଚାଇବେ ସରକାର। ପୁରୀ ଏସପି (Puri SP)ବଦଳି କେବଳ ଲୋକ ଦେଖାଣିଆ। ତାଙ୍କୁ ଦଣ୍ଡିତ କରିବା ଦରକାର। ବାଚସ୍ପତି ରୁଲିଂ ଦିଅନ୍ତୁ। ଗୃହର ସବୁ କାର୍ଯ୍ୟସୂଚୀ ବାତିଲ କରି ମୋସନ ଆକାରରେ ଏ ପ୍ରସଙ୍ଗ ଆଲୋଚନା କରାଯାଉ। 

ସେଭଳି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ରାଜ୍ୟରେ ଜଙ୍ଗଲ ରାଜ ଚାଲିଛି। କେବଳ ନିଲମ୍ବନ କଲେ ଚଳିବ ନାହିଁ ହାଜତ ମୃତ୍ୟୁ ପ୍ରସଙ୍ଗରେ ଦୋଷୀ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଉତ୍ତରପ୍ରଦେଶରେ ଦୁଷ୍କର୍ମ, ହତ୍ୟା ପରେ ମୃତଦେହକୁ ହସ୍ତାନ୍ତର କରାଗଲାନି। ରାଜ୍ୟ ସରକାର ମଧ୍ୟ ସେ ଦିଗ ଦର୍ଶନରେ ଅନୁପ୍ରାଣିତ ହୋଇ ସମାନ କାମ କରିଛନ୍ତି। ଏମିତି କେବେ ରାଜ୍ୟରେ ଦେଖାଯାଇନଥିଲା। ଏସପିଙ୍କୁ କେବଳ ବଦଳି କଲେ ହେବନି, କାର୍ଯ୍ୟାନୁଷ୍ଠାନ ଦରକାର। ପରିବାରକୁ ମୃତଦେହ ହସ୍ତାନ୍ତର କରାଗଲାନି ଯାହା ମୌଳିକ ଅଧିକାର କ୍ଷୁର୍ଣ୍ଣ କରୁଛି ବୋଲି କଂଗ୍ରେସ ବିଧାୟକ ଦଳ କହିଛନ୍ତି। 

ସେପଟେ ବିଜେଡି ବିଧାୟକ ଅମର ଶତପଥି କହିଛନ୍ତି ହାଜତ ମୃତ୍ୟୁ ଏକ ଦୁଃଖଦ ଘଟଣା। ଏହାକୁ ଗୁରୁତ୍ୱର ସହ ବିଚାର କରିବା କଥା। ମୁଲତବୀ ନୋଟିସ ଦେଇଛନ୍ତି ବିରୋଧି କିନ୍ତୁ ମୋସନ ଆକାରରେ କାହିଁକି ଆଲୋଚନା କରିବାକୁ ଦାବି କରୁଛନ୍ତି। ଏ ପ୍ରସଙ୍ଗ କୋର୍ଟରେ ବିଚାରାଧିନ ରହିଛି। ଏହା ଉପରେ ଯଦି ଆଲୋଚନା ହୁଏ ତାହେଲେ ଏହି ଘଟଣା ପ୍ରଭାବିତ ହେବାରେ ସମ୍ଭାବନା ରହିଛି ବୋଲି ଶାସକ ଦଳ ପକ୍ଷରୁ କୁହାଯାଇଛି।